ଗୋଡ଼ରେ ଘା’ ହେବାରୁ ଧାନବିଲରେ ବୃଦ୍ଧାଙ୍କୁ ଛାଡ଼ିଦେଲେ ପରିବାର ଲୋକେ

ବରଗଡ଼,୨୩ା୧୨(ପ୍ରେମାନନ୍ଦ ଖମାରୀ):ଅନ୍ଧବିଶ୍ୱାସ ଏବେ ବି ବଞ୍ଚିରହିଛି। ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମାନବିକତା ମଧ୍ୟ ମରିଯାଉଛି। ବରଗଡ଼ ଜିଲା ଭଟଲି ବ୍ଲକ ଅଞ୍ଚଳରେ ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଘା’ ହେବାରୁ ପରିବାର ଲୋକେ ତାଙ୍କୁ ଧାନବିଲରେ ଏ ହାଡ଼ଭଙ୍ଗା ଶୀତରେ ପଲିଥିନ ତଳେ ଛାଡ଼ି ଦେଇଥିଲେ। ବୃଦ୍ଧା ଜଣକ ଏହି ପଲିଥିନ୍‌ ତଳେ ୫ ରାତି କଟାଇବା ପରେ ସୂଚନା ପାଇ ବରଗଡ଼ର ଏକ ସାମାଜିକ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାନୁଯାୟୀ, ବୃଦ୍ଧାଙ୍କ ଆତ୍ମୀୟ ସ୍ବଜନ ଅଛନ୍ତି। ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଏକ ଘା’ ହୋଇଥିଲା ଏବଂ ତାହା ଭଲ ହୋଇ ନ ଥିଲା । ତେବେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ପରିବାର ଲୋକେ ବୃଦ୍ଧାଙ୍କୁ ଭଟଲି ବ୍ଲକ ନୂଆଗଡ଼ ରାସ୍ତାକଡ଼ରେ ରହିଥିବା ଏକ ଧାନବିଲରେ ପଲିଥିନ ଟାଣି ଛାଡ଼ି ଚାଲି ଯାଇଥିଲେ। ଆଖପାଖ ଲୋକ କିମ୍ବା କେହି ଆତ୍ମୀୟ ସ୍ବଜନ ଖାଇବାକୁ ଦେଲେ ସେ ଖାଉଥିଲେ, ନଚେତ୍‌ ଭୋକ ଉପାସରେ ରହୁଥିଲେ। ଏହା ଜାଣିବା ପରେ ଉକ୍ତ ସାମାଜିକ ଅନୁଷ୍ଠାନର ବିକାଶ ଅଗ୍ରଓ୍ବାଲ, ଜି. ରମେଶ, ଶେଷଦେବ ପ୍ରଧାନ ପ୍ରମୁଖ ପ୍ରଥମେ ଭଟଲି ପୋଲିସକୁ ଖବର ଦେଇଥିଲେ। ଏହାପରେ ଆମ୍ବୁଲାନ୍ସକୁ ଡାକି ସେହି ଧାନବିଲରେ ଥିବା ପଲିଥିନ ତଳୁ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri