Posted inଫୁରସତ

ପ୍ରସିଦ୍ଧ ଶୈବପୀଠ ବୈଦ୍ୟନାଥ ମନ୍ଦିର

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର, ଯାହାକୁ କେହି କେହି ବାବା ବୈଦ୍ୟନାଥ ଧାମ କିମ୍ବା ବୈଦ୍ୟନାଥ ମନ୍ଦିର ବୋଲି ମଧ୍ୟ କହିଥାନ୍ତି। ଦେବ ଦେବ ମହାଦେବଙ୍କର ଏହି ଲୋକପ୍ରିୟ ଶୈବପୀଠଟି ଝାଡ଼ଖଣ୍ଡର ଦେଓଘରଠାରେ ଅବସ୍ଥିତ। ଭାରତରେ ଦେଖିବାକୁ ମିଳୁଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଗୋଟିଏ ହୋଇଥିବାରୁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କର ଯା’ଆସ ଲାଗି ରହିଥାଏ। କିନ୍ତୁ ବିଶେଷକରି ମହାଶିବରାତ୍ରୀ ଓ ଶ୍ରାବଣ ମାସରେ ଏଠାରେ ଶ୍ରଦ୍ଧାଳୁଙ୍କର ଖୁବ୍‌ ଭିଡ଼ ଦେଖିବାକୁ ମିଳିଥାଏ।

ପ୍ରଭୁଙ୍କ ଆର୍ବିଭାବକୁ ନେଇ କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ଲଙ୍କାପତି ରାବଣ ଏକଦା ହିମାଳୟରେ ଦେବ ଦେବ ମହାଦେବଙ୍କର ଆଶୀର୍ବାଦ ପାଇବା ନିମନ୍ତେ ଘୋର ତପସ୍ୟା କରିଥିଲେ। ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ନିଜର ଗୋଟିଏ ପରେ ଗୋଟିଏ ମୁଣ୍ଡକୁ ସେ କାଟି ପକାଇଥିଲେ। ଏହିପରି ନଅଟି ମୁଣ୍ଡ କାଟି ସାରିବା ପରେ ଦଶମ ମୁଣ୍ଡ କାଟିବାକୁ ଉଦ୍ୟମ କରନ୍ତେ ପ୍ରଭୁ ଭୋଳାଶଙ୍କର ପ୍ରକଟ ହୋଇ ରାବଣଙ୍କୁ ସେପରି ନ କରିବାକୁ ବାରଣ କରିଥିଲେ। ଆଉ ତପସ୍ୟାରେ ପ୍ରସନ୍ନ ହୋଇଥିବାରୁ ରାବଣଙ୍କୁ ତାଙ୍କ ଇଚ୍ଛା କ’ଣ ବୋଲି ପଚାରିବାରୁ ରାବଣ ପ୍ରଭୁଙ୍କୁ କହିଥିଲେ ଯେ, ‘ମୁଁ ଆପଣଙ୍କ ଲିଙ୍ଗକୁ ମୋ ରାଜ୍ୟକୁ ନେଇ ସ୍ଥାପନ କରିବାକୁ ଚାହୁଁଛି, ତେଣୁ ଆପଣ ଲିଙ୍ଗ ରୂପରେ ମୋ ସାଙ୍ଗେ ଚାଲନ୍ତୁ।’ ଏକଥା ଶୁଣି ପ୍ରଭୁ ଟିକେ ସ୍ମିତ ହାସ୍ୟ ଦେଇ କହିଲେ, ଠିକ୍‌ ଅଛି ମୁଁ ଲିଙ୍ଗ ରୂପରେ ତୁମ ସହିତ ଯିବାକୁ ରାଜି ଅଛି। କିନ୍ତୁ ଭୂଲ୍‌ରେ ବି ଯଦି ତୁମେ ସେହି ଲିଙ୍ଗଟିକୁ ପୃଥିବୀ ପୃଷ୍ଠରେ କେଉଁଠି ରଖିଦେବ, ତା’ହେଲେ ସେଠାରେ ତାହା ଅଚଳ ହୋଇଯିବ। ଯେତେ ଚେଷ୍ଟା କଲେ ବି ତାକୁ ତୁମେ ଆଉ ନେଇପାରିବ ନାହିଁ। ରାବଣ ଏକଥାରେ ରାଜି ହେଲେ। ତା’ପରେ ପ୍ରଭୁ ରାବଣଙ୍କୁ ଆଶୀର୍ବାଦ କରିବା ସହ ତାଙ୍କର କଟିଯାଇଥିବା ମୁଣ୍ଡକୁ ପୁଣିଥରେ ଲଗାଇଦେଇ ତାଙ୍କର କ୍ଷତକୁ ଠିକ୍‌ କରିଦେଇଥିଲେ। ଆଉ ତାଙ୍କୁ ଶିବଲିଙ୍ଗ ନେଇ ଯିବାକୁ ଅନୁମତି ମଧ୍ୟ ଦେଇଥିଲେ। ରାବଣ ଶିବଲିଙ୍ଗକୁ କାନ୍ଧରେ ଧରି ବହୁତ ବାଟ ଅତିକ୍ରମ କରି ଗଲେ। କିନ୍ତୁ ଝାଡ଼ଖଣ୍ଡର ଏହି ସ୍ଥାନରେ ରାବଣଙ୍କୁ ଟିକେ ଅସହଜ ଲାଗିବାରୁ ସେ ଅନ୍ୟମନସ୍କ ହୋଇ ଶିବଲିଙ୍ଗକୁ କିଛି ସମୟ ପାଇଁ ଭୂମିରେ ରଖିଦେଲେ। ବାସ୍‌ ତା’ପରେ ସେ ଯେତେ ଚେଷ୍ଟା କଲେ ବି ଶିବଲିଙ୍ଗକୁ ଆଉ ଉଠାଇପାରିଲେ ନାହିଁ। ନିରାଶ ହୋଇ ସିଏ ନିଜ ରାଜ୍ୟକୁ ଫେରିଗଲେ। ସେବେଠାରୁ ଉକ୍ତ ଶିବଲିଙ୍ଗଟି ସେଠାରେ ରହିଲା। ଆଉ ସମୟକ୍ରମେ ତାହା ଲୋକଲୋଚନକୁ ଆସିବା ପରେ ସେଠାରେ ପ୍ରଭୂଙ୍କର ଏକ ଭବ୍ୟ ମନ୍ଦିର ଗଢାଯିବା ସହ ଲୋକମୁଖରେ ତାହା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ଭାବେ ପରିଚିତି ପାଇବାକୁ ଲାଗିଲା। ବୈଦ୍ୟନାଥ ଏଇଥିପାଇଁ କାରଣ, ରାବଣଙ୍କର କଟିଯାଇଥିବା ମୁଣ୍ଡକୁ ପ୍ରଭୁ ଜଣେ ବୈଦ୍ୟ ବା ଚିକିତ୍ସକ ହୋଇ ପୁଣିଥରେ ଠିକ୍‌ କରିଦେଇଥିଲେ ବୋଲି ତାଙ୍କର ଏପରି ନାମକରଣ ହୋଇଥିଲା।

ମନ୍ଦିରର ଗଠନଶୈଳୀ
ବାବା ବୈଦ୍ୟନାଥଙ୍କର ଏହି ମନ୍ଦିରରେ କେବଳ ଦେବ ଦେବ ମହାଦେବ ପୂଜା ପାଇଥାନ୍ତି ତାହା ନୁହେଁ ଦେବୀ ପାର୍ବତୀ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ମନ୍ଦିରର ବ୍ୟବସ୍ଥା ଏଠାରେ ରହିଛି। ତା’ଛଡ଼ା ସବୁଠାରୁ ବଡ଼ ଆକର୍ଷଣ ହେଉଛି ବାବା ବୈଦ୍ୟନାଥଙ୍କର ମନ୍ଦିରର ଚୁଡ଼ାରୁ ମାତା ପାର୍ବତୀଙ୍କ ମନ୍ଦିରର ଚୁଡ଼ା ପର୍ଯ୍ୟନ୍ତ ନାଲି ରଙ୍ଗର ମେଞ୍ଚାଏ ସୁତା ବନ୍ଧାଯାଇଥାଏ। ଏହା ସେମାନଙ୍କର ଏକତ୍ୱ ଭାବନାକୁ ବୁଝାଇବା ସହ ଶିବଶକ୍ତିଙ୍କ ଭିତରେ ଥିବା ଅପୂର୍ବ ତଥା ମହାନ୍‌ ସମ୍ପର୍କକୁ ଭକ୍ତଗଣକୁ ଜଣାଇଥାଏ। ତା’ଛଡ଼ା ଏହି ମନ୍ଦିରରେ ମୁଖ୍ୟତଃ ପେଡା ଭୋଗ କରାଯିବାର ଏକ ବିଧି ଦେଖିବାକୁ ମିଳିଥାଏ। କହିବାକୁ ଗଲେ ପେଡା ହେଉଛି ବାବା ବୈଦ୍ୟନାଥଙ୍କର ଏକ ମୁଖ୍ୟ ପ୍ରସାଦ। ସେଥିପାଇଁ ଏହି ମନ୍ଦିର ନିକଟରେ ଅନେକ ପେଡା ଦୋକାନ ଥିବାର ଦେଖିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଖାସ୍‌ କରି ମହାଶିବରାତ୍ରୀ ଓ ଶ୍ରାବଣ ମାସରେ ଏଠାକୁ ଗଲେ ମନ୍ଦିରର ତଥା ପ୍ରଭୂଙ୍କର ଅପୂର୍ବ ସାଜସୃଙ୍ଗାର ଦେଖିବାର ସୂଯୋଗ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଜସିଡିହ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ମୁଖ୍ୟ ତଥା ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ବୈଦ୍ୟନାଥ ମନ୍ଦିରଠାରୁ ମାତ୍ର ୭ କି.ମି ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri