ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଶ୍ୱଶୁର, ଚାଲିଗଲା ବୋହୂଙ୍କ ଜୀବନ, ଆଇସିୟୁରେ ପୁଅ

ବାରଙ୍ଗ,୧ା୧୨(ଲିଙ୍ଗରାଜ ରାଉତ): ଶନିବାର ରାତିରେ ବାରଙ୍ଗ ଥାନା ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅ-ବୋହୂଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ(୩୭)ଙ୍କର ମୃତ୍ୟୁ ଘଟିଛି। ପୁଅ ଦୀନବନ୍ଧୁ ରାଉତ(୪୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି।
ପ୍ରକାଶ ଯେ, ଶନିବାର ରାତିରେ ନିଶାସକ୍ତ ବାପା ଗୋବର୍ଦ୍ଧନ ପାରିବାରିକ କଳହ କାରଣରୁ ପେଟ୍ରୋଲ ପକାଇ ପୁଅ ଓ ବୋହୂଙ୍କୁ ନିଆଁ ଲଗାଇ ଦେଇ ଛାତ ଉପରେ ଲୁଚିଥିଲେ। ପୋଲିସ ଆସି ଛାତ ଉପରୁ ଗୋବର୍ଦ୍ଧନଙ୍କୁ ଧରି ଥାନାକୁ ନେଇଥିଲେ। ଗ୍ରାମବାସୀ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ
ଡାକ୍ତରଖାନାକୁ ପଠାଇଥିଲେ। ରବିବାର ସକାଳୁ ବାରଙ୍ଗ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

Share
Tags: Fire