ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା

୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ ସେ ଚାକିରି କରନ୍ତୁ। ସେ ସେପରି ମଧ୍ୟ କରିଥିଲେ। ମାତ୍ର ଉଦ୍ୟୋଗୀଭାବେ ନିଜକୁ ପ୍ରତିଷ୍ଠିତ କରିବାର ତାଙ୍କର ଯେଉଁ ଲକ୍ଷ୍ୟ ଥିଲା ତାହା ତାଙ୍କର ଚାକିରି ଜୀବନ ଅଟକାଇପାରି ନ ଥିଲା। ବନ୍ଧୁଙ୍କ ସହ ମିଶି ସେ ବ୍ୟବସାୟ ଜଗତରେ ପାଦ ଦେଇଥିଲେ ଏବଂ ସଫଳତାର ସହ ଆଗକୁ ବଢ଼ିଚାଲିଛନ୍ତି। କ୍ରିଷ୍ଣମୋହନଙ୍କ ସହ ତାଙ୍କର ବ୍ୟବସାୟିକ ଯାତ୍ରା ସମ୍ପର୍କରେ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ…

ପ୍ର- ଆଓ୍ବାର୍ଡ ଓ ଟ୍ରଫି ପ୍ରସ୍ତୁତି ଭଳି ନିଆରା ଶିଳ୍ପରେ କିପରି ପ୍ରବେଶ କଲେ?
ଉ- କୌଣସି ବ୍ୟକ୍ତି କଠିନ ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ କରିବା ପରେ ଯେତେବେଳେ ବିଭିନ୍ନ ମହଲରେ ପ୍ରଶଂସିତ ହୁଅନ୍ତି ତାହା ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ। ମଁୁ ଓ ମୋର ବନ୍ଧୁ ବୁଦ୍ଧ ପ୍ରକାଶ ମହାପାତ୍ରଙ୍କ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା। ଆମେ ଦୁହେଁ କର୍ପୋରେଟ୍‌ ସେକ୍ଟରରେ କାମ କରୁଥିବାବେଳେ ଉଦ୍ୟୋଗୀ ହେବାର ନିଶା ଆମକୁ ଘାରିଥିଲା। ଆମେ ପ୍ରଥମେ ପ୍ଲାଷ୍ଟିକ୍‌ ହାଉସ୍‌ ୱେୟାର ହୋଲସେଲିଂ ଆରମ୍ଭ କରିଥିଲୁ। ମାତ୍ର ସଫଳ ହୋଇ ନ ଥିଲୁ। ପ୍ରଥମ ବ୍ୟବସାୟରେ ବିଫଳତା ଆମକୁ ହତୋସତ୍ାହିତ କରିପାରି ନ ଥିଲା। ଏହାପରେ ଆମେ ଗୀତାଞ୍ଜଳି ଆଓ୍ବାର୍ଡ ନାମରେ ବିଭିନ୍ନ ପ୍ରକାରର ଆଓ୍ବାର୍ଡ, ଟ୍ରଫି, ସ୍ମରଣିକା, ଉପହାର, ଉତ୍ପାଦନ ଓ ବିକ୍ରୟ ସହ ଏହି ଶିଳ୍ପରେ ପ୍ରବେଶ କରିଥିଲୁ।
ପ୍ର- କେତେ ଟଙ୍କାରୁ ଏହି ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲେ, ବର୍ତ୍ତମାନ କିଭଳି ସ୍ଥିତି ରହିଛି?
ଉ- ୨୦ ବର୍ଷ ପୂର୍ବେ ମାତ୍ର ୩୦ରୁ ୪୦ ହଜାର ଟଙ୍କାରେ ଏକ ଛୋଟ ବଖରାରେ ଆମେ ୨ଜଣ ବ୍ୟବସାୟ ଆରମ୍ଭ କରିଥିଲୁ। ବର୍ତ୍ତମାନ ବାର୍ଷିକ ଟର୍ନଓଭର ୫ କୋଟିରୁ ଅଧିକ ରହୁଛି। ସେତେବେଳେ ବାହାଘର, ଜନ୍ମଦିନ, ଭାଲେଣ୍ଟାଇନ୍ସ ଡେ’, ଗୁରୁଦିବସ ଆଦି ପାଇଁ ଆକ୍ରିଲିକ୍‌ରେ ଉପହାର ପ୍ରସ୍ତୁତ କରୁଥିଲୁ। କୌଣସି କ୍ରୀଡ଼ାଉତ୍ସବ, ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ, ନୃତ୍ୟୋତ୍ସବ, ସମ୍ମିଳନୀ, ବନ୍ଧୁମିଳନ ଆଦି ପାଇଁ ଗ୍ରାହକ ଆଓ୍ବାର୍ଡ, ଟ୍ରଫି ଏବଂ ମେମେଣ୍ଟୋ ନେଇଥା’ନ୍ତି। ପୂର୍ବରୁ ଏ ସମସ୍ତ ଉତ୍ସବ ପାଇଁ ମାତ୍ର ଗୋଟିଏ ପ୍ରକାର ପୁରସ୍କାର ମିଳୁଥିବାବେଳେ ଆମେ ଭିନ୍ନ ଭିନ୍ନ ଉତ୍ସବ ପାଇଁ ଭିନ୍ନ ପୁରସ୍କାର ପ୍ରସ୍ତୁତ କରିଆସୁଛୁ। ଆଇଆଇଟି ହାଇଦ୍ରାବାଦର ଡିଜାଇନ୍‌ ବିଭାଗ ସହ ମିଳିତ ଭାବେ ଆମେ ସମ୍ମାନଜନକ ଏନ୍‌ଆଇଆର୍‌ଏଫ୍‌ ଟ୍ରଫି, ସର୍ଜନ ଆଓ୍ବାର୍ଡ, ହକି ଓ୍ବାଲର୍‌ଡ କପ୍‌ ପ୍ଲାକ୍ୟୁ, ବିଜୁ ପଟ୍ଟନାୟକ ସ୍ପୋର୍ଟସ୍‌ ଆଓ୍ବାର୍ଡ, ଧରିତ୍ରୀ ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ ସହ ଅନ୍ୟାନ୍ୟ ସମ୍ମାନଜନକ ଟ୍ରଫି ଆଦି ଆମେ ପ୍ରସ୍ତୁତ କରିଛୁ।
ପ୍ର- ଆପଣଙ୍କ ଉପତ୍ାଦ ଓ ସେବାର କ’ଣ ବିଶେଷତ୍ୱ ରହିଛି? ଆଗକୁ ବ୍ୟବସାୟ ସମ୍ପ୍ରସାରଣ ନେଇ କ’ଣ ଯୋଜନା ରହିଛି?
ଉ- ଆମ ପାଖକୁ ଆସୁଥିବା ଗ୍ରାହକ ଆମଠାରୁ କ’ଣ ଆଶା ରଖୁଛନ୍ତି ତାହ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଉତ୍ସବ ଓ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆମେ ଆକ୍ରିଲିକ୍‌, କାଠ, ମେଟାଲ ତିଆରି ଉପତ୍ାଦ ଓ ସେବା ପ୍ରଦାନ କରିଥାଉ। ଆମେ ଆମର ଟ୍ରେଡ ମାର୍କ ପଞ୍ଜୀକୃତ କରିଛୁ ଏବଂ ଆମର କିଛି ଡିଜାଇନ ପେଟେଣ୍ଟ କରିବାକୁ ଯୋଜନା କରୁଛୁ। ସମୟକ୍ରମେ ଟେକ୍ନୋଲୋଜି ସହିତ ଆମ ଓ୍ବାର୍କଶପ୍‌କୁ ଅପଗ୍ରେଡ୍‌ କରୁଛୁ। ଆମ ଉପତ୍ାଦ ଓ ସେବାରେ ସର୍ବଦା ଉତ୍ତମମାନ ବଜାୟ ରଖୁ। ନୂତନ ଡିଜାଇନ ଉପଲବ୍ଧ କରାଉଛୁ। କୋଭିଡ୍‌ ସମୟରେ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସିଛି। ଶହୀଦନଗରରେ ଆମର ଆଉ ଏକ ନୂଆ ଷ୍ଟୋର ଖୋଲିବାକୁ ଯାଉଛି। ଆମ ଓ୍ବେବସାଇଟ୍‌କୁ ମଧ୍ୟ ଅପଗ୍ରେଡ୍‌ କରାଯାଉଛି, ତାହା ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରର ଗ୍ରାହକଙ୍କୁ ଆମ ସହ ନିକଟବର୍ତ୍ତୀ କରାଇବ। ଆଗକୁ ଗୀତାଞ୍ଜଳି ଆଓ୍ବାର୍ଡ ଫ୍ରାଞ୍ଚାଇଜ୍‌ ଆରମ୍ଭ କରିବା ଯୋଜନା ରହିଛି।
ପ୍ର-ବ୍ୟବସାୟ ଭିତରେ ବ୍ୟକ୍ତିଗତ ରୁଚି କିପରି ପୂରଣ କରନ୍ତି?
ଉ- ବ୍ୟବସାୟରେ ମୋ ବନ୍ଧୁ ପାର୍ଟନର ଥିବାରୁ ମୋର ବ୍ୟକ୍ତିଗତ ରୁଚି ପୂରଣରେ କେବେ ଅସୁବିଧା ହୁଏନି। ସେ ମୋତେ ସବୁଥିରେ ପ୍ରୋତ୍ସାହିତ କରନ୍ତି। ମୁଁ ଲେଖାଲେଖି କରିବାକୁ ଭଲ ପାଏ। ‘ଜାର ଅଫ୍‌ ପିବେଲସ୍‌’ ନାମକ ଏକ ପୁସ୍ତକ ପ୍ରକାଶ ପାଇଛି। ଆଗକୁ ମଧ୍ୟ ପୁସ୍ତକ ପ୍ରକାଶ କରିବାକୁ ଯୋଜନା ରହିଛି। ବନ୍ଧୁ ତଥା ପାର୍ଟନରଙ୍କ ସହଯୋଗ ନ ଥିଲେ ତାହା ସମ୍ଭବ ହୁଅନ୍ତାନି।
ପ୍ର- ଏହି ଶିଳ୍ପରେ ଭବିଷ୍ୟତ ଗଢ଼ିବା ସହଜ କି? ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଅନ୍ୟ ବ୍ୟବସାୟ ଭଳି ଏହି ଶିଳ୍ପରେ ମଧ୍ୟ ଅନେକ ଜଟିଳତା ଅଛି ଏବଂ ଏହି କ୍ଷେତ୍ରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଧୈର୍ଯ୍ୟର ସହ ଅନ୍ତର୍ନିହିତ ଜ୍ଞାନର ଉପଯୋଗ, ସକାରାତ୍ମକ ମନୋଭାବ ଏବଂ ନିଷ୍ଠା ଥିଲେ ସଫଳତା ନିଶ୍ଚୟ ମିଳିବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri