ଚିର ସ୍ମରଣୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର

ଭାରତର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଏବଂ ଜନପ୍ରିୟ ବିଜ୍ଞାନ ଲେଖକ ଜୟନ୍ତ ବିଷ୍ଣୁ ନାର୍ଲିକର ଚଳିତ ମାସ ୨୦ ତାରିଖରେ ପୁଣେ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ମହାରାଷ୍ଟ୍ରର କୋହ୍ଲାପୁରଠାରେ ୧୯୩୮ ଜୁଲାଇ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ବିଷ୍ଣୁ ବାସୁଦେବ ନାର୍ଲିକର ଜଣେ ବିଶିଷ୍ଟ ଗଣିତଜ୍ଞ ଥିଲେ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ଥିଲେ।
ନାର୍ଲିକର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ଏସି ଡିଗ୍ରୀ କରି ଉଚ୍ଚ ଗବେଷଣା ପାଇଁ ୧୯୫୭ ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗଲେ। ସେଠାରେ ସେ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଫ୍ରେଜ୍‌ ହୋଏଲଙ୍କ ଅଧୀନରେ ମାଧ୍ୟାକର୍ଷଣ ଓ ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଗବେଷଣା କରି ପି.ଏଚ୍‌.ଡି. ଡିଗ୍ରୀ ପାଇଥିଲେ। ହୋଏଲଙ୍କ ସହିତ ମିଶି ଜ୍ୟୋତିର୍ବିଜ୍ଞାନରେ ଅନେକ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ। ସେମାନେ ୧୯୬୪ ମସିହାରେ ‘ହୋଏଲ-ନାର୍ଲିକର ମାଧ୍ୟାକର୍ଷଣ ତତ୍ତ୍ୱ’ ପ୍ରକାଶ କରିଥିଲେ, ଯାହା ଆଇନଷ୍ଟାଇନ୍‌ଙ୍କ ସାଧାରଣ ଆପେକ୍ଷିକତା ତତ୍ତ୍ୱରେ ଉନ୍ନତି ଆଣିଥିଲା।
ନାର୍ଲିକର ୧୯୬୩ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଭାବରେ ଯୋଗ ଦେଲେ। ୧୯୭୨ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରି ସେ ବମ୍ବେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନରେ ପ୍ରଫେସର ଭାବରେ ଯୋଗ ଦେଲେ। ସେ ୧୯୭୩ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଫେଲୋସିସ୍‌ ପାଇଥିଲେ ଏବଂ ୧୯୭୯-୮୧ ମସିହାରେ ଜାତୀୟ ଅଧ୍ୟାପକ ଭାବେ ମନୋନୀତ ହୋଇଥିଲେ। ୧୯୮୮ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପୁନେ ଠାରେ ‘ଆନ୍ତଃବିଶ୍ୱବିଦ୍ୟାଳୟ ଜ୍ୟୋତିର୍ବିଜ୍ଞାନ ଓ ଜ୍ୟୋତି ପଦାର୍ଥ ବିଜ୍ଞାନ କେନ୍ଦ୍ର’ ସ୍ଥାପନ କରିବା ପରେ ନାର୍ଲିକର ଏହାର ପ୍ରଥମ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ୱରେ ଏହି କେନ୍ଦ୍ର ପୃଥିବୀରେ ଜ୍ୟୋତିର୍ବିଜ୍ଞାନୀ ଓ ଜ୍ୟୋତି ପଦାର୍ଥ ବିଜ୍ଞାନ ଶିକ୍ଷା ଓ ଗବେଷଣା ପାଇଁ ଖ୍ୟାତି ଅର୍ଜନ କରିଥିଲେ। ସେ ୨୦୦୩ ମସିହାରେ ସେଠାରୁ ଅବସର ନେଇଥିଲେ।
ଭାରତ ଫେରି ନାର୍ଲିକର ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଗବେଷଣା ଜାରି ରଖିଥିଲେ। ସେ କ୍ୱାସାର ଏବଂ କୃଷ୍ଣଗର୍ତ୍ତ ଉପରେ ଗବେଷଣା କରିଥିଲେ। ସେ ୧୯୯୪ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନୀ ସଂଘର ବ୍ରହ୍ମାଣ୍ଡ ବିଜ୍ଞାନ ଆୟୋଗର ସଭାପତି ଥିଲେ। ସେ ଗୁରତ୍ୱାକର୍ଷଣ, ମାଚ୍‌ଙ୍କ ନିୟମ, କ୍ୱାଣ୍ଟମ ବ୍ରହ୍ମାଣ୍ଡ ବିଜ୍ଞାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।
ଭୂପୃଷ୍ଠରୁ ୪୧ କିମି ଉଚ୍ଚ ବାୟୁମଣ୍ଡଳରେ ଅଣୁଜୀବର ସନ୍ଧାନ ପାଇଁ ୧୯୯୯ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଏକ ଅନ୍ତର୍ଜାତୀୟ ଗବେଷକ ଦଳ ଗଠନ କରାଯାଇଥିଲା। ନାର୍ଲିକର ଏହାର ନେତୃତ୍ୱ ନେଇଥିଲେ। ସଂଗ୍ରହ କରାଯାଇଥିବା ନମୁନା ଅଧ୍ୟୟନରୁ ସେଥିରେ ଜୀବନ୍ତ କୋଷିକା ଓ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଲା। ଏଥିରୁ ବିଶ୍ୱାସ କରାଯାଏ ଯେ ବାହ୍ୟଜଗତରୁ ପୃଥିବୀକୁ ଅଣୁଜୀବ ଆସିଥାଇପାରନ୍ତି।
ନାର୍ଲିକର ଜଣେ ଜନପ୍ରିୟ ବିଜ୍ଞାନ ଲେଖକ ଥିଲେ। ଇଂଲିଶ୍‌, ହିନ୍ଦୀ ଓ ମରାଠୀ ଭାଷାରେ ସେ କେତୋଟି ଜନପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି। ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଜଟିଳ ବିଜ୍ଞାନ ତତ୍ତ୍ୱଗୁଡ଼ିକୁ ବିଭିନ୍ନ ପତ୍ରପତ୍ରିକା ଓ ଟେଲିଭିଜନ ମାଧ୍ୟମରେ ପ୍ରକାଶ କରିଛନ୍ତି। ନିଜର ବ୍ୟସ୍ତ କର୍ମମୟ ଜୀବନ ଗବେଷଣା ଭିତରେ ମଧ୍ୟ ସେ ଛୋଟ ଛୋଟ ପିଲାମାନଙ୍କ ପ୍ରଶ୍ନର ଉତ୍ତର ପ୍ରାୟ ପ୍ରତିଦିନ ଦେଉଥିଲେ। ସେ ଦୂରଦର୍ଶନ ପାଇଁ ‘ବ୍ରହ୍ମାଣ୍ଡ’ ଏବଂ ‘ଧୂମକେତୁ’ ନାମକ ଦୁଇଟି ଉନ୍ନତମାନର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ବିଜ୍ଞାନକୁ ଜନପ୍ରିୟ କରିଥିବା ହେତୁ ତାଙ୍କୁ ୧୯୯୬ ମସିହାରେ ୟୁନେସ୍କୋ ପ୍ରଦତ୍ତ କଳିଙ୍ଗ ପୁରଷ୍କାର ପ୍ରଦାନ କରାଯାଇଥିଲା।
ନାର୍ଲିକର ପାଇଥିବା ପ୍ରମୁଖ ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି- ସ୍ମିଥ ପୁରସ୍କାର, ଆଦାମ ପୁରସ୍କାର, ଶାନ୍ତିସ୍ବରୂପ ଭଟ୍ଟନାଗର ପୁରସ୍କାର, ଏମ୍‌.ପି. ବିରଳା ପୁରସ୍କାର ଏବଂ ଇନ୍ଦିରା ଗାନ୍ଧୀ ପୁରସ୍କାର। ସେ ଭାରତୀୟ ବିଜ୍ଞାନ ଏକାଡେମୀ, ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ, ଏବଂ କେମ୍ବ୍ରିଜ ଫିଲୋସୋଫିକାଲ ସୋସାଇଟିର ସଦସ୍ୟ ଭାବରେ ନିର୍ବାଚିତ ହେଉଥିଲେ। ଭାରତ ସରକାର ତାଙ୍କୁ ୧୯୬୫ରେ ପଦ୍ମଭୂଷଣ ଏବଂ ୨୦୦୪ରେ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ। ୨୦୧୪ରେ ତାଙ୍କ ଆତ୍ମଜୀବନୀ ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା।
ନାର୍ଲିକରଙ୍କ ପତ୍ନୀ ମଙ୍ଗଳା ନାର୍ଲିକର ମଧ୍ୟ ଜଣେ ଗଣିତଜ୍ଞ ଥିଲେ। ତାଙ୍କର ତିନି ଝିଅଙ୍କ ମଧ୍ୟରେ ବଡ଼ ଝିଅ ଗୀତା କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଜୀବବିଜ୍ଞାନରେ ଗବେଷକ ଥିବା ବେଳେ ଅନ୍ୟ ଦୁଇ ଝିଅ ଗିରିଜା ଏବଂ ଲୀଳାବତୀ କମ୍ପ୍ୟୁଟର ବିଜ୍ଞାନରେ କାର୍ଯ୍ୟ କରୁଛନ୍ତି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌ ୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri