ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଷୋହଳ ନୁମ୍ବର ଜାତୀୟ ରାଜପଥ ହୁମାଠାରୁ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ ରାସ୍ତାଟି ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ହୋଇପଡିଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଏହି ପୀଠକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି l ଗ୍ରାମ୍ୟ ଉନୟନ ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ମରାମତି ଶୀଘ୍ର କରିବାକୁ ଦାବି ହେଉଛି l
ପ୍ରକାଶ ଯୋଗ୍ୟ ଯେ, ଏହି ରାସ୍ତାରେ ପ୍ରତେକ ଦିନ ତିନୋଟି ଗ୍ରାମ ଯଥା କଣ୍ଟିଆ ଗଡ଼, ଖଟୁଆ କୁଦା, ନୀଳାଦ୍ରୀ ପୁର ଗ୍ରାମର ଜନସାଧାରଣ ଯାତାୟାତ ସାଙ୍ଗକୁ ବଟେଶ୍ୱର ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ନିର୍ଭର କରିଥାନ୍ତି l ଏପରିକି ସରକାରଙ୍କ ପକ୍ଷରୁ ମଧ୍ୟ୍ୟ ଏକ ଯାତ୍ରୀବାହୀ ଲକ୍ଷ୍ମୀବସ ଏହି ରାସ୍ତାରେ ପ୍ରତେକ ଦିନ ଯାତାୟାତ କରିଥାଏ। ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି l ଫଳରେ ସେହି ଖାଲରେ ବାଇକ୍ ଆରୋହୀ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି l ମାତ୍ର ଦିନ କେଇଟା ପରେ ଆଉ କିଛି ଦିନ ପରେ ପବିତ୍ର କାର୍ତ୍ତିକ ମାସ ଆସୁଛି l ହବିଷ୍ୟାଳି ମାନେ ପ୍ରତେକ ଦିନ ଭକ୍ତଙ୍କ ବଟେଶ୍ୱର ପୀଠ ଭିଡ଼ ହେବ l ଏଥିସହ ହଜାର ହଜାର ଭକ୍ତ ଏହି ରାସ୍ତା ଦେଇ ବଟେଶ୍ୱର ପୀଠକୁ ଯାତାୟାତ କରିବେ l ସେହି ଦୃଷ୍ଟିକୋଣରୁ ରାସ୍ତାଟି ଯୁଦ୍ଧକାଳୀନ ଭିତରେ ମରାମତି କରିବାକୁ ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ,କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ ପ୍ରମୁଖ ଦାବି କରିଛନ୍ତି l


