ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପରୀକ୍ଷା ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହୋଇଛି। ପିଲାମାନେ ଆନନ୍ଦ ମନରେ ପରୀକ୍ଷା ଦେଇ ବାହାରିଥିଲେ।
ଚଳିତବର୍ଷ ୧୩୪ଟି ପରୀକ୍ଷା କେନ୍ଦ୍ରରେ ୩୩୮ଟି ବିଦ୍ୟାଳୟର ମୋଟ୍ ୨୮,୬୧୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ଖୋର୍ଦ୍ଧା ଉପଖଣ୍ଡରେ ୬୪ଟି ଏବଂ ଭୁବନେଶ୍ବର ଉପଖଣ୍ଡରେ ୭୦ଟି କେନ୍ଦ୍ର ରହିଛି। ଖୋର୍ଦ୍ଧା ଶିକ୍ଷା ଜିଲାରେ ମୋଟ୍ ୧୨ଟି ନୋଡାଲ ସେଣ୍ଟର କରାଯାଇଛି। ସିସିଟିଭି ସର୍ଭେଲାନ୍ସ ରହିଛି ପରୀକ୍ଷା କେନ୍ଦ୍ର। କପି ରୋକିବା ପାଇଁ ୩ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ଶହେ ମିଟର ଅଞ୍ଚଳକୁ ନିଷେଧାଞ୍ଚଳ ଜାରି କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ କରାଯାଇଛି।