ବାପାଙ୍କୁ ଘାରିଛି ପୁଅକୁ ଡାକ୍ତର କରିବା ଚିନ୍ତା

ରାଜକନିକା,୧।୬(ଡି.ଏନ.ଏ.): ସବୁ ଛାତ୍ରୀଛାତ୍ର ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି ଏକାଠି କରି ଦିଅନ୍ତି। ସେମାନେ କଠିନ ପରିଶ୍ରମ କରି ଭବିଷ୍ୟତ ପାଇଁ ବହୁ ସ୍ବପ୍ନ ଦେଖନ୍ତି। ହେଲେ ଅଧିକାଂଶ ସମୟରେ ସେମାନଙ୍କ ଚଲାପଥରେ ବାଧକ ସାଜେ ଦାରିଦ୍ର୍ୟତା। ଫଳରେ ଉଜୁଡି ଯାଏ ସ୍ବପ୍ନର ଫସଲ, ଭାଙ୍ଗିଯାଏ ଅସୁମାରୀ ସ୍ବପ୍ନ ଓ ଅଭିଳାଷ। ହେଲେ ଦାରିଦ୍ର୍ୟତା ଭିତରେ ଡାକ୍ତର ହେବାର ଇଚ୍ଛାକୁ ଜାହିର କରି ଆସିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପାରିନୂଆପଡା ପଞ୍ଚାୟତ ଉଜାଙ୍ଗ ଗାଁର ଜାନୁ ଜେନାଙ୍କ ପୁଅ ପ୍ରଭାତ। ତାଙ୍କର ନିଆର ପ୍ରସାୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।
୨୦୧୯ରେ ପ୍ରଭାତ ମାଟ୍ରିକ ପରୀକ୍ଷାରେ ୮୬% ନମ୍ବର ରଖି ପାସ୍‌ କରିଥିଲେ। ଏହାପରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ୮୬% ରଖି ପାସ୍‌ କରିବା ପରେ ଡାକ୍ତରୀ ପଢ଼ିବା ନିମନ୍ତେ ମନ ବଳାଇଥିଲେ। ୨୦୨୨ରେ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିଲେ। ହେଲେ ଖୁବ୍‌ କମ୍‌ ନମ୍ବର ବ୍ୟବଧାନରେ ଅକୃତ୍ୟକାର୍ଯ୍ୟ ହୋଇଥିଲେ ବି ସେ ଭାଙ୍ଗି ପଡି ନାହାନ୍ତି। ଆସନ୍ତା ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ବୋଲି ଆଶା ରଖିଛନ୍ତି ପ୍ରଭାତ। ତାଙ୍କ ବାପା ଜାନୁ ଜଣେ ଦିନ ମଜୁରିଆ। ପର ଘରେ ମୂଲ ମଜୁରୀ ଲାଗି ସେ ପରିବାର ପ୍ରତିପୋଷଣ କରିନ୍ତି। ଏମିତି କି ନିଜର ଜମିବାଡ଼ି ନ ଥାଇ ଅନ୍ୟ ଜମିରେ ଭାଗଚାଷ କରି ଘରର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇଥାନ୍ତି ସେ। ତେଲଲୁଣର ସଂସାର ଚଳାଇବା ଯାହାପାଇଁ କଷ୍ଟକର ବ୍ୟାପର ସେ ପୁଅକୁ କିପରି ଡାକ୍ତରୀ ପାଠ ପଢ଼ାଇବେ ତାହା ଜାଣିପାରୁନାହାନ୍ତି। ପୁଅର ଡାକ୍ତରୀ ପଢ଼ିବା ନିଶା ତାଙ୍କ ଚିନ୍ତା ବଢାଇ ଦେଇଛି। ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା ପୁଅର ପ୍ରୟାସ ତାଙ୍କ ଗରିବୀ ପଣକୁ ଅଟ୍ଟହାସ୍ୟ କରୁଛି ବୋଲି ସେ ଅଭିମାନ ଛଳରେ କହିଛନ୍ତି। ହେଲେ ପୁଅର ଏକା ଜିଦ୍‌ ସେ ଡାକ୍ତରୀ ପାଠ ପଢ଼ିବ । ଏଥିପାଇଁ ପ୍ରଭାପ ବାପାଙ୍କ ଅସହାୟତାକୁ ଦେଖି ଭଲ କୋଚିଂ ସେଣ୍ଟରରେ ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି ା ବରଂ ୟୁଟ୍ୟୁବ୍‌ରେ ବିଭିନ୍ନ ସାଇଟ୍‌ ଖୋଲି ସେ ପାଠ ପଢ଼ୁଛନ୍ତି। ଏଥିପାଇଁ ତାଙ୍କୁ ଏକ ପୁରୁଣା ମୋବାଇଲ ବି ଯୋଗାଡ଼ କରିବାକୁ ପଡିଛି। ହେଲେ ପ୍ରତିମାସର ନେଟ୍‌ ପ୍ୟାକ୍‌ ପକେଇବାକୁ ସେ ଅସମର୍ଥ। ଏହା ସହିତ ଏନ୍‌ସିଇଆରଟି ନିଟ୍‌ ପାଠପଢା ନିମନ୍ତେ ଆବଶ୍ୟକ ବହି ନ ଥିବାରୁ ସେ କେବଳ ୟୁଟ୍ୟୁବ୍‌ ଉପରେ ଭରସା ରଖି ପାଠ ପଢୁଥିବା ପ୍ରଭାତ କହିଛନ୍ତି। କଟକ, ଭୁବନେଶ୍ୱର ଭଳି ସହରରେ ପାଠପଢାର ଆବଶ୍ୟକ ବହି ଲାଇବ୍ରେରୀରୁ ମିଳୁଥିବା ବେଳେ, ଗ୍ରାମାଞ୍ଚଳରେ ଏସବୁ ସୁବିଧା ନ ଥିବାରୁ ସେ ଏବେ ଫ୍ଲିପ୍‌ କାର୍ଡ ଯୋଗେ କିଛି ବହି ୬୦୦ ଟଙ୍କାର ମଗେଇଥିବା କହିଛନ୍ତି। ତାଙ୍କର ପାଠପଢା ପାଇଁ ବହୁତ ବହିର ଆବଶ୍ୟକତା ରହିଛି। ସୁତରାଂ ଏଭଳି ଜଣେ ମେଧାବୀ ଛାତ୍ରଙ୍କ ଡାକ୍ତରୀ ପାଠପଢ଼ା ପାଇଁ ରହିଥିବା ସ୍ବପ୍ନ ପୂରଣ ନିମନ୍ତେ କୌଣସି ସହୃଦୟ ବ୍ୟକ୍ତିଙ୍କ ସହଯୋଗର ଆବଶ୍ୟକତା ରହିଛି। ସରକାରୀ ଓ ବେସରକାରୀ ସହାୟତା ମିଳିଳେ ପ୍ରଭାତଙ୍କ ପାଠପଢା ସହଜ ଆଉ ସୁଗମ ହୋଇପାରନ୍ତା ବୋଲି ଜାନୁ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri