Posted inଜାତୀୟ

ମହାକୁମ୍ଭରୁ ମାଲାମାଲ ହେଲେ ନାବିକ ପରିବାର: ରୋଜଗାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରୟାଗରାଜ,୭ା୩:ହିନ୍ଦୁଧର୍ମର ସର୍ବବୃହତ୍‌ ଧର୍ମୀୟ ମେଳା ମଧ୍ୟରୁ ଅନ୍ୟତମ ମହାକୁମ୍ଭ ମେଳା ୪୫ ଦିନ ଧରି ଗତ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମହାକୁମ୍ଭ ମେଳାରେ ଅନେକ ଲୋକ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ବହୁ ରୋଜଗାର କରିଛନ୍ତି ବୋଲି ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶନକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କହିଥିଲେ, ଏହି ଅବସରରେ ଯୋଗୀ ପିଣ୍ଟୁ ମହାରା ନାମକ ଜଣେ ନାଉରିଙ୍କ କାହାଣୀକୁ ବଖାଣି କହିଥିଲେ, ପିଣ୍ଟୁଙ୍କ ପରିବାର ମହାକୁମ୍ଭ ମେଳାର ୪୫ ଦିନ ମଧ୍ୟରେ ଯାତ୍ରୀମାନଙ୍କୁ ବୋଟ୍‌ ଯୋଗେ ନେବାଆଣିବା କରି ୩୦ କୋଟି ଟଙ୍କାର ରୋଜଗାର କରିଛନ୍ତି। ଏହାପରଠାରୁ ପିଣ୍ଟୁଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ଉପକୂଳବର୍ତ୍ତୀ ଅରୈଲ ଗ୍ରାମର ପିଣ୍ଟୁ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି, ମହାକୁମ୍ଭ ମେଳା ଆରମ୍ଭ ହେବା ପୂର୍ବରୁ ସେ ନେଇଥିବା ଏକ ନିଷ୍ପତ୍ତି ତାଙ୍କୁ ଏହି ସଫଳତା ଆଣି ଦେଇଛି। ୨୦୧୯ରେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ମଧ୍ୟ ପିଣ୍ଟୁ ଲୋକଙ୍କୁ ବୋଟ୍‌ ଯୋଗେ ନେବାଆଣିବା କରୁଥିଲେ। ତେବେ ଉକ୍ତ କୁମ୍ଭମେଳାଠାରୁ ୨୦୨୫ର ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ଅନେକ ଗୁଣାରେ ବୃଦ୍ଧି ପାଇବ ବୋଲି ସେ ଅନୁମାନ ଲଗାଇଥିଲେ। ତେଣୁ ମହାକୁମ୍ଭ ପୂର୍ବରୁ ସେ ନିଜ ପରିବାର ପାଇଁ ୭୦ଟି ବୋଟ୍‌ କିଣିଥିଲେ। ଏହାପୂର୍ବରୁ ପିଣ୍ଟୁ ଏବଂ ତାଙ୍କର ଶତାଧିକ ସଦସ୍ୟ ବିଶିଷ୍ଟ ପରିବାର ନିକଟରେ ୬୦ଟି ବୋଟ୍‌ ରହିଥିଲା। ଏହିପରି ଭାବେ ପିଣ୍ଟୁ ମହାକୁମ୍ଭରେ ନିଜ ପରିବାରର ବ୍ୟବସାୟ ତଥା ଲୋକଙ୍କର ସୁବିଧା ପାଇଁ ୧୩୦ଟି ବୋଟ୍‌ ଲଞ୍ଚ କରିଥିଲେ। ପିଣ୍ଟୁ କହିଛନ୍ତି, ମହାକୁମ୍ଭ ମେଳା ପାଇଁ ୭୦ଟି ବୋଟ୍‌ କିଣିବା ନିମନ୍ତେ ତାଙ୍କ ପରିବାରର ମହିଳାମାନେ ନିଜର ଅଳଙ୍କାରଗୁଡ଼ିକୁ ବିକ୍ରି କରିବା ସହ ବନ୍ଧକ ରଖିଥିଲେ। ୭୦ଟି ବୋଟ୍‌ କିଣିବା ନିଷ୍ପତ୍ତି ତାଙ୍କ ପାଇଁ ଏକ ଜୁଆ ସଦୃଶ ଥିଲା, ଯାହା ଏବେ ସଫଳ ହୋଇଛି ବୋଲି ପିଣ୍ଟୁ କହିଛନ୍ତି। ଏହି ମହାକୁମ୍ଭ କେବଳ ତାଙ୍କର ନୁହଁ ତାଙ୍କ ଭଳି ଅନେକ ନାବିକଙ୍କ ଜୀବନ ବଦଳାଇଥିବା ସେ କହିଛନ୍ତି। ଏହି ବ୍ୟବସାୟିକ ଲାଭ ପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମହାକୁମ୍ଭ ସମୟରେ ସ୍ଥାନୀୟ ନାଉରୀମାନଙ୍କୁ ଶୋଷଣ କରାଯାଇଥିବା ନେଇ ସମାଜବାଦୀ ପାର୍ଟି(ଏସ୍‌ପି)ର ଅଭିଯୋଗକୁ ପିଣ୍ଟୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ, ୨୦୦୯ରେ ଅରୈଲର ଏକ ଡବଲ ମର୍ଡର ମାମଲାରେ ପିଣ୍ଟୁ ଅଭିଯୁକ୍ତ ଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଅନେକ ସଙ୍ଗିନ ମାମଲା ରୁଜୁ ହୋଇଥିବା ଏହି ରିପୋର୍ଟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri