ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି ବିବେଚିତ ହୋଇଥିଲା। ଏହି ରିପୋର୍ଟର ସତ୍ୟତା ଉପରେ ସନ୍ଦେହ ଏଇଥିପାଇଁ ରହୁ ନାହିଁ ଯେ ଦିଲ୍ଲୀରେ ଦେଖାଦେଇଥିବା ପ୍ରଦୂଷଣ ସବୁ ସୀମା ଟପି ସାରିଲାଣି। ଏବେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସବୁଦିନ ବାଣ ବନ୍ଦ କରିବା ନେଇ ଦିଲ୍ଲୀ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଏଥିସହିତ ପ୍ରଦୂଷଣକୁ ବଢ଼ାଇବା ଭଳି କୌଣସି କାର୍ଯ୍ୟକୁ ଧର୍ମ ପ୍ରୋତ୍ସାହିତ କରେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ୨୦୨୪ ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ବାଣ ଉତ୍ପାଦନ ଓ ବିକ୍ରି ଉପରେ କଟକଣା ଲାଗୁ କରିଥିଲେ ମଧ୍ୟ ସେ ଦିଗରେ ସେଭଳି ସଫଳତା ନ ମିଳିବାରୁ କୋର୍ଟ ବର୍ତ୍ତମାନ ପୋଲିସ କାର୍ଯ୍ୟ କେବଳ ଲୋକଦେଖାଣିଆ ବୋଲି କହି ଭର୍ତ୍ସନା କରିଛନ୍ତି।
ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସୁପ୍ରିମକୋର୍ଟଙ୍କ ରାୟ ଉତ୍ସାହଜନକ। କିନ୍ତୁ ସର୍ବଦା ନାଗରିକଙ୍କ ତ୍ରୁଟିକୁ ଲକ୍ଷ୍ୟ କରାଯାଇ ଦିଆଯାଉଥିବା ନିର୍ଦ୍ଦେଶ ସାଧାରଣରେ ଗ୍ରହଣୀୟ ହୋଇପାରୁ ନାହିଁ। ଦୀପାବଳିରେ ବାଣଫୁଟା ହେଉ ବା ବିବାହ ବ୍ରତ ଭଳି କୌଣସି ସାମାଜିକ କାର୍ଯ୍ୟରେ ଆତସବାଜି କାର୍ଯ୍ୟକ୍ରମ ଯେତିକି ବାୟୁ ପ୍ରଦୂଷଣ କରିଥାଏ, ତାହାଠାରୁ କାହିଁ କେତେ ଗୁଣରେ କଳକାରଖାନା, ଯାନବାହନ, ନିର୍ମାଣ କାର୍ଯ୍ୟ, ବର୍ଜ୍ୟଠୁଳ ଓ ପୋଡ଼ିରୁ ନିର୍ଗତ ଧୂଆଁଧୂଳି ଏବଂ ବିଷାକ୍ତ ଗ୍ୟାସ ଯୋଗୁ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏପରିକି ବିମାନ ଚଳାଚଳରେ ମଧ୍ୟ ପ୍ରଦୂଷଣ ଘଟୁଥିବା ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ ରହିଛି। ପୂର୍ବରୁ ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ଖୁଣ୍ଟା ପୋଡ଼ି ଯୋଗୁ ପ୍ରଦୂଷଣ ବଢ଼ୁଛି ବୋଲି ଯେଉଁ ଦୋଷ ଦିଆଯାଇ ଆସୁଥିଲା, ତାହା ଏଥର କମିଯାଇଥିଲେ ମଧ୍ୟ ବାୟୁ ପ୍ରଦୂଷଣ ସୁଧୁରି ନାହିଁ। ଅକ୍ଟୋବର ୨୦୨୪ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟରୁ ଜଣାପଡ଼ିଛି ଯେ, ଦିଲ୍ଲୀ ବାୟୁ ପ୍ରଦୂଷଣର ୧%ରୁ ସାମାନ୍ୟ ଅଧିକ ଖୁଣ୍ଟା ପୋଡ଼ି ଯୋଗୁ ଘଟୁଛି। ଏହି ପରିସଂଖ୍ୟାନକୁ ଦେଖିଲେ ଦିଲ୍ଲୀ ପ୍ରଦୂଷଣ ପଛରେ ଶିଳ୍ପ, ନିର୍ମାଣ କ୍ଷେତ୍ର ଏବଂ ଜୀବାଶ୍ମ ଇନ୍ଧନ ଚାଳିତ ଯାନର ବଡ଼ ଭୂମିକା ରହୁଛି। ପ୍ରଦୂଷଣକାରୀ ଶିଳ୍ପ ମଧ୍ୟରେ ରହୁଛି ଦିଲ୍ଲୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଲୁଥିବା ବଦରପୁର ଭଳି ୧୧ଟି କୋଇଲାଚାଳିତ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ଓ ଅନ୍ୟାନ୍ୟ କଳକାରଖାନା। ଏହାବ୍ୟତୀତ ମାର୍ଚ୍ଚ ୨୦୨୩ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକୃତ ଯାନ ସଂଖ୍ୟା ପାଖାପାଖି ୧.୨ କୋଟିରୁ ଅଧିକ ଥିବାବେଳେ ବିଦ୍ୟୁତ୍‌ ଚାଳିତ ଯାନ ସଂଖ୍ୟା ଥିଲା ୧.୨୪ ଲକ୍ଷ। ଅର୍ଥାତ୍‌ ଜୀବାଶ୍ମ ଇନ୍ଧନଚାଳିତ ଗାଡ଼ି ସର୍ବାଧିକ ପ୍ରଦୂଷଣ କରୁଛି। ଦିଲ୍ଲୀର ସେଣ୍ଟର ଅଫ୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟର ରିପୋର୍ଟରୁ ଜଣାପଡ଼ିଛି ଯେ, କଳକାରଖାନା, ଗାଡ଼ିମୋଟର ଓ ନିର୍ମାଣ ଆଦି କ୍ଷେତ୍ରରୁ ୭୦ ପ୍ରତିଶତ ବାୟୁ ପ୍ରଦୂଷଣ ଘଟୁଛି। ଆଇଆଇଟି କାନପୁର ଓ ଦିଲ୍ଲୀ ସରକାରଙ୍କ ଏକ ମିଳିତ ଅନୁଧ୍ୟାନ କହେ ଯାନବାହନ ଓ କଳକାରଖାନାରୁ ନିର୍ଗତ ଦୂଷିତ ବର୍ଜ୍ୟ ଯୋଗୁ ଏଠାକାର ପ୍ରଦୂଷଣ ବଢ଼ିଯାଇଛି। ଏହି ରିପୋର୍ଟରେ କୁହାଯାଇଛି, ଦିଲ୍ଲୀ ବାୟୁ ପ୍ରଦୂଷଣର ୪୧ପ୍ରତିଶତ ଯାନବାହନ ଯୋଗୁ ହେଉଥିବାବେଳେ ଶିଳ୍ପରୁ ୧୮% ଓ ଧୂଳିର ୨୨% ଭୂମିକା ରହୁଛି। ବିଭିନ୍ନ ରିପୋର୍ଟର ପରିସଂଖ୍ୟାନଗତ ତଥ୍ୟ ଅଲଗା ରହୁଥିଲେ ମଧ୍ୟ ବାଣ ଫୁଟା ଓ ଖୁଣ୍ଟା ପୋଡ଼ି ଅପେକ୍ଷା ଉପରଲିଖିତ ପ୍ରଦୂଷଣକାରୀ ଉତ୍ସର ଯୋଗଦାନ ଯଥେଷ୍ଟ ଅଧିକ। ତେଣୁ ସୁପ୍ରିମକୋର୍ଟ ପ୍ରଦୂଷଣ ପାଇଁ କେବଳ ନାଗରିକଙ୍କ ଦୋଷତ୍ରୁଟିକୁ ଦେଖିଲା ଭଳି ମନେହେଉଛି। ଚଳିତ ବର୍ଷ ଯମୁନା ନଦୀରେ ଛଟ୍‌ପୂଜା ନ କରିବା ଲାଗି ଅଦାଲତ ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛଟ୍‌ପୂଜାରୁ କେତେ ପରିମାଣ ଓ କେଉଁ ପ୍ରକାରର ପ୍ରଦୂଷଣ ଘଟିଥାଏ ତାହାର ତଥ୍ୟ କାହା ପାଖରେ ନାହିଁ। ମନେରଖିବାକୁ ହେବ ଯେ, ଯମୁନା ନଦୀରେ ଭାସୁଥିବା ଫେଣ ଛଟ୍‌ପୂଜା ଯୋଗୁ ଘଟି ନ ଥାଏ। ଆଗ୍ରା, ପାନିପଥ, ସୋନିପଥ, ଫରିଦାବାଦ, ଗୁରୁଗ୍ରାମ ଆଦି ସ୍ଥାନରେ ଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ କଳକାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ଓ ଅଣବିଶୋଧିତ ମଇଳା ପାଣି ଯୋଗୁ ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ଏହି ମୂଳ କାରଣକୁ ନ ଖୋଜି ନାଗରିକଙ୍କ ଉପରେ ଦୋଷ ଲଦି ଦେବାର ଗୋଟେ ରୀତିମତ ପ୍ରୟାସ ଚାଲିଛି।
ଓଡ଼ିଶାକୁ ଫେରିଲେ ଏଠାରେ ଦିଲ୍ଲୀର ଭୟ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇଥିଲା। ଭାରତର ସବୁଠୁ ପ୍ରଦୂଷିତ ୧୬ଟି ସହର ମଧ୍ୟରେ ଓଡ଼ିଶାର ୬ଟି ଥିଲା ବୋଲି ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦର୍ଶାଇଥିଲା। ଉଦ୍‌ବେଗଜନକ ବିଷୟ ହେଉଛି ଅନୁଗୋଳ ସହରର ବାୟୁ ଗୁଣମାନ ସୂଚକାଙ୍କ(ଏକ୍ୟୁଆଇ) ୩୫୭ ଥିଲାବେଳେ ଦିଲ୍ଲୀରେ ସେତେବେଳେ ଏହା ଥିଲା ୩୪୬। ଏହାବାଦ୍‌ ତାଳଚେର, କଟକ, ଭୁବନେଶ୍ୱର, ବାଲେଶ୍ୱର, ଓ କେନ୍ଦୁଝର ଏକ୍ୟୁଆଇ ବିପଜ୍ଜନକ ରହିବା ପଛରେ କଳକାରଖାନା, ଖଣିଖାଦାନ ଓ ଗଦାଗଦା ବର୍ଜ୍ୟ ଦାୟୀ ବୋଲି କୁହାଯାଇପାରେ।
ଦିଲ୍ଲୀଠାରୁ ଅନୁଗୋଳ ପର୍ଯ୍ୟନ୍ତ ପ୍ରଦୂଷଣକୁ ଦେଖିଲେ ସବୁଥିରେ ନାଗରିକଙ୍କୁ ଦାୟୀ କରା ନ ଯାଇ ପ୍ରଦୂଷଣକାରୀ କମ୍ପାନୀ, ନିର୍ମାଣ ସଂସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଦେଖାଦେଉଥିବା ଅବ୍ୟବସ୍ଥାକୁ ସୁଧାରିବା ଦିଗରେ ଗୁରୁତ୍ୱ ଦେବାର ସମୟ ଆସିଲାଣି। ନାଗରିକଙ୍କୁ ଆଧାର ସହ ପାନ୍‌ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଲାଗି ବାରମ୍ବାର ଦୌଡ଼ା ଯିବାଠାରୁ ଆରମ୍ଭ କରି ସ୍ବଚ୍ଛତା ଟିକସ, ଶିକ୍ଷା ସେସ୍‌, ଜିଏସ୍‌ଟି ଭଳି ଟିକଟ ବସାଇ ସରକାର ଆମ୍ଭମାନଙ୍କୁ ଘାଣ୍ଟିବାରେ ଲାଗିଛନ୍ତି। ସେମିତି କଚେରି ଚତୁରତାର ସହିତ ସବୁ ବୋଝ ନାଗରିକଙ୍କ ଉପରେ ପ୍ରଥମେ ଅଜାଡ଼ି ଦେଇ ଝାଡ଼ିଝୁଡ଼ି ବସି ପୋଲିସକୁ ଲଗାଇ ଦେଉଛି। ଅନ୍ୟପଟେ କର୍ପୋରେଟ୍‌ ସଂସ୍ଥା ଯେତେ ବେଆଇନ କାର୍ଯ୍ୟ କଲେ ମଧ୍ୟ ତାହା ପ୍ରତି ସରକାରଙ୍କଠାରୁ ଆରମ୍ଭ କରି ଅଦାଲତ ପର୍ଯ୍ୟନ୍ତ ନରମଭାବ ପ୍ରଦର୍ଶନ କରିବା ହୋଇଯାଇଛି ଯେମିତି ନୂଆ ନିୟମ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri