ଆର୍ଥିକ ନିଅଣ୍ଟ ୭.୮ ଟ୍ରିଲିୟନ ଡଲାରକୁ ବୃଦ୍ଧି ଆକଳନ

ନୂଆଦିଲ୍ଲୀ,୨୭।୧୧:ବର୍ତ୍ତମାନ ସମୟରେ ଜାରି ରହିଥିବା ଭୂ ରାଜନୈତିକ ପରିସ୍ଥିତ ଓ ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ବିଶ୍ୱ ଅର୍ଥନୀତିର ଆର୍ଥିକ ନିଅଣ୍ଟକୁ ଆହୁରି ଖରାପ କରିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଥିବା ବେଳେ ସଂଘୀୟ ସରକାରଙ୍କ ଆର୍ଥିକ ନିଅଣ୍ଟ ଜିଡିପିର ୬.୪%ର ଅତ୍ୟଧିକ ଉଚ୍ଚସ୍ତର (ଯେତେବେଳେ ଅର୍ଥନୀତି ଉନ୍ନତ ସ୍ଥିତିରେ ରହିଥିବା ସମୟରେ) ଏବଂ ୧୦ ବର୍ଷ ପରେ ମଧ୍ୟ ଏହା ୭% ରହିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ବର୍ତ୍ତମାନ ଟ୍ରମ୍ପଙ୍କ ପ୍ରସ୍ତାବିତ ଯୋଜନାଗୁଡିକ ଆସନ୍ତା ୧୦ବର୍ଷରେ ଆର୍ଥିକ ନିଅଣ୍ଟକୁ ୭.୮ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବ ବୋଲି ବନ୍ଧନ ଏଏମ୍‌ସିର ଫିକ୍ସଡ୍‌ ଇନ୍‌କମ୍‌ ବିଭାଗର ଉପାଧ୍ୟକ୍ଷ ଓ ଅର୍ଥନୀତିଜ୍ଞ ଶ୍ରୀଜିଥ୍‌ ବାଲାସୁବ୍ରମଣ୍ୟନ ବିସ୍ତୃତ ରୂପେ ଆଲୋକପାତ କରିଛନ୍ତି।
ସେହିଭଳି ଆସନ୍ତା ୧୦ ବର୍ଷ ମଧ୍ୟରେ ଆର୍ଥିକ ନିଅଣ୍ଟ ୭.୮ ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବ ବୋଲି (କମିଟି ଫର୍‌ ରେସ୍‌ପନ୍ସିବୁଲ ଫେଡେରାଲ ବଜେଟ ଅନୁଯାୟୀ) ଆକଳନ କରାଯାଉଛି, ଉଦାହରଣ ସ୍ବରୂପ ଆର୍ଥିକ ନିଅଣ୍ଟ ୭% ପରିବର୍ତେ ୧୦% ରହିବ।
ସେହିପରି ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଟିକସ ହ୍ରାସ ଓ ୨୦୧୭ ରୁ ନିଯୁକ୍ତି ଆଇନର ବିସ୍ତାର, ଯାହା ବ୍ୟକ୍ତିଗତ ଆୟ, ଇଷ୍ଟେଟ୍‌ ଓ ଗିଫ୍ଟ ଟିକସ ଏବଂ କମ୍ପାନୀଗୁଡିକ ଦ୍ୱାରା କରାଯାଉଥିବା ନିର୍ଦ୍ଦିଷ୍ଟ ନିବେଶ ପାଇଁ ରିହାତିର କମ୍‌ ଟିକସ ହାର ଲାଗି ବ୍ୟବସ୍ଥା ହୋଇଥିଲା। ଯଦି ଏହାକୁ ୨୦୨୫ପରେ ମଧ୍ୟ ଆଗକୁ ବିସ୍ତାର କରାଯାଏ। ତେବେ ଏହା ଏକାକୀ ଆସନ୍ତା ୧୦ ବର୍ଷ ମଧ୍ୟରେ ଆର୍ଥିକ ନିଅଣ୍ଟରେ ୫.୩ ଟ୍ରିଲିୟନ ଡଲାର ଯୋଗ କରିବ ବୋଲି ଆକଳନ କରାଯାଉଛି। ଅପରପକ୍ଷରେ ଅନ୍ୟ ଯୋଜନାଗୁଡିକ ମିଳିତ ଭାବେ ଆଉ ୫ଟ୍ରିଲିୟନ ଡଲାର ଯୋଗ କରିବେ। ଏପରିକି କିଛି ଆଂଶିକ ଭାବେ ନିରାଶାଜନକ ପଦକ୍ଷେପ ମଧ୍ୟ ରହିଛି, ଯାହାକୁ ସଞ୍ଚୟ ବୃଦ୍ଧି କରିବା ପାଇଁ ଚିହ୍ନଟ କରାଯାଇଛି ଏବଂ ସରକାରୀ ଖର୍ଚ୍ଚକୁ ହ୍ରାସ କରାଯିବାର ସମ୍ଭାବନା ମଧ୍ୟ ରହିଛି ବୋଲି ବାଲାସୁବ୍ରମଣ୍ୟନ କହିଛନ୍ତି।
ସେହିପରି ୨୦୧୭-୨୦ ମଧ୍ୟରେ ଯେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ଥିଲେ, ସେହି ସମୟ ତୁଳନାରେ ଆଜିର ଆର୍ଥିକ ପ୍ରସଙ୍ଗ ଭିନ୍ନ ରହିଛି। ଆମେରିକାର ଅଭିବୃଦ୍ଧି ସ୍ଥିର ରହିଛି କିନ୍ତୁ ଏହା ସୁଧ ହାରର ପ୍ରଭାବରୁ ବେଶିଦିନ ବଞ୍ଚତ୍ିତ ରହିପାରିବ ନାହିଁ, ଯାହାକି ଫେଡ୍‌ ଦ୍ୱାରା ନିକଟରେ ହୋଇଥିବା ହ୍ରାସ ସତ୍ତ୍ୱେ ଗତ କିଛି ସମୟ ହେବ ଅପେକ୍ଷାକୃତ ଉଚ୍ଚସ୍ତରରେ ରହିଛି। କ୍ରେଡିଟ୍‌ କାର୍ଡ ଓ ଅଟୋ ଲୋନ୍‌କୁ ନେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି, ନିକଟରେ ଉଚ୍ଚ ଉପତ୍ାଦକତା ହାର ସ୍ଥିର ରହିଥିବା ଦେଖିବାକୁ ମିଳିଛି। ୟୁରୋପ ମଧ୍ୟ ଉଚ୍ଚ ମୁଦ୍ରାସ୍ଫୀତି, ଜଟିଳ ମୁଦ୍ରାନୀତି ଓ ମହାମାରୀ ପୂର୍ବ ତୁଳନାରେ ଉଚ୍ଚ ଆର୍ଥିକ ନିଅଣ୍ଟ ଭଳି ଆହ୍ବାନଗୁଡିକର ସମ୍ମୁଖୀନ ହେଉଛି। କିନ୍ତୁ ଅଭିବୃଦ୍ଧି ଅପେକ୍ଷାକୃତ ଦୁର୍ବଳ ରହିଛି। ଚୀନ୍‌ ପ୍ରପର୍ଟି ସେକ୍ଟର ଓ ଉପଭୋକ୍ତା ଚାହିଦା କ୍ଷେତ୍ରରେ ମନ୍ଥରତାର ସମ୍ମୁଖୀନ ହେବା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri