ଦୁଷ୍ପ୍ରାପ୍ୟ ପୁଷ୍ପ ବ୍ରହ୍ମକମଳ

ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ। ପୁରାଣ ଅନୁସାରେ ଏହା ବ୍ରହ୍ମାଙ୍କ ହସ୍ତରେ ସୁଶୋଭିତ ଓ କେଦାରନାଥ, ବଦ୍ରିନାଥ ତଥା ଅନ୍ୟ ଧାମରେ ଥିବା ବିଷ୍ଣୁ ଓ ଶିବଙ୍କର ପ୍ରିୟ ପୁଷ୍ପ। ଜଗନ୍ନାଥଙ୍କୁ ମଧ୍ୟ ଏହା ଅର୍ପଣ କରାଯାଇଥାଏ। ଯାହାର ବାଡ଼ିବଗିଚାରେ ଯଦି ଅକସ୍ମାତ ଏହି ପୁଷ୍ପ ପ୍ରସ୍ଫୁଟିତ ହେଲା, ତେବେ ସେମାନେ ଏହାକୁ ନେଇ ଜଗନ୍ନାଥଙ୍କୁ ଭକ୍ତିପୂତ ମନରେ ଅର୍ପଣ କରିଥାଆନ୍ତି।
ହିନ୍ଦୁ ପୁରାଣ ଅନୁସାରେ ବ୍ରହ୍ମକମଳ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଶିବଙ୍କ ପୁତ୍ର ଗଣେଶଙ୍କ ଦେହରେ ହାତୀର ମୁଣ୍ଡ ଯୋଡ଼ିବାକୁ। ବିଶ୍ୱାସ କରାଯାଏ ଯେ ଏହି ପୁଷ୍ପର ପାଖୁଡ଼ାରୁ ଟୋପା ଟୋପା ଅମୃତ ନିର୍ଗତ ହୋଇ ଗଣେଶଙ୍କ କଟା ସ୍ଥାନରେ ପଡ଼ିବାରୁ ସେଥିରେ ହାତୀମୁଣ୍ଡ ଯୋଡ଼ିହୋଇ ଗଣେଶ ପୁନର୍ଜୀବନ ଲାଭ କରିଥିଲେ। ପୁଣି ମଧ୍ୟ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ବିଷ୍ଣୁଙ୍କ ନାଭିରୁ ଏକ କମଳ ସୃଷ୍ଟି ହେଲା ଓ ସେଥିରୁ ବ୍ରହ୍ମା ସୃଷ୍ଟି ହେଲେ। ସେଥିପାଇଁ ଏହାର ନାମ ‘ବ୍ରହ୍ମକମଳ’। ବ୍ରହ୍ମା ତା’ପରେ ଏହି ବିଶ୍ୱବ୍ରହ୍ମାଣ୍ଡକୁ ସର୍ଜନା କଲେ।
ବ୍ରହ୍ମକମଳ ବର୍ଷକରେ କେବଳ ଥରେମାତ୍ର ବର୍ଷାଋତୁ ଆରମ୍ଭରେ ଜୁଲାଇ-ସେପ୍ଟେମ୍ବର ମାସରେ ମଧ୍ୟରାତ୍ରି ବେଳକୁ ଫୁଟିଥାଏ। ମାତ୍ର ତାହା କେଇ ଘଣ୍ଟା ପାଇଁ। ସନ୍ଧ୍ୟା ଆଠଟାଠାରୁ ରାତି ବାରଟା ମଧ୍ୟରେ ଏହା ଫୁଟିଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ଏହା ଝାଉଁଳିଯାଏ। ଏହାର ପତ୍ରରୂପକ ଚେପ୍‌ଟା କାଣ୍ଡର ଧାରରେ ଗୋଟିଏ ପୁଷ୍ପ ଫୁଟିବାକୁ ପ୍ରାୟ ଦୁଇରୁ ତିନି ସପ୍ତାହ ଲାଗିଥାଏ। ପ୍ରଥମେ ଏହା ତଳକୁ ନଇଁକରି ଥାଏ ଓ ଦୁଇ ସପ୍ତାହ ପରେ ଆସ୍ତେ ଆସ୍ତେ ଊର୍ଦ୍ଧ୍ୱମୁଖୀ ହୁଏ। ଯେତେବେଳେ ଫୁଟେ ଏହାର ସୁଗନ୍ଧରେ ଖଣ୍ଡମଣ୍ଡଳ ଆଚ୍ଛନ୍ନ ହୋଇଯାଏ। ସାଧାରଣତଃ ଏହା ଧଳା ରଙ୍ଗର।
ବ୍ରହ୍ମକମଳର ଇଂଲିଶ ନାମ ସାକ୍ରେଡ ସୌସୁରିଆ, ସାଧାରଣ ନାମ ‘ହିମାଳୟ ଫୁଲଙ୍କ ରାଜା’ ଓ ବୈଜ୍ଞାନିକ ନାମ ସୌସୁରିଆ ଓବ୍‌ଭାଲାଟା ଓ ଏହା ଆସ୍ଟ୍ରେରାସି ବଂଶର। ଏହାକୁ ହିନ୍ଦୀ ଓ ସଂସ୍କୃତରେ ମଧ୍ୟ ‘ବ୍ରହ୍ମକମଳ’ କୁହାଯାଏ। ଏହାକୁ ମଧ୍ୟ ରାତିର ରାଣୀ, ରାତିର ରାଜକୁମାରୀ, ଡଚ୍‌ମ୍ୟାନ୍‌ସ କାକ୍‌ଟସ୍‌ କୁହାଯାଏ। ଅନ୍ୟାନ୍ୟ ଭାରତୀୟ ଭାଷାରେ ଏହାର ନାମ ଗୁଲ-ଇ-ବାକାଭାଲି, ପିରାମ୍ମାକ୍‌ କମଳମ୍‌, ବ୍ରହ୍ମ କମଳମ୍‌ ଇତ୍ୟାଦି। ଏହାର ଉପତ୍ତ୍ତିସ୍ଥଳ ହିମାଳୟ ପର୍ବତମାଳାର ଭାରତ, ନେପାଳ, ଭୁଟାନ ଓ ପାକିସ୍ତାନରେ ତଥା ଦକ୍ଷିଣପୂର୍ବ ଚାଇନାରେ ଓ ଏହା ତିନି ହଜାର ସାତଶହରୁ ଚାରିହଜାର ଛଅଶହ ମିଟର ଉଚ୍ଚତାରେ (ସମୁଦ୍ର ପତ୍ତନଠାରୁ) ଜନ୍ମିଥାଏ। ହିମାଳୟ ପୁଷ୍ପମାନଙ୍କ ମଧ୍ୟରେ ବ୍ରହ୍ମକମଳ ସମ୍ରାଟ ଅଟେ। ବର୍ତ୍ତମାନ ଏହି ଉଦ୍ଭିଦକୁ ପୃଥିବୀର ବିଭିନ୍ନ ଦେଶରେ ବିଶେଷତଃ ବିଷୁବମଣ୍ଡଳୀୟ ଦେଶଗୁଡ଼ିକରେ ମଧ୍ୟ ଲଗା ଯାଉଅଛି। ଲୋକମାନେ କ୍ୱଚିତ୍‌ ବାଡ଼ିବଗିଚାରେ ବା କୁଣ୍ଡରେ ଏହାକୁ ଲଗାଇ ଥାଆନ୍ତି।
ଊଦ୍ଭିଦର ବର୍ଣ୍ଣନା: ବ୍ରହ୍ମକମଳ ଏକ ଚିରସ୍ଥାୟୀ ଉଦ୍ଭିଦ। ଏହା ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାର କାଣ୍ଡ ଚେପ୍‌ଟା, ସବୁଜ ମୋଟା ପତ୍ର ଭଳି। ଏହି ପତ୍ର ଭଳି କାଣ୍ଡର ଧାରରୁ ନୂତନ ପତ୍ରରୂପକ କାଣ୍ଡ ସୃଷ୍ଟି ହୋଇଥାଏ। ଫୁଲ ମଧ୍ୟ ଏହି କାଣ୍ଡର ଧାରରୁ ସୃଷ୍ଟି ହୋଇଥାଏ। ହିମାଳୟ ପର୍ବତ ଶ୍ରେଣୀରେ ଏହା ପ୍ରାକୃତିକ ଭାବରେ ବଢ଼ିଥାଏ। କିନ୍ତୁ ଆମେ ଏହାକୁ କୁଣ୍ଡରେ ବଢ଼ାଇଲେ ଏହାର କେତେକ ଯତ୍ନ ନେବାକୁ ପଡ଼ିଥାଏ। କୁଣ୍ଡରେ ତିନି ଚାରିଟି ଛିଦ୍ର କରି ପାଣି ନିଷ୍କାସନ କରିବାକୁ ପଡ଼ିଥାଏ। ସପ୍ତାହକୁ ଦୁଇ ବା ତିନିଥର ପାଣି ଦିଆଯାଏ। କୁଣ୍ଡର ଉପରିଭାଗର ମାଟି ଶୁଖିଗଲା ପରେ ସେଥିରେ ପାଣି ଦିଆଯାଏ। ପତ୍ରରେ ପାଣି ଦିଆଯାଏ ନାହିଁ। ଏହା ଏକ ମରୁଡ଼ି ଶ୍ରେଣୀର ଉଦ୍ଭିଦ ହୋଇଥିବାରୁ ପାଣି କମ୍‌ ଦରକାର କରେ। ଅଧିକ ପାଣି ହେଲେ ଏହାର ପତ୍ରରୂପୀ କାଣ୍ଡ ହଳଦିଆ ପଡ଼ିଯାଏ। ସକାଳର ଖରା ଏହା ପାଇଁ ଉତ୍ତମ କିନ୍ତୁ ଦ୍ୱିପ୍ରହରର ତୀକ୍ଷ୍‌ଣ ଖରା ଏହା ପାଇଁ କ୍ଷତିକାରକ। ଅଳ୍ପ ଛାଇଛାଇଆ ସ୍ଥାନରେ ଏହାର କୁଣ୍ଡକୁ ରଖିବା ଉଚିତ।
ବ୍ରହ୍ମକମଳ ଏକ ଉଭୟଲିଙ୍ଗୀ ଉଦ୍ଭିଦ। ତେଣୁ ପ୍ରତି ଫୁଲରେ ଉଭୟ ପୁଂକେଶର ଚକ୍ର ଓ ସ୍ତ୍ରୀକେଶର ଚକ୍ର ରହିଥାଏ। କୀଟପତଙ୍ଗମାନଙ୍କ ଦ୍ୱାରା ଏହାର ପରାଗସଙ୍ଗମ ହୋଇଥାଏ। ମୌସୁମୀ ପ୍ରବାହ ସମୟରେ ଜୁଲାଇ-ଅଗଷ୍ଟ ମାସରେ ହିମାଳୟ ପର୍ବତମାଳାର ଘାସ ପଥୁରିଆ ଅଞ୍ଚଳରେ ଏହା ଫୁଟିଥାଏ। ପ୍ରଥମେ ଫୁଟି ନଥିବା ଗୋଟା ଫୁଲର ବାହ୍ୟ ରଙ୍ଗ ବାଦାମୀ ହୋଇଥାଏ। ଏହା ଭିତରେ ସବୁଜ-ହଳଦିଆ କାଗଜ ଭଳିଆ ପତଳା ଉପପତ୍ର ରହିଥାଏ ଯାହା ଫୁଲକୁ ପର୍ବତର ଥଣ୍ଡା ପରିବେଶରୁ ରକ୍ଷା କରିଥାଏ। ଫୁଲ ଫୁଟିଗଲା ପରେ ଏହାର ପାଖୁଡ଼ା ସବୁ ଶୁଭ୍ର ହୋଇଥାଏ। ଫୁଲ ସବୁ ଜୁଲାଇରୁ ସେପ୍ଟେମ୍ବର ମାସ ପଯ୍ୟନ୍ତ ଫୁଟିଥାଏ। ତା’ପରେ ଉଦ୍ଭିଦର ଉପରିଭାଗରେ ଥିବା ଅଂଶ ମରିଯାଏ ଓ ପୁନଶ୍ଚ ଏହା ଏପ୍ରିଲ ମାସରେ ଆବିର୍ଭୂତ ହୁଏ।
ସାଂସ୍କୃତିକ ଦିଗ : ୨୦୦୭ ମସିହାରେ ଉତ୍ତରାଖଣ୍ଡ ରାଜ୍ୟ ସୃଷ୍ଟି ହେଲା ପରେ ବ୍ରହ୍ମକମଳ ଉକ୍ତ ‘ରାଜ୍ୟର ଫୁଲ’ (ଷ୍ଟେଟ ଫ୍ଲାୱାର) ରୂପେ ବିବେଚିତ ହୋଇଛି। ଏହି ପୁଷ୍ପକୁ ମଧ୍ୟ ପର୍ବତରେ ଥିବା ମନ୍ଦିରର ଦେବତାମାନଙ୍କୁ ଅର୍ପଣ କରାଯାଏ। ବଦ୍ରିନାଥ ଧାମରେ ମଧ୍ୟ ବ୍ରହ୍ମକମଳ ବିଷ୍ଣୁଙ୍କୁ ଅର୍ପଣ କରାଯାଏ। ଏହି ପୁଷ୍ପ ହିନ୍ଦୁମାନଙ୍କର ଧର୍ମୀୟ ଭାବନା ସହିତ ଜଡ଼ିତ। ଏହି ପୁଷ୍ପ ପ୍ରସ୍ଫୁଟିତ ହେଲାବେଳେ ଯାହା ମନସ୍କାମନା କରାଯାଏ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କର ଧାରଣା ଅଛି। ୧୯୮୨ ମସିହା ମେ’ ୨୯ ତାରିଖରେ ଭାରତ ସରକାର ବ୍ରହ୍ମକମଳ ଉପରେ ଏକ ଡାକ ଟିକେଟ ଛାପିଥିଲେ, ଯାହାର ଉପରେ ଏହି ଫୁଲର ଛବି, ବୈଜ୍ଞାନିକ ନାମ ଓ ଦେବନାଗରୀ ଅକ୍ଷରରେ ବ୍ରହ୍ମକମଳ ଲେଖା ରହିଛି।
ଔଷଧୀୟ ଗୁଣ: ବ୍ରହ୍ମକମଳର ଅନେକ ଔଷଧୀୟ ଗୁଣ ରହିଛି। ଜ୍ୱର ଭଲ କରିବାରେ ଏହାକୁ ବ୍ୟବହାର କରାଯାଏ। ଏହାର ଫୁଲ, କନ୍ଦ ଓ ପତ୍ର ହାଡ଼ ବିନ୍ଧା, ପେଟ ଗୋଳମାଳ, ଥଣ୍ଡା ଓ ସର୍ଦ୍ଦି ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ବିଶେଷତଃ ଏହାର କନ୍ଦ ଖଣ୍ଡିଆଖାବରାରେ ବ୍ୟବହାର ହୁଏ। ବ୍ରହ୍ମ କମଳର ମଧ୍ୟ ଜୀବାଣୁରୋଧକ ଶକ୍ତି ରହିଛି। ଏହା ମାନସିକ ସନ୍ତୁଳନ ବଜାୟ ରଖିବା ସଙ୍ଗେ ସଙ୍ଗେ ଶରୀର ପାଇଁ ଉପକାରୀ ଅଟେ।
ବାସ୍ତୁଶାସ୍ତ୍ର ଅନୁସାରେ ବ୍ରହ୍ମକମଳ ଘରର ସୁଖ, ଶାନ୍ତି ଓ ଉନ୍ନତି ଆଣେ ଓ ନକାରାତ୍ମକ ପ୍ରଭାବକୁ ପ୍ରତିହତ କରିଥାଏ। ବାସ୍ତୁ ନିୟମ ଅନୁସାରେ ବ୍ରହ୍ମକମଳକୁ ବିକ୍ରୟ, କ୍ରୟ ବା ଉପହାର ସ୍ବରୂପ ପ୍ରଦାନ କରିବା ଅନୁଚିତ। ବ୍ରହ୍ମକମଳ ଏକ ପବିତ୍ର, ଦୁଷ୍ପ୍ରାପ୍ୟ ପୁଷ୍ପ ହୋଇଥିବାରୁ ଜନସାଧାରଣ ସେମାନଙ୍କ ବାଡ଼ିବଗିଚାରେ ଏହାକୁ ରୋପଣ କରି ଯତ୍ନର ସହ ବଢ଼ାଇଲେ କିଛି ବର୍ଷ ପରେ ଏଥିରେ ଫୁଲ ଫୁଟିଲେ ଏହାର ସୌନ୍ଦଯ୍ୟ ଓ ମହକକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ମାନସିକ ଶାନ୍ତି ଲାଭ କରିପାରିବେ। ପୁନଶ୍ଚ ରାତିରେ ଏହା ଫୁଟି ସାରିବା ସଙ୍ଗେ ସଙ୍ଗେ ସାତ୍ତ୍ୱିକ ଭାବରେ ଏହାକୁ ନିକଟସ୍ଥ ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥଙ୍କୁ ଅର୍ପଣ କରି ସୌଭାଗ୍ୟ ଲାଭ କରିପାରିବେ।

ପ୍ର. ଅରୁଣ ଚନ୍ଦ୍ର ସାହୁ
-ଅବସରପ୍ରାପ୍ତ ଉଦ୍ଭିଦ ବିଜ୍ଞାନ ପ୍ରଫେସର, ୫୨/୨, ଭାଗବତ ସନ୍ଧାନ କଲୋନୀ, ଜି.ଜି.ପି., ଭୁବନେଶ୍ୱର-୨୫
ମୋ: ୮୨୪୯୦୭୯୦୮୪


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri