ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ବିପର୍ଯ୍ୟୟ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। କେବଳ ବାତ୍ୟା ନୁହେଁ, ବନ୍ୟା, ମରୁଡି ମଧ୍ୟ ରାଜ୍ୟର କୃଷି କ୍ଷେତ୍ର ଏବଂ ଆର୍ଥତ୍କ ପ୍ରଗତିକୁ ନଷ୍ଟଭ୍ରଷ୍ଟ କରି ଦେଉଛି। ଗତ ୭ ବର୍ଷ ମଧ୍ୟରେ ରାଜ୍ୟକୁ ୫ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଏଥିରେ ପ୍ରାୟ ୨୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କୃଷିକ୍ଷେତ୍ର ସମେତ ବିଦ୍ୟୁତ୍‌, ଘରଦ୍ୱାର, ଅନ୍ୟାନ୍ୟ ଭିତ୍ତିଭୂମି ଛାରଖାର ହୋଇଯାଉଛି। ଏହାକୁ ଭରଣା କରିବାକୁ ଦୀର୍ଘ ସମୟ ଲାଗି ଯାଉଛି। ଅଣ୍ଟା ସଳଖି ଛିଡା ହେବା ବେଳକୁ ପୁଣି ଏକ ଦୁର୍ବିପାକ ରାଜ୍ୟରେ ଧ୍ୱଂସର ତାଣ୍ଡବ ଲୀଳା ରଚୁୁଛି।
୧୯୯୯ ମହାବାତ୍ୟା ପରେ ୨୦୧୩ ଅକ୍ଟୋବର୧୨ରେ ଫାଇଲିନ ବାତ୍ୟାକୁ ଦକ୍ଷିଣ ଓଡିଶା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩ ଜିଲାର ୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ଠିକ୍‌ ବର୍ଷକ ପରେ ଅର୍ଥାତ ୨୦୧୪ ଅକ୍ଟୋବର ୧୩ରେ ବାତ୍ୟା ହୁଡୁହୁଡୁ ଦକ୍ଷିଣ ଓଡିଶାକୁ ଧକ୍କା ଦେଇଥିଲା। କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା ଆଦି ଜିଲାରେ ୧ ଲକ୍ଷ ଘର ଭାଙ୍ଗିଥିଲା। ଏଥିଯୋଗୁ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ୍‌ ୨୦୧୮ ଅକ୍ଟୋବରରେ ବାତ୍ୟା ତିତ୍‌ଲି ପୁଣି ଦକ୍ଷିଣ ଉପକୂଳ ଓଡିଶାକୁ ଛାରଖାର କରିଦେଇଥିଲା। ଏଥିରେ ଗଞ୍ଜାମ, ଗଜପତି ସମେତ ୧୭ ଜିଲା ୧୨୮ ବ୍ଲକର ୮,୧୨୫ ଗ୍ରାମର ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହାର କ୍ଷୟକ୍ଷତି ୨,୭୬୫ କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ଏହି ବାତ୍ୟା ବିଭୀଷିକାକୁ ବର୍ଷେ ପୂରଣ ହୋଇ ନ ଥିବା ବେଳେ ଅଦିନିଆ ସାମୁଦ୍ରିକ ଝଡ଼ ଫନୀ ୨୦୧୯ ମେ ୩ରେ ରାଜ୍ୟର ୧୪ ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରି ଦେଇଥିଲା। ଏହି ବାତ୍ୟାରେ ରାଜ୍ୟର ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍‌, ପାନୀୟ ଜଳ, ଘରଦ୍ୱାର ଓ ସବୁଜ ବଳୟ ଧ୍ୱଂସ ହୋଇଥିଲା। ଫନୀକୁ ବର୍ଷ ପୂରିବା ପରେ ୨୦୨୦ ମେ ୨୦ରେ ସାମୁଦ୍ରିକ ଝଡ ‘ଅମ୍ଫନ’ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାରେ ଭୟଙ୍କର କ୍ଷୟକ୍ଷତି ହୋଇଥିଲା। ଏହି ସବୁ ଜିଲାର ୯୨ ବ୍ଲକ, ୧୫୫୮ ପଞ୍ଚାୟତର ୯୮୩୩ ଗ୍ରାମ ଏବଂ ୨୨ ପାୈରାଞ୍ଚଳର ୨୭୨ ୱାର୍ଡର ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଥିଲେ। ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା।
ତେବେ ଚଳିତବର୍ଷ ସେପ୍ଟେମ୍ବରରେ ଲଘୁଚାପଜନିତ ବର୍ଷାରେ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଯୋଗୁ ଉତ୍ତର ଏବଂ ଉପକୂଳ ଓଡିଶାର ଅନେକ ଜିଲା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁ ରାଜ୍ୟର ୨୦ଟି ଜିଲା ପ୍ରଭାବିତ ହୋଇଛି। ଚଳିତ ବନ୍ୟାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୩୮୨ ଘର ଭାଙ୍ଗିଛି। ସେହିପରି ୧ ଲକ୍ଷ ୬୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୧୧୨ ବ୍ଲକ ଅଧୀନରେ ଥିବା ୮୯୬ ପଞ୍ଚାୟତର ୩୨୫୬ ଗ୍ରାମ ପ୍ରଭାବିତ ହୋଇଛି। ଏ ନେଇ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରୁଛନ୍ତି। ଏହି କ୍ଷତି ପ୍ରାୟ ୫ ହଜାର କୋଟି ଟପିଯିବ ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପ୍ରାକୃତିକ ବିପତ୍ତି ଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉ ନାହିଁ, ବହୁମୂଲ୍ୟ ଜୀବନ ମଧ୍ୟ ହରାଇବାକୁ ପଡୁଛି। ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିିକ ବିପର୍ଯ୍ୟୟରେ ୧୧,୫୫୫ ଜଣଙ୍କ ଜୀବନ ଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରେ ୫୦୧ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦୧୨-୧୩ରେ ୪୪୪, ୨୦୧୩-୧୪ରେ ୫୩୮, ୨୦୧୪-୧୫ରେ ୪୮୨, ୨୦୧୫-୧୬ରେ ୧୩୩୬, ୨୦୧୬-୧୭ରେ ୧୭୧୦, ୨୦୧୭-୧୮ରେ ୨୩୨୫, ୨୦୧୮-୧୯ରେ ୨୫୫୦, ୨୦୧୯-୨୦ରେ ୧୫୫୦ ଏବଂ ୨୦୨୦ ସେପ୍ଟେମ୍ବର ସୁଦ୍ଧା ୧୧୫ ଜଣଙ୍କର ଦୈବୀ ବିପତ୍ତି ଯୋଗୁ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri