ଜିଲା ମୁଖ୍ୟ ଚିକିତ୍ସାଳୟରେ ଫାୟାର ସିଷ୍ଟମ୍‌ ଅଚଳ

ପୁରୀ ଅଫିସ,୧୯।୪: ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ଚାଲୁ ରହିଛି। ଅଗ୍ନିଶମ ଟିମ୍‌ ସହରର ବିଭିନ୍ନ ସଂସ୍ଥା ଓ ବଡ଼ବଡ଼ କୋଠାରେ ଅଗ୍ନି ସୁରକ୍ଷାକୁ ଯାଞ୍ଚ କରୁଛି। ଏଯାବତ୍‌ ଜିଲାର ସରକାରୀ କୋଠାର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇ ନ ଥିବାବେଳେ ସପ୍ତାହର ୫ ଦିନରେ ଭିକ୍ଟୋରିଆ ପେଟ୍ରୋଲ ପମ୍ପରେ ମକଡ୍ରିଲ୍‌ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୋଇଛି। ଏହାପୂର୍ବରୁ ବଡ଼ଦାଣ୍ଡସ୍ଥିତ ବିଗ୍‌ବଜାର ଓ ଘରୋଇ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ କହିବା ଅନୁଯାୟୀ, ସୋମବାର ପୁରୀ ମୁଖ୍ୟ ଚିକିତ୍ସାଳୟର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ପରଖା ଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଭାଗ କେଉଁ ସୁରକ୍ଷା ବ୍ୟବସ୍ଥାକୁ ଦେଖିବ ଓ ଯାଞ୍ଚ କରିବ। ମୁଖ୍ୟତଃ ଯାଞ୍ଚର ଦୁଇଟି ପାର୍ଶ୍ୱ ରହିଛି। ଗୋଟିଏ ହେଉଛି ନିଆଁ ଲିଭାଇବା ପାଇଁ ବାଲି, ପାଣି, ପାଉଡର ଓ ଗ୍ୟାସ୍‌ । ଅନ୍ୟଟି ହେଉଛି ଫାୟର ଫାଇଟିଂ ସିଷ୍ଟମ୍‌। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ହୋଇଥାଏ। ଏକ ବ୍ୟବସ୍ଥିତ ଫାୟାର ସିଷ୍ଟମ ଇନଷ୍ଟଲ କରିବାକୁ ପଡ଼ିଥାଏ। ପୁରୀର ୩ ପ୍ରମୁଖ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଳୟ, ଆଇଡିଏଚ୍‌ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଏହି ସିଷ୍ଟମ ନାହିଁ ନାହିଁରେ ଚାଲିଛି। କେତେକ ଜାଗାରେ ପମ୍ପ ହାଉସ୍‌, ହୋସ୍‌ ରିଲ୍‌, ସ୍ରିଙ୍କଲର୍‌ ଓ ରାଉଜର ଭଳି ଉପକରଣ ନ ଥିବାବେଳେ ଅନ୍ୟ କେତେ ଜାଗାରେ ଅକାମୀ ହୋଇପଡ଼ିଛି। ମୁଖ୍ୟ ଚିକିତ୍ସାଳୟରେ ଥିବା ୬ ତାଲା ବିଶିଷ୍ଟ ହସ୍ପିଟାଲରେ ମଧ୍ୟ ଏହି ସିଷ୍ଟମ ଦେଖିବାକୁ ମିଳୁନି। ତେବେ ଏସବୁ ପୁରୀ ସ୍ବାସ୍ଥ୍ୟ ବିଭାଗ ପାଇଁ ନୂଆ କଥା ନୁହେଁ। ଅଗ୍ନିଶମ ବିଭାଗ ସମୟ ସମୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଏଥିରେ ସୁଧାର ଆଣିବା ପାଇଁ ରିପୋର୍ଟ ଦେଇଛି। ଲିଖିତ ଭାବେ ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବିଭାଗ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ରାଉତଙ୍କ କହିବା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷାରେ ଆମେ ରିମାଇଣ୍ଡ ମଧ୍ୟ କରୁ। ନୋଟିସ୍‌ ମଧ୍ୟ ଦେଉ ହେଲେ ସ୍ବାସ୍ଥ୍ୟ ପ୍ରଶାସନକୁ ଏନେଇ ଫରକ ପଡିନି। ସେହିଭଳି କୋଭିଡ୍‌ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର ହେଉଥିବା ଆଇଡିଏଚ୍‌ରେ ପୂର୍ବରୁ ଏକ ପାୟାର ଫାଇଟିଂ ସିଷ୍ଟମ ଥିଲା। ତାହା ଏବେ କାମ କରୁ ନ ଥିବାରୁ ଅକାମୀ ହୋଇପଡ଼ିଛି। ଅଗ୍ନିକାଣ୍ଡ ଭଳି ଜରୁରି ସ୍ଥିତିରେ ସମସ୍ୟା ଭୟଙ୍କର ରୂପ ନେଇପାରେ। ଅନ୍ୟପକ୍ଷେ ସୂଚନାକର୍ମୀ ବିଶ୍ୱଜିତ ମହାନ୍ତିଙ୍କ କହିବା ଅନୁଯାୟୀ, ପୁରୀ ମୁଖ୍ୟ ଚିକିତ୍ସାଳୟରେ ଥିବା ଫାୟାର ସିଷ୍ଟମ୍‌ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ଏନେଇ କାହାରି ଧ୍ୟାନ ନାହିଁ। ଅଗ୍ନିଶମ ବିଭାଗକୁ ସିଷ୍ଟମ ଚାଲୁ କରିବା ପାଇଁ ସହଯୋଗ ମାଗିଲେ ସେମାନେ ଯୋଗାଇଦେବେ। ମାତ୍ର ସିଡିଏମଓଙ୍କ ମନୋବୃତ୍ତି ଅଭାବ ହେତୁ ଏସବୁ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ଅନ୍ୟପକ୍ଷରେ ସିଡିଏମଓ ଓ ଏଡିଏମ୍‌ଓଙ୍କୁ ଏନେଇ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପର୍କ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri