Posted inଜାତୀୟ

ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌: ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଚର୍ଚ୍ଚା, ଏହି ଦିନ ହେବ ଶପଥ ସମାରୋହ

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଆଲୋଚନା ଜୋର ଧରିଛି। ଦଳ ୨୭ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତିଛି ଭାଜପା।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ପଦ ନେଇ ଏକ ଆଲୋଚନା ହୋଇଥିଲା। ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା ଏବଂ ବିଏଲ ସନ୍ତୋଷ ଉପସ୍ଥିତ ଥିଲେ। ଏବେ ଶପଥ ଗ୍ରହଣ ଉତ୍ସବ ସମ୍ପର୍କରେ ଏକ ବଡ଼ ଅପଡେଟ୍‌ ଆସିଛି।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗସ୍ତରୁ ଫେରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ପ୍ରଧାନମନ୍ତ୍ରୀ ୧୪ ଫେବୃଆରୀରେ ଦେଶକୁ ଫେରିବେ। ଶପଥ ଗ୍ରହଣ ଉତ୍ସବ ଏହିଦିନ ହେବ ବୋଲି ଚର୍ଚ୍ଚା ହେଉଛି। ଏଥିରେ ଏନଡିଏ ନେତାମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ସମସ୍ତ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଡକାଯିବ।

ପୂର୍ବରୁ ନିର୍ବାଚନ ଫଳାଫଳ ଆସିବା ପରେ, ଶନିବାର ସନ୍ଧ୍ୟାରେ ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ଅମିତ ଶାହାଙ୍କ ସହିତ ଶପଥ ଗ୍ରହଣ ଉତ୍ସବ ଏବଂ ଦିଲ୍ଲୀରେ ଗଠନ ହେବାକୁ ଥିବା ସରକାରଙ୍କ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଫେବୃଆରୀ ୫ରେ ହୋଇଥିବା ମତଦାନରେ ଭି ୪୫.୫୬ ପ୍ରତିଶତ ଏବଂ ଆପ୍‌ ୪୩.୫୭ ପ୍ରତିଶତ ଭୋଟ୍‌ ପାଇଥିଲା। ତଥାପି ଆସନ ଦୃଷ୍ଟିରୁ, ଭାଜପା ୪୮ ସଂଖ୍ୟା ହାସଲ କରି ବହୁତ ଆଗକୁ ବଢ଼ିଗଲା। ୭୦ଟି ବିଧାନସଭା ଆସନ ମଧ୍ୟରୁ ଆପ୍‌ ୨୨ଟି ଆସନ ପାଇଥିଲା।

କହିରଖୁଛୁ ଯେ, ଭାଜପା ୪୮ଟି ଆସନ ଜିତିଛି। ଏଥିରେ ୪ ଜଣ ଅନୁସୂଚିତ ଜାତି (SC) ଏବଂ ୧୬ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀ ଅନ୍ତର୍ଭୁକ୍ତ। ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ମଧ୍ୟ ଭାଜପା ଚମତ୍କାର ପ୍ରଦର୍ଶନ କରିଥିଲା। ହରିୟାଣା ଏବଂ ୟୁପି ସହିତ ସୀମାବର୍ତ୍ତୀ ମୋଟ୍‌ ୨୨ଟି ଆସନ ଅଛି ଏବଂ ଯେଉଁଠାରେ ହରିୟାଣା ଏବଂ ୟୁପିର ଲୋକଙ୍କ ପ୍ରଭାବ ରହିଛି। ସେଥିମଧ୍ୟରୁ ୧୫ଟି ଆସନ ଭାଜପା ଖାତାକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri