ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ବିପର୍ଯ୍ୟୟ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। କେବଳ ବାତ୍ୟା ନୁହେଁ, ବନ୍ୟା, ମରୁଡି ମଧ୍ୟ ରାଜ୍ୟର କୃଷି କ୍ଷେତ୍ର ଏବଂ ଆର୍ଥତ୍କ ପ୍ରଗତିକୁ ନଷ୍ଟଭ୍ରଷ୍ଟ କରି ଦେଉଛି। ଗତ ୭ ବର୍ଷ ମଧ୍ୟରେ ରାଜ୍ୟକୁ ୫ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଏଥିରେ ପ୍ରାୟ ୨୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କୃଷିକ୍ଷେତ୍ର ସମେତ ବିଦ୍ୟୁତ୍‌, ଘରଦ୍ୱାର, ଅନ୍ୟାନ୍ୟ ଭିତ୍ତିଭୂମି ଛାରଖାର ହୋଇଯାଉଛି। ଏହାକୁ ଭରଣା କରିବାକୁ ଦୀର୍ଘ ସମୟ ଲାଗି ଯାଉଛି। ଅଣ୍ଟା ସଳଖି ଛିଡା ହେବା ବେଳକୁ ପୁଣି ଏକ ଦୁର୍ବିପାକ ରାଜ୍ୟରେ ଧ୍ୱଂସର ତାଣ୍ଡବ ଲୀଳା ରଚୁୁଛି।
୧୯୯୯ ମହାବାତ୍ୟା ପରେ ୨୦୧୩ ଅକ୍ଟୋବର୧୨ରେ ଫାଇଲିନ ବାତ୍ୟାକୁ ଦକ୍ଷିଣ ଓଡିଶା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩ ଜିଲାର ୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ଠିକ୍‌ ବର୍ଷକ ପରେ ଅର୍ଥାତ ୨୦୧୪ ଅକ୍ଟୋବର ୧୩ରେ ବାତ୍ୟା ହୁଡୁହୁଡୁ ଦକ୍ଷିଣ ଓଡିଶାକୁ ଧକ୍କା ଦେଇଥିଲା। କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା ଆଦି ଜିଲାରେ ୧ ଲକ୍ଷ ଘର ଭାଙ୍ଗିଥିଲା। ଏଥିଯୋଗୁ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ୍‌ ୨୦୧୮ ଅକ୍ଟୋବରରେ ବାତ୍ୟା ତିତ୍‌ଲି ପୁଣି ଦକ୍ଷିଣ ଉପକୂଳ ଓଡିଶାକୁ ଛାରଖାର କରିଦେଇଥିଲା। ଏଥିରେ ଗଞ୍ଜାମ, ଗଜପତି ସମେତ ୧୭ ଜିଲା ୧୨୮ ବ୍ଲକର ୮,୧୨୫ ଗ୍ରାମର ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହାର କ୍ଷୟକ୍ଷତି ୨,୭୬୫ କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ଏହି ବାତ୍ୟା ବିଭୀଷିକାକୁ ବର୍ଷେ ପୂରଣ ହୋଇ ନ ଥିବା ବେଳେ ଅଦିନିଆ ସାମୁଦ୍ରିକ ଝଡ଼ ଫନୀ ୨୦୧୯ ମେ ୩ରେ ରାଜ୍ୟର ୧୪ ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରି ଦେଇଥିଲା। ଏହି ବାତ୍ୟାରେ ରାଜ୍ୟର ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍‌, ପାନୀୟ ଜଳ, ଘରଦ୍ୱାର ଓ ସବୁଜ ବଳୟ ଧ୍ୱଂସ ହୋଇଥିଲା। ଫନୀକୁ ବର୍ଷ ପୂରିବା ପରେ ୨୦୨୦ ମେ ୨୦ରେ ସାମୁଦ୍ରିକ ଝଡ ‘ଅମ୍ଫନ’ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାରେ ଭୟଙ୍କର କ୍ଷୟକ୍ଷତି ହୋଇଥିଲା। ଏହି ସବୁ ଜିଲାର ୯୨ ବ୍ଲକ, ୧୫୫୮ ପଞ୍ଚାୟତର ୯୮୩୩ ଗ୍ରାମ ଏବଂ ୨୨ ପାୈରାଞ୍ଚଳର ୨୭୨ ୱାର୍ଡର ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଥିଲେ। ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା।
ତେବେ ଚଳିତବର୍ଷ ସେପ୍ଟେମ୍ବରରେ ଲଘୁଚାପଜନିତ ବର୍ଷାରେ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଯୋଗୁ ଉତ୍ତର ଏବଂ ଉପକୂଳ ଓଡିଶାର ଅନେକ ଜିଲା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁ ରାଜ୍ୟର ୨୦ଟି ଜିଲା ପ୍ରଭାବିତ ହୋଇଛି। ଚଳିତ ବନ୍ୟାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୩୮୨ ଘର ଭାଙ୍ଗିଛି। ସେହିପରି ୧ ଲକ୍ଷ ୬୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୧୧୨ ବ୍ଲକ ଅଧୀନରେ ଥିବା ୮୯୬ ପଞ୍ଚାୟତର ୩୨୫୬ ଗ୍ରାମ ପ୍ରଭାବିତ ହୋଇଛି। ଏ ନେଇ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରୁଛନ୍ତି। ଏହି କ୍ଷତି ପ୍ରାୟ ୫ ହଜାର କୋଟି ଟପିଯିବ ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପ୍ରାକୃତିକ ବିପତ୍ତି ଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉ ନାହିଁ, ବହୁମୂଲ୍ୟ ଜୀବନ ମଧ୍ୟ ହରାଇବାକୁ ପଡୁଛି। ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିିକ ବିପର୍ଯ୍ୟୟରେ ୧୧,୫୫୫ ଜଣଙ୍କ ଜୀବନ ଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରେ ୫୦୧ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦୧୨-୧୩ରେ ୪୪୪, ୨୦୧୩-୧୪ରେ ୫୩୮, ୨୦୧୪-୧୫ରେ ୪୮୨, ୨୦୧୫-୧୬ରେ ୧୩୩୬, ୨୦୧୬-୧୭ରେ ୧୭୧୦, ୨୦୧୭-୧୮ରେ ୨୩୨୫, ୨୦୧୮-୧୯ରେ ୨୫୫୦, ୨୦୧୯-୨୦ରେ ୧୫୫୦ ଏବଂ ୨୦୨୦ ସେପ୍ଟେମ୍ବର ସୁଦ୍ଧା ୧୧୫ ଜଣଙ୍କର ଦୈବୀ ବିପତ୍ତି ଯୋଗୁ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ଅଛନ୍ତି ଅଲି ଖାମନେଇ? ଇସ୍ରାଏଲ-ଆମେରିକା ବୋମା ବର୍ଷା ଭିତରେ କେମିତି ଅଛନ୍ତି ଇରାନର ସୁପ୍ରିମ ଲିଡର

ତେହରାନ,୨୮।୨: ଇସ୍ରାଏଲ ଏବଂ ଆମେରିକା ଇରାନ ବିରୁଦ୍ଧରେ ଯୁଦ୍ଧ ଡାକ ଦେଇଛନ୍ତି। ତେହେରାନ ଏବଂ ଇରାନର ଅନ୍ୟ ଅନେକ ସହରରେ ବିସ୍ଫୋରଣ ଶୁଣାଯାଇଛି। ଇରାନର ରାଜଧାନୀ ଉପରେ…

ଯୌନଶୋଷଣ ନିରୋଧ ଆଇନ ସଚେତନତା

ପୁରୁଷୋତ୍ତମପୁର,୨୮ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଶନିବାର ଯୌନଶୋଷଣ ନିରୋଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ…

ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ଆଗକୁ ଆସିଲେ ଜନଜାତି ମହିଳା

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଆସନ୍ତା ମାର୍ଚ୍ଚ ୮ରେ ମହିଳା ପାଳନ କରିବେ ବିଶ୍ୱ ମହିଳା ଦିବସ। ଏଥିପାଇଁ ଏବେଠାରୁ ଗାଁଠାରୁ ଦାରିଙ୍ଗବାଡ଼ି ସହର ପର୍ଯ୍ୟନ୍ତ ଚଳଚଞ୍ଚଳ। ଦାରିଙ୍ଗବାଡ଼ି ପଞ୍ଚାୟତ…

ସୁନାରେଟ୍‌ରେ ବଡ଼ ବିସ୍ଫୋରଣ! ଯୁଦ୍ଧ ଭିତରେ ୨୩ହଜାର ବଢିଯିବ ଦର

ନୂଆଦିଲ୍ଲୀ,୨୮।୨: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶ ବିରୋଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନ ଆକ୍ରମଣ କରି ପ୍ରତିଶୋଧ…

ଥାଲାପତି ବିଜୟ ହେବେ ମୁଖ୍ୟମନ୍ତ୍ରୀ…ଛାଡପତ୍ର ବିବାଦ ଭିତରେ ଆସିଲା ବଡ଼ ଖବର!

ମୁମ୍ୱାଇ: ତାମିଲ ସିନେମାର ସୁପରଷ୍ଟାର ଥାଲାପତି ବିଜୟ ବର୍ତ୍ତମାନ ବିବାଦରେ ଘେରି ରହିଛନ୍ତି। ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସବୁବେଳେ ଖବରର ଶିରୋନାମା ପାଲଟିଛି। ପ୍ରଥମେ,…

ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ନିଆଁବାଣ ପ୍ରଭାତ ବିଶ୍ୱାଳ, ଏକପାଖିଆ ନିଷ୍ପତ୍ତି କହି…

ଭୁବନେଶ୍ୱର,୨୮ା୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଯିଏ ଦଳ ପାଇଁ…

କିଶୋରୀ ମେଳାରେ ପୋଷଣ ଅଭିବୃଦ୍ଧିକୁ ଗୁରୁତ୍ୱ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଦିନକୁ ଦିନ ଖାଦ୍ୟ ଗ୍ରହଣରେ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ସମେତ କିଶୋରୀମାନେ ଅନେକ ସମୟରେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଗଲା ଥଲାପତି ବିଜୟଙ୍କ ଘର: ବଢୁଛି ଚର୍ଚ୍ଚା

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri