ପୁତ୍ର ସନ୍ତାନର ଜନକ ହେଲେ ଆକାଶ, ଶ୍ଳୋକା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରଜିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାରକୁ ନବଜାତକଙ୍କ ପ୍ରବେଶ ହୋଇଛି। ଏବେ ମୁକେଶ ଏବଂ ନୀତା ଅମ୍ବାନୀ ଜେଜେ ବାପା, ଜେଜେ ମା ହୋଇଯାଇଛନ୍ତି। ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ଏବଂ ବୋହୁ ଶ୍ଲୋକା ମେହେଟ୍ଟା ଗୁରୁବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମୁକେଶ ଅମ୍ବାନୀ ନବଜାତକ ସହ ଫୋଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋକୋ ରାଜ୍ୟସଭା ସଦସ୍ୟ ଏବଂ ଉଦ୍ୟୋଗପତି ପରିମଳ ନାଥଓ୍ବାନି ନିଜର ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ଶେୟାର କରିଛନ୍ତି। ସୂଚନା ଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ଆକାଶ ଏବଂ ଶ୍ଲୋକାଙ୍କର ବିବାହ ହୋଇଥିଲା। ଏହି ୨ ଜଣ ସ୍କୁଲ ଫ୍ରେଣ୍ଡ ରହି ଆସିଛନ୍ତି। ଧୀରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ସେମାନେ ଶିକ୍ଷା ଗ୍ରହଣ କରିଛନ୍ତି। ଶ୍ଲୋକା ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ ଏବଂ ପଲିଟିକାଲ ସାଇନ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ବିଜନେସ କ୍ଷେତ୍ର ସହ ସେ ସମାଜ ସେବା କ୍ଷେତ୍ରରେ ମଧ୍ୟ ଜଡିତ ଅଛନ୍ତି। ୨୦୧୫ରେ ସେ କନେକ୍ଟ ଫର ନାମରେ ଏକ ଏନ୍‌ଜିଓ ଆରମ୍ଭ କରିଥିଲେ। ଏହା ଶିକ୍ଷା, ଖାଦ୍ୟ ଯୋଗାଣ ଏବଂ ଘର ଉପଲବ୍ଧ କରାଇବା ଦିଗରେ କାମ କରୁଛି। ଆକାଶ ଏବଂ ଶ୍ଲୋକାଙ୍କ ପ୍ରିଓ୍ବେଡିଂ ସେଲିବ୍ରେଶନ ସେଣ୍ଟ ମ୍ୟାରିଟ୍‌ଜରେ ରଖାଯାଇଥିଲା। ଏହା ୩ ଦିନ ଧରି ଚାଲିଥିଲା। ଏଥିରେ ବଲିଉଡ ସମେତ ବହୁ ସେଲିବ୍ରିଟି ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ, ମୁକେଶ ଅମ୍ବାନୀଙ୍କର ଆକାଶ ଏବେ ଜିଓରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଦେଢଲକ୍ଷ ତଳକୁ ଖସିଲା ସୁନା, ୨୨k କିଣିଲେ ଦେବାକୁ ପଡିବ…

ନୂଆଦିଲ୍ଲୀ,୨୯।୪: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱ ସ୍ତରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ହ୍ରାସ ପାଇଛି, ଯାହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ, କାହିଁକି ଭାରତରେ ସ୍ଥିର ରହିଛି ଦାମ୍‌? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୮।୪: ଇରାନ ସଙ୍କଟ ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର…

ମେ’ ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ, ଆପଣଙ୍କ ପକେଟ୍‌କୁ କରିବ ପ୍ରଭାବିତ, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୨୭।୪: ମେ ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହେବ । ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ଜୀବନ ଉପରେ ଏକ ବଡ଼…

ଚକୋଲେଟ କଥା ଛାଡନ୍ତୁ, ଏବେ ଆଇକ୍ରିମ ବି ହେବ ମହଙ୍ଗା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୭।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଶେଷ ହୋଇଯାଇପାରେ, କିନ୍ତୁ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଜାରି ରହିଥିବାରୁ ପୁଣି ଶତ୍ରୁତା ସୃଷ୍ଟି ହେବାର ଭୟ…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri