Posted inଫୁରସତ

ପ୍ରସିଦ୍ଧ ଶୈବପୀଠ ବୈଦ୍ୟନାଥ ମନ୍ଦିର

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର, ଯାହାକୁ କେହି କେହି ବାବା ବୈଦ୍ୟନାଥ ଧାମ କିମ୍ବା ବୈଦ୍ୟନାଥ ମନ୍ଦିର ବୋଲି ମଧ୍ୟ କହିଥାନ୍ତି। ଦେବ ଦେବ ମହାଦେବଙ୍କର ଏହି ଲୋକପ୍ରିୟ ଶୈବପୀଠଟି ଝାଡ଼ଖଣ୍ଡର ଦେଓଘରଠାରେ ଅବସ୍ଥିତ। ଭାରତରେ ଦେଖିବାକୁ ମିଳୁଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଗୋଟିଏ ହୋଇଥିବାରୁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କର ଯା’ଆସ ଲାଗି ରହିଥାଏ। କିନ୍ତୁ ବିଶେଷକରି ମହାଶିବରାତ୍ରୀ ଓ ଶ୍ରାବଣ ମାସରେ ଏଠାରେ ଶ୍ରଦ୍ଧାଳୁଙ୍କର ଖୁବ୍‌ ଭିଡ଼ ଦେଖିବାକୁ ମିଳିଥାଏ।

ପ୍ରଭୁଙ୍କ ଆର୍ବିଭାବକୁ ନେଇ କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ଲଙ୍କାପତି ରାବଣ ଏକଦା ହିମାଳୟରେ ଦେବ ଦେବ ମହାଦେବଙ୍କର ଆଶୀର୍ବାଦ ପାଇବା ନିମନ୍ତେ ଘୋର ତପସ୍ୟା କରିଥିଲେ। ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ନିଜର ଗୋଟିଏ ପରେ ଗୋଟିଏ ମୁଣ୍ଡକୁ ସେ କାଟି ପକାଇଥିଲେ। ଏହିପରି ନଅଟି ମୁଣ୍ଡ କାଟି ସାରିବା ପରେ ଦଶମ ମୁଣ୍ଡ କାଟିବାକୁ ଉଦ୍ୟମ କରନ୍ତେ ପ୍ରଭୁ ଭୋଳାଶଙ୍କର ପ୍ରକଟ ହୋଇ ରାବଣଙ୍କୁ ସେପରି ନ କରିବାକୁ ବାରଣ କରିଥିଲେ। ଆଉ ତପସ୍ୟାରେ ପ୍ରସନ୍ନ ହୋଇଥିବାରୁ ରାବଣଙ୍କୁ ତାଙ୍କ ଇଚ୍ଛା କ’ଣ ବୋଲି ପଚାରିବାରୁ ରାବଣ ପ୍ରଭୁଙ୍କୁ କହିଥିଲେ ଯେ, ‘ମୁଁ ଆପଣଙ୍କ ଲିଙ୍ଗକୁ ମୋ ରାଜ୍ୟକୁ ନେଇ ସ୍ଥାପନ କରିବାକୁ ଚାହୁଁଛି, ତେଣୁ ଆପଣ ଲିଙ୍ଗ ରୂପରେ ମୋ ସାଙ୍ଗେ ଚାଲନ୍ତୁ।’ ଏକଥା ଶୁଣି ପ୍ରଭୁ ଟିକେ ସ୍ମିତ ହାସ୍ୟ ଦେଇ କହିଲେ, ଠିକ୍‌ ଅଛି ମୁଁ ଲିଙ୍ଗ ରୂପରେ ତୁମ ସହିତ ଯିବାକୁ ରାଜି ଅଛି। କିନ୍ତୁ ଭୂଲ୍‌ରେ ବି ଯଦି ତୁମେ ସେହି ଲିଙ୍ଗଟିକୁ ପୃଥିବୀ ପୃଷ୍ଠରେ କେଉଁଠି ରଖିଦେବ, ତା’ହେଲେ ସେଠାରେ ତାହା ଅଚଳ ହୋଇଯିବ। ଯେତେ ଚେଷ୍ଟା କଲେ ବି ତାକୁ ତୁମେ ଆଉ ନେଇପାରିବ ନାହିଁ। ରାବଣ ଏକଥାରେ ରାଜି ହେଲେ। ତା’ପରେ ପ୍ରଭୁ ରାବଣଙ୍କୁ ଆଶୀର୍ବାଦ କରିବା ସହ ତାଙ୍କର କଟିଯାଇଥିବା ମୁଣ୍ଡକୁ ପୁଣିଥରେ ଲଗାଇଦେଇ ତାଙ୍କର କ୍ଷତକୁ ଠିକ୍‌ କରିଦେଇଥିଲେ। ଆଉ ତାଙ୍କୁ ଶିବଲିଙ୍ଗ ନେଇ ଯିବାକୁ ଅନୁମତି ମଧ୍ୟ ଦେଇଥିଲେ। ରାବଣ ଶିବଲିଙ୍ଗକୁ କାନ୍ଧରେ ଧରି ବହୁତ ବାଟ ଅତିକ୍ରମ କରି ଗଲେ। କିନ୍ତୁ ଝାଡ଼ଖଣ୍ଡର ଏହି ସ୍ଥାନରେ ରାବଣଙ୍କୁ ଟିକେ ଅସହଜ ଲାଗିବାରୁ ସେ ଅନ୍ୟମନସ୍କ ହୋଇ ଶିବଲିଙ୍ଗକୁ କିଛି ସମୟ ପାଇଁ ଭୂମିରେ ରଖିଦେଲେ। ବାସ୍‌ ତା’ପରେ ସେ ଯେତେ ଚେଷ୍ଟା କଲେ ବି ଶିବଲିଙ୍ଗକୁ ଆଉ ଉଠାଇପାରିଲେ ନାହିଁ। ନିରାଶ ହୋଇ ସିଏ ନିଜ ରାଜ୍ୟକୁ ଫେରିଗଲେ। ସେବେଠାରୁ ଉକ୍ତ ଶିବଲିଙ୍ଗଟି ସେଠାରେ ରହିଲା। ଆଉ ସମୟକ୍ରମେ ତାହା ଲୋକଲୋଚନକୁ ଆସିବା ପରେ ସେଠାରେ ପ୍ରଭୂଙ୍କର ଏକ ଭବ୍ୟ ମନ୍ଦିର ଗଢାଯିବା ସହ ଲୋକମୁଖରେ ତାହା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ଭାବେ ପରିଚିତି ପାଇବାକୁ ଲାଗିଲା। ବୈଦ୍ୟନାଥ ଏଇଥିପାଇଁ କାରଣ, ରାବଣଙ୍କର କଟିଯାଇଥିବା ମୁଣ୍ଡକୁ ପ୍ରଭୁ ଜଣେ ବୈଦ୍ୟ ବା ଚିକିତ୍ସକ ହୋଇ ପୁଣିଥରେ ଠିକ୍‌ କରିଦେଇଥିଲେ ବୋଲି ତାଙ୍କର ଏପରି ନାମକରଣ ହୋଇଥିଲା।

ମନ୍ଦିରର ଗଠନଶୈଳୀ
ବାବା ବୈଦ୍ୟନାଥଙ୍କର ଏହି ମନ୍ଦିରରେ କେବଳ ଦେବ ଦେବ ମହାଦେବ ପୂଜା ପାଇଥାନ୍ତି ତାହା ନୁହେଁ ଦେବୀ ପାର୍ବତୀ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ମନ୍ଦିରର ବ୍ୟବସ୍ଥା ଏଠାରେ ରହିଛି। ତା’ଛଡ଼ା ସବୁଠାରୁ ବଡ଼ ଆକର୍ଷଣ ହେଉଛି ବାବା ବୈଦ୍ୟନାଥଙ୍କର ମନ୍ଦିରର ଚୁଡ଼ାରୁ ମାତା ପାର୍ବତୀଙ୍କ ମନ୍ଦିରର ଚୁଡ଼ା ପର୍ଯ୍ୟନ୍ତ ନାଲି ରଙ୍ଗର ମେଞ୍ଚାଏ ସୁତା ବନ୍ଧାଯାଇଥାଏ। ଏହା ସେମାନଙ୍କର ଏକତ୍ୱ ଭାବନାକୁ ବୁଝାଇବା ସହ ଶିବଶକ୍ତିଙ୍କ ଭିତରେ ଥିବା ଅପୂର୍ବ ତଥା ମହାନ୍‌ ସମ୍ପର୍କକୁ ଭକ୍ତଗଣକୁ ଜଣାଇଥାଏ। ତା’ଛଡ଼ା ଏହି ମନ୍ଦିରରେ ମୁଖ୍ୟତଃ ପେଡା ଭୋଗ କରାଯିବାର ଏକ ବିଧି ଦେଖିବାକୁ ମିଳିଥାଏ। କହିବାକୁ ଗଲେ ପେଡା ହେଉଛି ବାବା ବୈଦ୍ୟନାଥଙ୍କର ଏକ ମୁଖ୍ୟ ପ୍ରସାଦ। ସେଥିପାଇଁ ଏହି ମନ୍ଦିର ନିକଟରେ ଅନେକ ପେଡା ଦୋକାନ ଥିବାର ଦେଖିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଖାସ୍‌ କରି ମହାଶିବରାତ୍ରୀ ଓ ଶ୍ରାବଣ ମାସରେ ଏଠାକୁ ଗଲେ ମନ୍ଦିରର ତଥା ପ୍ରଭୂଙ୍କର ଅପୂର୍ବ ସାଜସୃଙ୍ଗାର ଦେଖିବାର ସୂଯୋଗ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଜସିଡିହ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ମୁଖ୍ୟ ତଥା ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ବୈଦ୍ୟନାଥ ମନ୍ଦିରଠାରୁ ମାତ୍ର ୭ କି.ମି ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri