ଆଜିଠାରୁ ପ୍ରଥମ ସପ୍ତଶଯ୍ୟା ମହୋତ୍ସବ

ଢେଙ୍କାନାଳ ଅଫିସ, ୧୦।୬ ଢେଙ୍କାନାଳ ଜିଲା କଳାକୃତି ଗ୍ରାମ ସଦେଇବେରେଣୀରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ। ଜିଲା ପ୍ରଶାସନ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓରମାସର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଲୋକନୃତ୍ୟ, ଆଧୁନିକ ନୃତ୍ୟ ସାଙ୍ଗକୁ ଓଲିଉଡ୍‌ ତାରକା ସାଜିବେ ପ୍ରମୁଖ ଆକର୍ଷଣ। ୪୦ ଷ୍ଟଲ୍‌ରେ ଡୋକ୍ରା କଳାକୃତି ସମେତ ହସ୍ତଶିଳ୍ପ, ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶିତ ହେବ। ଖାଦ୍ୟଷ୍ଟଲରେ ସ୍ବାଦିଷ୍ଠ ବ୍ୟଞ୍ଜନର ମଜା ନେବେ ଦର୍ଶକ। ଏଥିଲାଗି ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୀର୍ଘ ୨ବର୍ଷ ପରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ଏହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି।
ମହୋତ୍ସବ ପୂର୍ବରୁ ନବବଧୂ ପରି ସଜେଇ ହୋଇଛି କଳାକୃତି ଗ୍ରାମ। ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀ ସଦେଇବେରେଣୀଠାରେ ପ୍ରସ୍ତୁତିର ତଦାରଖ କରିଛନ୍ତି। ଜିଲାର ଡୋକ୍ରା କଳା, ହସ୍ତଶିଳ୍ପ, କାରୁକାର୍ଯ୍ୟ, କଳାସଂସ୍କୃତି, ଐତିହ୍ୟ ପରମ୍ପରା ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ଏଭଳି ଏକ ଅଭିନବ ମହୋତ୍ସବର ଆୟୋଜନ କରାଯାଉଛି। ଓରମାସ, ବୟନଶିଳ୍ପ, ହସ୍ତଶିଳ୍ପ, ଉଦ୍ୟାନ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଆଞ୍ଚଳିକ ପରିବହନ, ପର୍ଯ୍ୟଟନ, ଶିଶୁ ସୁରକ୍ଷା, ସମାଜ ମଙ୍ଗଳ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗ ସମ୍ପର୍କିତ ବିକାଶମୂଳକ ଯୋଜନା ପ୍ରଦର୍ଶିତ ହେବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। କଳାକୃତି ଗ୍ରାମକୁ ସୁବିଧାରେ ଯାତାୟାତ ପାଇଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨ ବସ୍‌ର ବ୍ୟବସ୍ଥା କରାଯାଇଛି। ମହୋତ୍ସବ ଅବସରରେ ପୂର୍ବାହ୍ନ ୮ଟାରେ ସପ୍ତଶଯ୍ୟାସ୍ଥିତ ଶ୍ରୀରାମଚନ୍ଦ୍ର ପୀଠରୁ ଏକ ମଶାଲ ଶୋଭାଯାତ୍ରା ବାହାରି କଳାକୃତି ଗ୍ରାମରେ ପହଞ୍ଚତ୍ବ। ଏଥିରେ ବିଭିନ୍ନ ସାଂସ୍କୃତିକ ସଙ୍ଗଠନର କର୍ମକର୍ତ୍ତା ସାମିଲ ହେବେ। ଦୁଇଦିନ ବିଶିଷ୍ଟ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଏଲ୍‌. ଦିବ୍ୟା ଭି., ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଶିବାନନ୍ଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri