Posted inଜାତୀୟ

ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ମିଳିବ

ବେଙ୍ଗାଲୁରୁ,୧୭।୧:ଆଗକୁ କର୍ନାଟକ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇଦେବ ବୋଲି ସୋମବାର ପ୍ରତିଶ୍ରୁତି ଦେଇଛି। ଦଳର ଏକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହା ଘୋଷଣା କରିଛନ୍ତି। ଏକ ନିଃସର୍ତ୍ତ ସାର୍ବଜନୀନ ମୂଳ ଆୟ ଭାବେ ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କ ବ୍ୟାଙ୍କ ଖାତାକୁ ବର୍ଷକୁ ୨୪ ହଜାର ଟଙ୍କା ପଠାଯିବ ବୋଲି ସେ କହିଛନ୍ତି। କର୍ନାଟକରେ ଆସନ୍ତା ମେ’ ମାସରେ ବିଧାନସଭା ନିର୍ବାଚନ ହୋଇପାରେ। ରାଜ୍ୟର ପ୍ରତି ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦିଆଯିବା ବୋଲି କଂଗ୍ରେସ ପୂର୍ବରୁ ଘୋଷଣା କରିଥିଲା। ମହଙ୍ଗା ଏଲ୍‌ପିଜି ସାଙ୍ଗକୁ ଦୈନନ୍ଦିନ ଖର୍ଚ୍ଚ ବଢ଼ୁଥିବାରୁ ଗୃହିଣୀଙ୍କ ବୋଝ ଲାଘବ କରିବା ଗୃହଲକ୍ଷ୍ମୀ ଯୋଜନାର ଉଦ୍ଦେଶ୍ୟ ବୋଲି କଂଗ୍ରେସ କହିଛି। ରାଜ୍ୟର ସମସ୍ତ ମହିଳା ସଶକ୍ତ ହୁଅନ୍ତୁ ଓ ନିଜ ଗୋଡ଼ରେ ଛିଡ଼ା ହେବାକୁ ସମର୍ଥ ହୁଅନ୍ତୁ। ସେମାନେ ନିଜ ପିଲାଙ୍କ ଯତ୍ନ ନିଅନ୍ତୁ। ଏଥିପାଇଁ କର୍ନାଟକର ପ୍ରତ୍ୟେକ ମହିଳାଙ୍କୁ ଆର୍ଥତ୍କ ସ୍ବାବଲମ୍ବୀ କରିବାକୁ କଂଗ୍ରେସ ଚାହେଁ ବୋଲି କହିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ୧.୫ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ। କର୍ନାଟକରେ ଭାଜପା ସରକାର ଦୁର୍ନୀତିରେ ଲିପ୍ତ ରହିଛନ୍ତି। ନିଯୁକ୍ତିରେ ମନ୍ତ୍ରୀମାନେ ୪୦ ପ୍ରତିଶତ କମିଶନି ନେଉଛନ୍ତି। ଦରଦାମ୍‌ ବୃଦ୍ଧିକୁ ନେଇ ମହିଳାମାନେ ଅତିଷ୍ଠ ହୋଇପଡ଼ିଲେଣି। ରାଜ୍ୟର ମହିଳାମାନଙ୍କ ଲାଗି କଂଗ୍ରେସ ସ୍ବତନ୍ତ୍ର ଇସ୍ତାହାର ଆଣିବ ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri