ଜଗତ୍‌ସିଂହପୁର ଜିଲାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଜଗତ୍‌ସିଂହପୁର, ୩୧।୭ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଏକ ତଳିଆ ଜିଲା ଭାବେ ପରିଚିତ। ସମୁଦ୍ର କୂଳବର୍ତ୍ତୀ ଏହି ଜିଲାରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା ଆଦି ହୋଇଥାଏ। ଯେହେତୁ ଏବେ ବର୍ଷାଦିନ, ତେଣୁ ବନ୍ୟା ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ହୀରାକୁଦରୁ ପ୍ରବାହିତ ବନ୍ୟାଜଳ ପାଖାପାଖି ୫ ଲକ୍ଷ ଘନଫୁଟ୍‌ ଜଳ ମୁଣ୍ଡଳିଠାରେ ପ୍ରବାହିତ ହୋଇଛି। ଏହି ଜଳ ଜଗତ୍‌ସିଂହପୁର ଜିଲାର ଦେବୀ, ମହାନଦୀ ଓ ବିଲୁଆ ଖାଇ ଆଦି ନଦୀରେ ପ୍ରବାହିତ ହେଉଥିବା ଜଣାଯାଇଛି। ଖବର ଲେଖାହେବାବେଳକୁ ଜଗତ୍‌ସିଂହପୁରର ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ପାଖାପାଖି ୨ ଲକ୍ଷ ଘନ୍‌ପୁଟ୍‌ ଜଳ ପ୍ରବହିତ ହେଉଥିବା ଆକଳନ କରାଯାଇଛି। ବନ୍ୟାଜଳ ବୁଧବାର ଭୋର ୬ଟା ସୁଦ୍ଧା ଆଳିପିଙ୍ଗଳ ନିକଟରେ ଜଳସ୍ତର ସର୍ବାଧିକ ହେବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶେଷକରି ମହାନଦୀ, ଦେବୀ ଓ ବିଲୁଆଖାଇ ନଦୀବନ୍ଧର ବିପଦପୂର୍ଣ୍ଣ ସ୍ଥାନ ନିକଟରେ ୧ ଲକ୍ଷ ୨୦ ହଜାର ବାଲି ବସ୍ତା ଏବଂ ୪ ହଜାର ସେଣ୍ଟିମିଟର ବାଲି ମହଜୁଦ୍‌ କରି ରଖାଯାଇଛି। ବିଭିନ୍ନ ସ୍ଲୁଇସ୍‌ ଗେଟ୍‌ ମରାମତି ସହ ସଚଳ କରାଯାଇଛି। ଆବଶ୍ୟକ ପଡିଲେ ଏହା ଖୋଲାଯାଇ ଜଳ ନିଷ୍କାସନ କରାଯିବ। ଏ ନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବିଗତ ବର୍ଷଗୁଡିକରେ ଦେଖାଦେଇଥିବା ସମସ୍ୟାର ପୁନରାବୃତ୍ତି ନ ହେବା ପାଇଁ ବିଭାଗ ସତର୍କ ରହିଥିବା ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଜନ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (ଏସ୍‌ଇ) ପ୍ରଦୀପ କୁମାର ନାୟକ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୨୦୨୨ରେ ନହରବାଡ଼ି ନିକଟ ବିଲୁଆଖାଇ ନଦୀର ଦକ୍ଷିଣପଟ ବନ୍ଧ ଦୁର୍ବଳ କାରଣରୁ ଘଳିଆ ପଡିଥିଲା। ଅନୁରୂପ ଭାବେ ଏହି ବର୍ଷ ରହମ୍ବା, ବମ୍ବିଲୋ, ବାରେଡ଼ିଆ ଓ ସାଳଗଁା, କୋରୁଆ ଆଦି ଗ୍ରାମ ନିକଟ ଦେବୀ ନଦୀର ବାମପାର୍ଶ୍ୱରେ ଘଳିଆ ପଡିଥିଲା। ଏହା ସେତେବେଳେ ଚିନ୍ତାର କାରଣ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଦେବୀଦୋଳ ଓ ବିଲିପଡ଼ା ନିକଟ ଦେବୀ ନଦୀର ଅତଡ଼ା ପଥର ପ୍ୟାକିଂ କରାଯାଇଛି। ଦଳେଇଘାଇ ନିକଟ ନଦୀବନ୍ଧ ଉଚ୍ଚ ସାଙ୍ଗକୁ ଦୃଢୀକରଣ ପାଇଁ ଉଦ୍ୟମ ହୋଇଥିବା ଏସ୍‌.ଇ. ନାୟକ କହିଛନ୍ତି। ବାସ୍ତବରେ କିନ୍ତୁ ମହାନଦୀ ଓ ଦେବୀ ନଦୀର ଏକାଧିକ ସ୍ଥାନରେ ବାଲି ଘାଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ପ୍ରତ୍ୟହ ସହସ୍ରାଧିକ ଟ୍ରିପ୍‌ ହାଇୱା, ଟ୍ରକ୍‌, ଟ୍ରାକ୍ଟର ଆଦିରେ ଓଭରଲୋଡ ବାଲି ଚାଲାଣ ଏପରି କି ଚୋରା ଚାଲାଣ ଯୋଗୁ ଅତଡ଼ା ଓ ନଦୀବନ୍ଧ ଦୁର୍ବଳ ହୋଇଯାଇଛି। ସେଥିମଧ୍ୟରୁ ନାଉଗାଁ ବ୍ଲକର ଗଳଧାରୀ, ଏରଡ଼ା ସମେତ ଭଣ୍ଡିସାହି ଆଦି ସ୍ଥାନ ଅନ୍ୟତମ। ବର୍ଷାରେ ଏହି ସ୍ଥାନଗୁଡିକ ଅଧିକ ଖରାପ ହୋଇଯାଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଘାଇ ହୋଇ ବ୍ୟାପକ ଧନ, ଜୀବନ ହାନି ହେବାର ଆଶଙ୍କା ରହିଛି। ତେଣୁ ନଦୀରୁ ବାଲି ଚାଲାଣ ଉପରେ ଅଙ୍କୁଶ ଲଗାଯିବା ଜରୁରି। ଜିଲାପାଳ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବାଲି ଚାଲାଣ ବନ୍ଦ ପାଇଁ ଖଣି ଅଧିକାରୀ, ତହସିଲଦାର ଓ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି।
ସୂଚନାଯୋଗ୍ୟ , ବନ୍ୟା ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ତଥା ସ୍ବତନ୍ତ୍ର ସଚିବ (ଇଣ୍ଟରନାଲ ଭିଜିଲାନ୍ସ) ଗତ ୧୭ ତାରିଖରେ ବିଭାଗୀୟ ଜଗତ୍‌ସିଂହପୁର ବିଭାଜନର ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଶେଷକରି ୨୦୨୨ରେ ବିପଦ ସୃଷ୍ଟି ହୋଇଥିବା ସ୍ଥାନ ବୁଲି ଦେଖିଥିଲେ। ଏହି ସମୟରେ ନଦୀବନ୍ଧଗୁଡିକ ରାସ୍ତା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ନଦୀ ବନ୍ଧରେ ରାସ୍ତା ହୋଇଗଲେ ଏବଂ ଲୋକେ ଯାତାୟାତ କଲେ ବନ୍ୟା ସମୟରେ ବିପଦ କମିଯିବ। ତେଣୁ ବିଭାଗୀୟ ଏସ୍‌ଇ ବିଲୁଆଖାଇ ନଦୀର ଦକ୍ଷିଣପଟ କେନାଲ ପାର୍ଶ୍ୱରେ ସୁରକ୍ଷା କାନ୍ଥ କରିବା ପାଇଁ କଟକ ପୂର୍ତ୍ତ ବିଭାଗ ଏସ୍‌ଇଙ୍କ ସହଯୋଗ ଲୋଡିବାକୁ ପରାମର୍ଶ ଦେଇଥିଲେ। ଏଥିସହ ନଦୀବନ୍ଧ ପାର୍ଶ୍ୱ ବିପଦପୂର୍ଣ୍ଣ ସ୍ଥାନରେ ଯେପରି ବଣ ହୋଇ ନ ରୁହେ, ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri