ଅନ୍ଧାରରେ ୩୦୦ ଛାତ୍ରୀଙ୍କ ଭାଗ୍ୟ

ବାଲିଆପାଳ,୪ା୭(ସ୍ବ.ପ୍ର): ସରକାର ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏବେବି ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି। ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବା ସହିତ ଶିକ୍ଷାକୁ ରାଜ୍ୟ ସରକାର ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ଶିକ୍ଷାର ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି। ହେଲେ ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକ ବିକଶିତ ହୋଇ କେବେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ହେବ ଏହାକୁ ନେଇ ଗାଁରୁ ସହର ସବୁଠି ଚର୍ଚ୍ଚା ଲାଗି ରହିଛି।
ବ୍ଲକର ମଧୁପୁରା ଗ୍ରାମ ପଞ୍ଚାୟତରେ ବାଲିଆପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅବସ୍ଥିତ। ଏହା ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥାଇ ଦିନକୁ ଦିନ ଜରାଜୀର୍ଣ୍ଣ ହୋଇ ପିଲାଙ୍କର ଆକର୍ଷଣ ହରାଇବାରେ ଲାଗିଛି। ଭଙ୍ଗା ଆଜବେଷ୍ଟସ ଘରେ ୩୦୦ରୁ ଊଦ୍ଧର୍‌ବ ଛାତ୍ରୀ ବିପଦଜନକ ଅବସ୍ଥାରେ ପାଠ ପଢୁଥିବାରୁ ସେମାନଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ୧୯୬୮ରୁ ସ୍ଥାପିତ ଏହି ବିଦ୍ୟାଳୟର ଆଜବେଷ୍ଟସ ଛପର ଘର ଏବେବି ଦୟନୀୟ ଅବସ୍ଥାରେ ରହିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ, ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ନଜର ପଡୁ ନାହିଁ। ବିଦ୍ୟାଳୟଟି ଏବେ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ଏହି ବିଦ୍ୟାଳୟ ୭/୮ଟି ପଞ୍ଚାୟତର କେନ୍ଦ୍ର ସ୍ଥଳରେ ଥିବାରୁ ପ୍ରତିବର୍ଷ ଶତାଧିକ ଛାତ୍ରୀ ନାମ ଲେଖାଇଥାନ୍ତି। ଶିକ୍ଷାଦାନ ନିମନ୍ତେ ମୋଟ୍‌ ୧୭ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ନିଯୁକ୍ତ ଅଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ଉକ୍ତ ବିଦ୍ୟାଳୟଟି ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମି ସୁଦୃଢ଼ ଦିଗରେ କୌଣସି ସରକାରୀ ଅଧିକାରୀଙ୍କ ଦୃଷ୍ଟି ପଡୁନାହଁି। ବିଗତ ବାତ୍ୟାରେ ଶ୍ରେଣୀଗୃହର ଆଜବେଷ୍ଟସ ଛପର ଅନେକ ସ୍ଥାନରେ ଭାଙ୍ଗିରୁଜି ଯାଇଛି। ସାମାନ୍ୟ ବର୍ଷା ହେଲେ ଶ୍ରେଣୀ ଗୃହରେ ବର୍ଷା ଜଳ ପଡ଼ିବା ଯୋଗୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଖେଳପଡ଼ିଆକୁ ବଜାରର ନାଳ ନର୍ଦ୍ଦମା ପାଣି ପଶି ଆସି କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବାରୁ ଛାତ୍ରୀମାନେ ଖେଳିବାରୁ ବଞ୍ଚତ୍ତ ହେଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ଖେଳପଡ଼ିଆର ଉନ୍ନତିକରଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ କାଳୀଚରଣ ଜେନା ବିଧାୟକ ଓ ବିଇଓଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହଁି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ପାତ୍ର କହନ୍ତି, ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ବିଧାୟକ ଓ ଏମ୍‌ପିଙ୍କୁ ସମସ୍ୟା ସମ୍ବନ୍ଧୀୟ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ଏଯାବତ୍‌ କୌଣସି ସମାଧାନ ହୋଇପାରି ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri