ଇନଫୋସିସ ସହ-ପ୍ରତିଷ୍ଠାତାଙ୍କ ପରିବାର ବିକିଲେ ୮୫ ଲକ୍ଷ ଶେୟାର

ବାଙ୍ଗାଲୋର,୨୫।୭: ଇନ୍‌ଫୋସିସ ସହ ପ୍ରତିଷ୍ଠାତା ଏସ୍‌.ଡି ଶିବୁଲାଲଙ୍କ ପରିବାର ସଦସ୍ୟ କମ୍ପାନୀରେ ଥିବା ସେମାନଙ୍କ ମୋଟ ଶେୟାର ମଧ୍ୟରୁ ୮୫ ଲକ୍ଷ ଶେୟାର ବିକ୍ରି କରିଦେଇଛନ୍ତି। ଚଳିତ ମାସ ୨୨ରୁ ୨୪ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିବା ରେଗୋଲେଟୋରୀ ଫାଇଲିଂରୁ ସାମ୍ନାକୁ ଆସିଛି। ଶିବୁ ଲାଲଙ୍କର ପୁଅ ଶ୍ରେୟସ ୪୦ ଲକ୍ଷ ଶେୟାର ବିକ୍ରି କରିଥିବା ବେଳେ ଜ୍ୱାଇଁ ଗୌରବ ମନଚନ୍ଦା ୧୮ ଲକ୍ଷ ଶେୟାର, ନାତି ମିଲନ ୧୫ ଲକ୍ଷ ଶେୟାର ଖସାଇ ଦେଇଥିବା ଜଣାପଡିଛି। ଶିବୁଲାଲଙ୍କ ପୁଅ ଶ୍ରେୟସ ପୂର୍ବରୁ ଇନ୍‌ଫୋସିସରେ ୦.୬୬% ଶେୟାର ହାସଲ କରିଥିବା ବେଳେ ଏହା ବର୍ତ୍ତମାନ ୦.୫୬%କୁ ହ୍ରାସ ଘଟିଛି। ଏହାବାଦ ଗୌରବଙ୍କ ନିକଟରେ ୦.୩୨% ଏବଂ ମିଲନଙ୍କ ନିକଟରେ ୦.୩୩% ଶେୟାର ରହିଛି। ଶିବୁଲାଲଙ୍କ ସ୍ତ୍ରୀ କୁମାରୀ ୧୨ ଲକ୍ଷ ଶେୟାର ବିକ୍ରି କରିବା ଫଳରେ କମ୍ପାନୀରେ ତାଙ୍କର ଶେୟାର ୦.୨୨%କୁ ଖସିଆସିଛି। ୧୯୮୧ରେ ଏସ୍‌.ଡି. ଶିବୁଲାଲ, ଏନ୍‌.ଆର୍‌. ନାରାୟଣ ମୂର୍ତ୍ତୀ ଏବଂ ଅନ୍ୟ ୫ ଜଣ ମିଶି ଇନ୍‌ଫୋସିସ ସ୍ଥାପନା କରିଥିଲେ। ୨୦୧୧-୧୪ ଯାଏ ଶିବୁଲାଲ ଇନ୍‌ଫୋସିସର ଏମ୍‌ଡି ତଥା ସିଇଓ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ଏହା ପୂର୍ବରୁ ସେ ୨୦୦୭-୧୧ ଯାଏ କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର ଭାବେ କାର୍ଯ୍ୟ କରିଥିଲେ। ନିକଟରେ ସେ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ ଏକ୍ସିଲର ଭେଞ୍ଚର୍ସରେ ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?