Posted inଜାତୀୟ

ଲିଭିଯାଉଛି ଅଙ୍ଗୁଳି କାଳି

ମୁମ୍ବାଇ,୧୬ା୧: ବ୍ରିହନ୍‌ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) ସମେତ ମହାରାଷ୍ଟ୍ରର ୨୯ ମହାନଗର ନିଗମ ପାଇଁ ଗୁରୁବାର ସନ୍ଧ୍ୟାରେ ଭୋଟ ଗ୍ରହଣ ଶେଷ ହୋଇଛି। କିନ୍ତୁ ପ୍ରାୟ ୩ ବର୍ଷ ବିଳମ୍ବରେ ଅନୁଷ୍ଠିତ ଏହି ନିର୍ବାଚନ ବେଳେ ମତଦାନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ଅଭିଯୋଗ ଆଣିଛନ୍ତି। ଏହାବ୍ୟତୀତ ରାଜ୍ୟର ଅନ୍ୟ କେତେକ ମହାନଗର ନିଗମ ନିର୍ବାଚନ ବେଳେ ମଧ୍ୟ କାଳି ପରିବର୍ତ୍ତେ ମାର୍କର ପେନ୍‌ ବ୍ୟବହାର ହୋଇଥିବା ଏବଂ ଅଙ୍ଗୁଳିରୁ ଅଲିଭା କାଳି ସହଜରେ ଲିଭିଯାଇଥିବା ଅଭିଯୋଗ ଆସିଛି।
୭୪,୪୦୦ କୋଟି ଟଙ୍କାର ବଜେଟ୍‌ ଥିବା ବିଏମ୍‌ସି ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟା ୩୦ରେ ମତଦାନ ଆରମ୍ଭ ହୋଇଥିଲା। ସୁରୁଖୁରୁରେ ଭୋଟ ଗ୍ରହଣ ଲାଗି ମୋଟ ୧୦,୨୩୧ ବୁଥ୍‌ କରାଯାଇଥିଲା। ଏଥିରେ ୬୪,୩୭୫ ଅଫିସର ଓ କର୍ମଚାରୀ ନିୟୋଜିତ ହୋଇଥିଲେ। ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଗାଡ଼ିଗୁଡ଼ିକର ଗତିବିଧି ଅନୁଧ୍ୟାନ ପାଇଁ ମହାନଗର ନିଗମ ନିର୍ବାଚନରେ ପ୍ରଥମ ଥର ଜିଓ-ଫେନ୍ସି ଓ ଲାଇଭ୍‌ ଭେହିକିଲ ଟ୍ରାକିଂ ସିଷ୍ଟମ୍‌ ଆରମ୍ଭ କରାଯାଇଥିଲା। ନିର୍ବାଚନ ପରିଚାଳନା ପାଇଁ ୧,୦୨୩ ବିଇଏସ୍‌ଟି ବସ୍‌, ୧୦୧ ରାଜ୍ୟ ପରିବହନ ନିଗମ ବସ୍‌, ୧,୧୬୦ ଘରୋଇ ବସ୍‌ ଏବଂ ୫୮୧ ଟ୍ୟାକ୍ସି ସମେତ ୨,୮୬୫ ଯାନବାହନ ନିୟୋଜିତ ହୋଇଥିଲା। ୨୨୭ ଆସନ ପାଇଁ ୧,୭୦୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଅପରାହ୍ନ ୫ଟା ୩୦ ସୁଦ୍ଧା ୪୬-୫୦% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ (ଏସ୍‌ଇସି) ଦୀନେଶ ଓ୍ବାଘମରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏତେ ବନ୍ଦୋବସ୍ତ ସତ୍ତ୍ୱେ କେତେକ ସ୍ଥାନରେ ଅଙ୍ଗୁଳିର ଅଲିଭା କାଳି ଲିଭିଯାଇଥିବା ଅଭିଯୋଗ ଆଣି ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍‌ କହିଛନ୍ତି, ଶାସକ ମହାୟୁତିକୁ ସୁହାଇଲା ଭଳି ଅସାଧୁ ଉପାୟ ଅବଲମ୍ବନ କରାଯାଇଛି। ପୂରା ପ୍ରଶାସନ ସରକାରଙ୍କୁ ଜିତାଇବା ପାଇଁ ଲାଗିପଡ଼ିଛି। କ୍ଷମତା ଦୁରୁପଯୋଗର ବି ସୀମା ଥାଏ। ତେବେ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ଏପରି କାର୍ଯ୍ୟ କରୁଥିଲେ ଏମ୍‌ଏନ୍‌ଏସ୍‌ କର୍ମୀମାନେ ସତର୍କ ହୁଅନ୍ତୁ ବୋଲି ରାଜ୍‌ ଆହ୍ବାନ ଦେଇଥିଲେ। ସେହିପରି ଶିବସେନା ମୁଖ୍ୟ ଉଦ୍ଧବ କହିଛନ୍ତି, ରାଜ୍ୟରେ ମହାନଗର ନିଗମ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି। ସାନିଟାଇଜର ଲଗାଇଲେ ଭୋଟରଙ୍କ ଅଙ୍ଗୁଳିରୁ ସହଜରେ କାଳି ଲିଭିଯାଉଛି। ଏହା ଗଣତନ୍ତ୍ରର ହତ୍ୟା ଉଦ୍ୟମ ସଦୃଶ। ଭାଜପାର ବର୍ବର, ଠକ, ଦୁର୍ନୀତିଗ୍ରସ୍ତ ଓ ଏକଚ୍ଛତ୍ରବାଦୀ ଶାସନକୁ ହଟାଇବା ପାଇଁ ଉଦ୍ଧବ ଆହ୍ବାନ ଦେଇଥିଲେ। ଏସ୍‌ଇସି ଓ୍ବାଘମରେ ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିଥିବାରୁ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ଉଦ୍ଧବ ଦାବି କରିଛନ୍ତି।
ଭୋଟିଂ ବେଳେ ପୁଣେସ୍ଥିତ ଭାଜପାର କେତେକ ଅଫିସରେ କାଳି ଲିଭା ମାର୍କର ଠାବ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) କର୍ମୀମାନେ ଭାଜପା ଅଫିସକୁ ଧସେଇ ପଶି କାଳି ଲିଭାଇବା ପାଇଁ ଉଦ୍ଦିଷ୍ଟ କ୍ଲିନର୍‌ ବୋତଲ ଠାବ କରିଥିଲେ। ଏପରି କି ଭାଜପା କର୍ମୀମାନେ କେତେଜଣ ମହିଳା ଭୋଟରଙ୍କ ଅଙ୍ଗୁଳିର କାଳି ହଟାଇ ପୁଣି ମତଦାନ କରିବାକୁ ପ୍ରବର୍ତ୍ତାଉଥିଲେ ବୋଲି ଏନ୍‌ସିପି ନେତା ରୂପାଲୀ ଚକନକାର କହିଛନ୍ତି। ଏନେଇ ଏନ୍‌ସିପି ପକ୍ଷରୁ ଭାଜପା ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଏହାବାଦ୍‌ ଅନେକ ବୁଥ୍‌ରେ ମତଦାତାମାନେ ଭୋଟର ଲିଷ୍ଟରେ ସେମାନଙ୍କ ନାମ ନ ଥିବା ଅଭିଯୋଗ ଆଣିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ବେଳେ ଭୋଟ ଦେଇଥିବା ମତଦାତା ମହାନଗର ନିଗମ ନିର୍ବାଚନ ବେଳେ ତାଲିକାରେ ସେମାନଙ୍କ ନାମ ନ ପାଇ ଘରକୁ ଫେରିଯାଇଥିବା ଅଭିଯୋଗ ହୋଇଛି। ବିଏମ୍‌ସି କମିଶନର ଭୂଷଣ ଗଗରାନି କହିଛନ୍ତି, କାଳିକୁ ନେଇ ଆସିଥିବା ଅଭିଯୋଗ ଉପରେ ଆମେ ତଦନ୍ତ କରିବୁ। ନଖରେ ଲାଗିଥିବା କାଳିକୁ ଲିଭାଯାଇପାରିବ କିନ୍ତୁ ସ୍କିନ୍‌ରୁ କାଳି ହଟାଯାଇପାରିବ ନାହିଁ ବୋଲି ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି। ଭୋଟରଙ୍କ ହାତରୁ ଯେପରି କାଳି ନ ଲିଭିବ ତାହା ରିଟର୍ନିଂ ଅଫିସରମାନେ ସୁନିଶ୍ଚିତ କରନ୍ତୁ ବୋଲି ଏସ୍‌ଇସି ଓ୍ବାଘମରେ କହିଥିଲେ। ଏପରି କି ଯେଉଁ ଭୋଟରମାନେ ନିଜ ଅଙ୍ଗୁଳିରୁ କାଳି ଲିଭାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ୨ ଥର ଭୋଟ ଦେବା ଏକ ଅପରାଧ।
ଯେ, ଏହା ପୂର୍ବରୁ ୨୦୧୭ ଫେବୃଆରୀରେ ବିଏମ୍‌ସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୨ରେ ୫ ବର୍ଷିଆ ଅବଧି ପୂରଣ ହୋଇଥିଲା। କିନ୍ତୁ ଓବିସି ସଂରକ୍ଷଣ ବିବାଦ, ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ଓ କୋଭିଡ୍‌-୧୯ ମହାମାରୀ ଯୋଗୁ ନିର୍ବାଚନକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା। ଗତ ୪ ବର୍ଷ ହେଲା ସରକାର-ନିଯୁକ୍ତ ପ୍ରଶାସକଙ୍କ ଦ୍ୱାରା ବିଏମ୍‌ସି ପରିଚାଳିତ ହେଉଥିଲା। ମୁମ୍ବାଇ ସହ ଛତ୍ରପତି ସମ୍ଭାଜୀନଗର, ନଭି ମୁମ୍ବାଇ, ଭସାଇ-ଭିରାର, କଲ୍ୟାଣ-ଦୋମ୍ବିଭ୍ଲି, କୋହ୍ଲାପୁର, ନାଗପୁର, ସୋଲାପୁର, ଅମରାବତୀ, ଅକୋଲା, ନାଶିକ, ପିମ୍ପରି-ଚିଞ୍ଚଓ୍ବାଡ୍‌, ପୁଣେ, ଉହ୍ଲାସନଗର, ଠାଣେ, ଚନ୍ଦ୍ରପୁର, ପରଭାନି, ମୀରା-ଭୟଣ୍ଡର, ନାନ୍ଦେଡ-ଓ୍ବାଘଲା, ପନ୍‌ଭେଲ, ଭିଓ୍ବଣ୍ଡି-ନିଜାମପୁର, ଲାତୁର, ମାଲେଗାଓଁ, ସାଙ୍ଗ୍‌ ଲି-ମିରାଜ-କୁପଓ୍ବାଡ୍‌, ଜଲଗାଓଁ, ଅହିଲ୍ୟାନଗର, ଧୁଲେ, ଜଲ୍‌ନା ଓ ଇଚାଲକରଞ୍ଜି ମହାନଗର ନିଗମ ପାଇଁ ମଧ୍ୟ ଭୋଟ ଗ୍ରହଣ ହୋଇଛି। ତେବେ ବିଏମ୍‌ସି ସମେତ ୨୯ ମହାନଗର ନିଗମ ମଧ୍ୟରୁ କାହା ଦଖଲକୁ କେଉଁଟା ଯାଉଛି ତାହା ଶୁକ୍ରବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ୍‌ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣ ପଶିଲେ ଭାରତୀୟ ଖେଳାଳି

ମୁମ୍ବାଇ,୪।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପୂର୍ବରୁ, ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଆଶୀର୍ବାଦ ନେବାକୁ ଯାଇଥିଲେ। ମାର୍ଚ୍ଚ…

ଇରାନର ଧମକ ପରେ ଟ୍ରମ୍ପଙ୍କ ପାଲଟା ଆକ୍ରମଣ, ହୋର୍ମୁଜକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ହୋର୍ମୁଜ୍ ଷ୍ଟ୍ରେଟକୁ ବନ୍ଦ କରିବାର ଧମକ ସମ୍ପର୍କରେ ଏକ…

ଜଳିଲା କାଏମା ପାହାଡ: ନିଆଁ ଲଗାଇ ଚାଲିଗଲେ ଦୃର୍ବୁତ୍ତ ବନ ବିଭାଗର ଦାୟିତ୍ୱ ଉପରେ ଉଠିଲା ପ୍ରଶ

ଧର୍ମଶାଳା,୪।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଐତିହାସିକ କାଏମା ପାହାଡରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ଦୀର୍ଘ ସମୟ ଧରି ପାହାଡରେ…

ରକ୍ତରେ ହୋଲି ଖେଳିଲେ ସ୍ବାମୀ, ପ୍ରେମିକ ସହ ରହୁଥିବା ବେଳେ ସ୍ତ୍ରୀକୁ ହାଣି ହତ୍ୟା

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହିତ ରହୁଥିବା ବେଳେ ସ୍ବାମୀ ଯାଇ ହତ୍ୟା କରିଥିବା…

ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ…

ବାଥରୁମରେ ସନ୍ତାନ ଜନ୍ମ ଦେଲେ ୧୬ ବର୍ଷୀୟା ଛାତ୍ରୀ: ତା’ପରେ ଯାହା ଘଟିଲା, ଜାଣିଲେ ଫାଟିଯିବ କଲିଜା

ହାଇଦ୍ରାବାଦ୍‌,୪।୩: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଇଣ୍ଟରମିଡିଏଟ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କମାଲ୍‌ କରିଦେଲା ଭାରତ: ଥରିବ ପାକିସ୍ତାନ, ଆମେରିକା ମଧ୍ୟ ହୋଇଯିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୩: ବିଶ୍ୱ ବର୍ତ୍ତମାନ ଶସ୍ତା କିନ୍ତୁ ଘାତକ ଡ୍ରୋନ ଯୁଦ୍ଧର ପ୍ରଭାବ ଦେଖୁଛି। ଇରାନର କମ ମୂଲ୍ୟର ଶାହେଦ-୧୩୬ ଆତ୍ମଘାତୀ ଡ୍ରୋନ ଏବଂ ଆମେରିକାର LUCAS ଡ୍ରୋନ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri