Posted inଜାତୀୟ

ମହାକୁମ୍ଭରୁ ମାଲାମାଲ ହେଲେ ନାବିକ ପରିବାର: ରୋଜଗାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରୟାଗରାଜ,୭ା୩:ହିନ୍ଦୁଧର୍ମର ସର୍ବବୃହତ୍‌ ଧର୍ମୀୟ ମେଳା ମଧ୍ୟରୁ ଅନ୍ୟତମ ମହାକୁମ୍ଭ ମେଳା ୪୫ ଦିନ ଧରି ଗତ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମହାକୁମ୍ଭ ମେଳାରେ ଅନେକ ଲୋକ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ବହୁ ରୋଜଗାର କରିଛନ୍ତି ବୋଲି ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶନକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଥିଲେ, ଏହି ଅବସରରେ ଯୋଗୀ ପିଣ୍ଟୁ ମହାରା ନାମକ ଜଣେ ନାଉରିଙ୍କ କାହାଣୀକୁ ବଖାଣି କହିଥିଲେ, ପିଣ୍ଟୁଙ୍କ ପରିବାର ମହାକୁମ୍ଭ ମେଳାର ୪୫ ଦିନ ମଧ୍ୟରେ ଯାତ୍ରୀମାନଙ୍କୁ ବୋଟ୍‌ ଯୋଗେ ନେବାଆଣିବା କରି ୩୦ କୋଟି ଟଙ୍କାର ରୋଜଗାର କରିଛନ୍ତି। ଏହାପରଠାରୁ ପିଣ୍ଟୁଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ଉପକୂଳବର୍ତ୍ତୀ ଅରୈଲ ଗ୍ରାମର ପିଣ୍ଟୁ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି, ମହାକୁମ୍ଭ ମେଳା ଆରମ୍ଭ ହେବା ପୂର୍ବରୁ ସେ ନେଇଥିବା ଏକ ନିଷ୍ପତ୍ତି ତାଙ୍କୁ ଏହି ସଫଳତା ଆଣି ଦେଇଛି। ୨୦୧୯ରେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ମଧ୍ୟ ପିଣ୍ଟୁ ଲୋକଙ୍କୁ ବୋଟ୍‌ ଯୋଗେ ନେବାଆଣିବା କରୁଥିଲେ। ତେବେ ଉକ୍ତ କୁମ୍ଭମେଳାଠାରୁ ୨୦୨୫ର ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ଅନେକ ଗୁଣାରେ ବୃଦ୍ଧି ପାଇବ ବୋଲି ସେ ଅନୁମାନ ଲଗାଇଥିଲେ। ତେଣୁ ମହାକୁମ୍ଭ ପୂର୍ବରୁ ସେ ନିଜ ପରିବାର ପାଇଁ ୭୦ଟି ବୋଟ୍‌ କିଣିଥିଲେ। ଏହାପୂର୍ବରୁ ପିଣ୍ଟୁ ଏବଂ ତାଙ୍କର ଶତାଧିକ ସଦସ୍ୟ ବିଶିଷ୍ଟ ପରିବାର ନିକଟରେ ୬୦ଟି ବୋଟ୍‌ ରହିଥିଲା। ଏହିପରି ଭାବେ ପିଣ୍ଟୁ ମହାକୁମ୍ଭରେ ନିଜ ପରିବାରର ବ୍ୟବସାୟ ତଥା ଲୋକଙ୍କର ସୁବିଧା ପାଇଁ ୧୩୦ଟି ବୋଟ୍‌ ଲଞ୍ଚ କରିଥିଲେ। ପିଣ୍ଟୁ କହିଛନ୍ତି, ମହାକୁମ୍ଭ ମେଳା ପାଇଁ ୭୦ଟି ବୋଟ୍‌ କିଣିବା ନିମନ୍ତେ ତାଙ୍କ ପରିବାରର ମହିଳାମାନେ ନିଜର ଅଳଙ୍କାରଗୁଡ଼ିକୁ ବିକ୍ରି କରିବା ସହ ବନ୍ଧକ ରଖିଥିଲେ। ୭୦ଟି ବୋଟ୍‌ କିଣିବା ନିଷ୍ପତ୍ତି ତାଙ୍କ ପାଇଁ ଏକ ଜୁଆ ସଦୃଶ ଥିଲା, ଯାହା ଏବେ ସଫଳ ହୋଇଛି ବୋଲି ପିଣ୍ଟୁ କହିଛନ୍ତି। ଏହି ମହାକୁମ୍ଭ କେବଳ ତାଙ୍କର ନୁହଁ ତାଙ୍କ ଭଳି ଅନେକ ନାବିକଙ୍କ ଜୀବନ ବଦଳାଇଥିବା ସେ କହିଛନ୍ତି। ଏହି ବ୍ୟବସାୟିକ ଲାଭ ପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମହାକୁମ୍ଭ ସମୟରେ ସ୍ଥାନୀୟ ନାଉରୀମାନଙ୍କୁ ଶୋଷଣ କରାଯାଇଥିବା ନେଇ ସମାଜବାଦୀ ପାର୍ଟି(ଏସ୍‌ପି)ର ଅଭିଯୋଗକୁ ପିଣ୍ଟୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ, ୨୦୦୯ରେ ଅରୈଲର ଏକ ଡବଲ ମର୍ଡର ମାମଲାରେ ପିଣ୍ଟୁ ଅଭିଯୁକ୍ତ ଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଅନେକ ସଙ୍ଗିନ ମାମଲା ରୁଜୁ ହୋଇଥିବା ଏହି ରିପୋର୍ଟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri