ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ ଦିନ ଗଣୁଛନ୍ତି। ଉପଖଣ୍ଡ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନଙ୍କ କହିବା ଅନୁଯାୟୀ, ପର୍ଯାପ୍ତ ଟ୍ୟାଗ୍‌ ବ୍ୟବସ୍ଥା ଚାଲିଛି। ୨/୪ ଦିନ ଭିତରେ ବ୍ୟବସ୍ଥାରେ ସୁଧାର ଆସିବ, ମିଲର୍ସଙ୍କୁ ଧାନ ଉଠାଇବା ପାଇଁ ଟ୍ୟାଗ୍‌ ଦିଆଯିବ। ଅପରପକ୍ଷେ ଚାଷୀଙ୍କ ଧାନ ଖୋଲାଆକାଶରେ ପଡ଼ିରହିଛି। ଯେଉଁ ମିଲର୍ସଙ୍କ ଟାର୍ଗେଟ୍‌ ଅଛି ସେମାନେ ମନମୁତାବକ କଟ୍‌ନି କରି ଧାନ ଉଠାଉଥିବା ଅଭିଯୋଗ ହେଉଛି। ଚାଷୀଙ୍କ ଟୋକନ ତାରିଖ ଅତିକ୍ରମ କରିଥିବା ବେଳେ ସେମାନେ ପୁଣି ନିର୍ଦ୍ଧାରିତ ୧୫ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ମଣ୍ଡିକୁ ଦିନକୁ ମାତ୍ର ୧୫୦ରୁ ୨୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆହେଉଛି, ଯାହାକି ଧାନବିକ୍ରିକୁ ମନ୍ଥର କରିଦେବା ସହିତ କଟ୍‌ନି ଛଟ୍‌ନିକୁ ପ୍ରୋତ୍ସାହନ କରୁଛି। ପଦ୍ମପୁର ବ୍ଲକ ଉପାନ୍ତ ମଣ୍ଡି ଦହିତା, ଦହିଗାଁ, ବୁଡ଼େନ, ଜମଲା, କନସିଂହା ସମେତ ଉପଖଣ୍ଡର ପାଇକମାଳ, ଝାରବନ୍ଧ, ଗାଇସିଲେଟ ଅଞ୍ଚଳର ୯୩ଟି ମଣ୍ଡିରେ ଅଚଳାବସ୍ଥା ଦେଖାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଶୁକ୍ରବାର ସୁଦ୍ଧା ପଦ୍ମପୁର ଉପଖଣ୍ଡ ୯୩ ମଣ୍ଡିରେ ୧୧ ଲକ୍ଷ ୮୭ ହଜାର ପ୍ୟାକେଟ୍‌ ଧାନ ପଡ଼ିରହିଥିବା ନିମନ୍ତ୍ରିତ ବଜାର କମିଟି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସର୍ବାଧିକ ପାଇକମାଳ ବ୍ଲକ ଝିଟିକି ମଣ୍ଡିରେ ୫୯ ହଜାର ପ୍ୟାକେଟ୍‌, ପାଇକମାଳରେ ୪୩ ହଜାର ପ୍ୟାକେଟ୍‌, ଧାରୋଲରେ ୩୭ ହଜାର, ଝାରବନ୍ଧ ବ୍ଲକ ଅମଠି, ଭଏସାଦର୍ହା, ଲୌଡିଦର୍ହଆରେ ସମେତ ଅନେକ ଉପାନ୍ତ ମଣ୍ଡିରେ ୩୧ ହଜାର ୫୦୦, ଲାଖମରାରେ ୩୮ ହଜାର, ଦହିଗାଁରେ ୨୯ ହଜାର ପ୍ୟାକେଟ୍‌ ଧାନ ପଡ଼ିରହିଛି। ଏପର୍ଯ୍ୟନ୍ତ ୬୧ ହଜାର ୪୮୪ ଜଣ ଚାଷୀ ୨୫ ଲକ୍ଷ ୪୨ ହଜାର ୪୦୯ କୁଇଣ୍ଟାଲ ଧାନ ବିକ୍ରି କରିଥିବା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପଣ୍ଡା ସୂଚନା ଦେଇଛନ୍ତି। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ୍‌ ଶତପଥୀ କହିଛନ୍ତି, ଚଳିତବର୍ଷ ସବୁଠାରୁ ବଡ଼ ବ୍ୟତିକ୍ରମ ହେଲା ଟୋକନ ଓ କଟ୍‌ନି ସମସ୍ୟା। ଆଜିପର୍ଯ୍ୟନ୍ତ ମଧ୍ୟ ଚାଷୀଙ୍କ ଟୋକନ ଆସିନାହିଁ। ଯେଉଁ ଚାଷୀମାନଙ୍କର ଟୋକନ ଆସିଛି ଧାର୍ଯ୍ୟ ଜମି ପରିମାଣରୁ ବହୁତ କମ୍‌ ଆସିଛି। ଅପରପକ୍ଷରେ ମିଲର୍ସଙ୍କୁ ପ୍ରଶାସନ ତାଗିଦ୍‌ କରିପାରୁନାହାନ୍ତି। ତେଣୁ ଚାଷୀ ସେମାନଙ୍କ ଅମଳ ଧାନ ବାଧ୍ୟହୋଇ ଦଲାଲ ହାତରେ ଟେକିଦେଉଛନ୍ତି। ୨୮ ଫେବୃଆରୀ ସୁଦ୍ଧା ଧାନ ନ ଉଠିଲେ ଅଞ୍ଚଳର ଚାଷୀ ସେମାନଙ୍କ ଧାନକୁ ସରକାରୀ କାର୍ଯ୍ୟାଳୟରେ ପୂରାଇବେ ବୋଲି ଧମକ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ରବିବାର ପ୍ରସିଦ୍ଧ ଭାରତୀୟ ସଙ୍ଗୀତ ଗାୟିକା ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri