ନର୍ସିଂହୋମ୍‌ରେ ନଆଁ, ରାସ୍ତାରେ ରୋଗୀ

କଟକ/ଭୁବନେଶ୍ୱର,୧୪।୭(ଶିଳ୍ପା ପ୍ରିୟଦର୍ଶିନୀ/ ଅନିଲ ଦାସ): ନର୍ସିଂହୋମ୍‌ ‘ତ୍ରିଶା ହସ୍ପିଟାଲ’ରେ ନିଅଁା ଲାଗିଥିବାବେଳେ କର୍ମଚାରୀ ଓ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ନିଅଁାଲିଭା ଏବଂ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ନିଆଁର ମାତ୍ରା ବଢ଼ିଥିବାବେଳେ ଅଗ୍ନିଶମ ବାହିନୀ କର୍ମଚାରୀ, ରୋଗୀ ସମ୍ପର୍କୀୟ, ସ୍ଥାନୀୟ ଲୋକ ଓ ନର୍ସିଂହୋମ କର୍ମଚାରୀ ରୋଗୀ ଓ ନବଜାତକଙ୍କୁ ତିନି ମହଲାରୁ ଅସ୍ଥାୟୀ ଶିଡ଼ି ଯୋଗେ ତଳକୁ ଓହ୍ଲାଇଥିଲେ। ସମୁଦାୟ ୪୫ ରୋଗୀଙ୍କ ମଧ୍ୟରୁ ଏସ୍‌ସିବି ମେଡିକାଲରେ ୧୭ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ସେଥିମଧ୍ୟରେ ଥିବା ୩ ଶିଶୁଙ୍କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୪ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଏସ୍‌ସିବି ମେଡିକାଲର ଆଇସିୟୁ ଓ ୧୦ ଜଣଙ୍କୁ ଜେନେରାଲ ୱାର୍ଡରେ ଭର୍ତ୍ତି କରାଯାଇଛି। ସେହିପରି କଟକ ଶିଶୁଭବନରେ ୧୭ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟ ୫ ଜଣଙ୍କୁ ଏସ୍‌ଏନ୍‌ସିୟୁ, ପାଞ୍ଚ ଜଣଙ୍କୁ ନ୍ୟୁ ବର୍ନ ଓ ୫ ଜଣଙ୍କୁ ହାଇବ୍ରିଡ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୧ ଜଣ ରୋଗୀ କଟକର ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଟକ ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଏସିରେ ଶର୍ଟସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତାଜନିତ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି କି ନାହିଁ ତାହାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ(ଡିଜି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ରୋଗୀମାନଙ୍କୁ ଯଥାଶୀଘ୍ର ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ସଚିବ ଓ କଟକ ଜିଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନର୍ସିଂହୋମର ପଞ୍ଜୀକରଣ ଅବଧି ୧୩ା୭ା୨୦୨୫ ଯାଏ ରହିଥିବା ସଂସ୍ଥାର ମ୍ୟାନେଜର ଜ୍ଞାନେନ୍ଦ୍ର ସାମଲ କହିଛନ୍ତି। ଏହି ନର୍ସିଂହୋମରେ ଶନିବାର ୪୫ ଜଣ ଶିଶୁ ଓ ବୟସ୍କ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଠାରେ ଆଇସିୟୁ, ଏସ୍‌ଏନ୍‌ସିୟୁ, ଶିଶୁ ବିଭାଗ ବିଶେଷକରି ନବଜାତକଙ୍କ ଚିକିତ୍ସା ସମେତ ଅନ୍ୟାନ୍ୟ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲିଭିବା ମାତ୍ରେ ଜଣେ ଶିଶୁର ମୃତଦେହ ପେଟିରେ ପଡ଼ିଥିବା ସାମ୍ନାକୁ ଆସିଛି। ଏହି ଘଟଣାରେ ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି ଯେ, ଶିଶୁଟିର ମୃତ୍ୟୁ ଅଗ୍ନିକାଣ୍ଡ ପୂର୍ବରୁ ହୋଇଛି।

ଗୋଟିଏ ପଟେ ନର୍ସିଂହୋମ୍‌ କର୍ମଚାରୀ ଅଗ୍ନି ନିରାପତ୍ତା ଭିତ୍ତିଭୂମିର ଉପଯୋଗ କରିବାରେ ଅନଭିଜ୍ଞ ଥିବାବେଳେ ଅନ୍ୟପଟେ ଏହି ଘରୋଇ ସ୍ବାସ୍ଥ୍ୟ ଅନୁଷ୍ଠାନର ପାର୍କିଂ ବ୍ୟବସ୍ଥା, ଜରୁରିକାଳୀନ ପ୍ରସ୍ଥାନ ବ୍ୟବସ୍ଥା ନାହିଁ। ତେଣୁ ଏହି ନର୍ସିଂହୋମକୁ କିଭଳି ଭାବେ କାର୍ଯ୍ୟକ୍ଷମ ନିମନ୍ତେ ଅନୁମତି ମିଳିଥିଲା ବୋଲି ପ୍ରଶ୍ନ ଉଠିଛି। କଟକ ଡିସିପି ପ୍ରକାଶ ଆର୍‌, ଜୋନ-୬ ଏସିପି ସ୍ବସ୍ତିକ୍‌ ପଣ୍ଡା, ପୁରୀଘାଟ ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ, ମେୟର ସୁବାସ ସିଂ, କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ୍‌, ପୂର୍ବତନ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପହଞ୍ଚତ୍ ଘଟଣାର ତଦନ୍ତ ଦାବି କରିଛନ୍ତି।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ କହିବାନୁସାରେ, ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଛି। ସମ୍ପୃକ୍ତ ହସ୍‌ପିଟାଲର ବୈଧ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ରହିଛି। ମାତ୍ର କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ତାହାର ଉପଯୋଗ ହୋଇପାରିଲା ନାହିଁ ତାହାର ତଦନ୍ତ କରାଯିବ ବୋଲି ଷଡ଼ଙ୍ଗୀ କହିଛନ୍ତି। ତ୍ରିଶା ହସ୍ପିଟାଲ ମ୍ୟାନେଜର ଜ୍ଞାନେନ୍ଦ୍ର ସାମଲ କହିଛନ୍ତି, ନର୍ସିଂହୋମରେ ନିଆଁ ଲାଗିନାହିଁ। ଶର୍ଟସର୍କିଟ ଯୋଗୁ ଏସିରୁ ଧୂଆଁ କେବଳ ବାହାରିଛି। ନର୍ସିଂହୋ୍‌ରେ ଧୂଆଁ ଖେଳିଯିବାରୁ ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଛନ୍ତି। ଅଗ୍ନିନିରାପତ୍ତା ବ୍ୟବସ୍ଥା ଥିବାରୁ ବଡ଼ ବିପଦରୁ ବର୍ତ୍ତିଯାଇଛୁ ବୋଲି ସାମଲ କହିଛନ୍ତି। ଅନ୍ୟପଟେ ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଟ ଅଫିସର ସଞ୍ଜୀବ କୁମାର ବେହେରା କହିଛନ୍ତି, ନର୍ସିଂହୋମର କାର୍ଯ୍ୟାଳୟରେ ନିଆଁ ଲାଗିଥିଲା। ନିଆଁ ଧୀରେ ଧୀରେ ବଢ଼ିବାରୁ ଧୂଅଁା ଚାରିଆଡ଼େ ଖେଳିଯାଇଥିଲା। ଫଳରେ ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ଅଗ୍ନିଶମ ବିଭାଗର ୨୫ ଜଣ କର୍ମଚାରୀ ନଅଁା ଲିଭା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ ବୋଲି ବେହେରା କହିଛନ୍ତି। ସୂଚନାଥାଉକି କେବଳ ଏହି ନର୍ସିଂହୋମ୍‌ ନୁହେଁ, ସହରରେ ଗଳିକନ୍ଦି ଏବଂ ସଂକୀର୍ଣ୍ଣ ରାସ୍ତାକଡ଼ରେ ଥିବା ଶତାଧିକ ଘରୋଇ ସ୍ବାସ୍ଥ୍ୟ ଅନୁଷ୍ଠାନ ଏଭଳି ଅବସ୍ଥାରେ ଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି। କିଛି ଦିନ ପୂର୍ବେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ ଏକ ଘରୋଇ ହସ୍ପିଟାଲ ଉପରେ ସ୍ବାସ୍ଥ୍ୟ ବିଭାଗ ଚଢ଼ାଉ କରିଥିଲା। ସହରର ସମସ୍ତ ହସ୍ପିଟାଲର ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବା ଏବଂ ପଞ୍ଜୀକରଣ ବା ରିନ୍ୟୁଆଲ ହୋଇ ନ ଥିବା ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ଯାଞ୍ଚ କେଉଁଥିପାଇଁ କରାଯାଊନାହିଁ ସେ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri