ବିନା ମାସ୍କରେ ତାରାତାରିଣୀ ମନ୍ଦିର ପ୍ରବେଶ ମନା

ଛତ୍ରପୁର,୧୭ା୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପର୍ବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଆସନ୍ତା ୨୨, ୨୯ ଏବଂ ଏପ୍ରିଲ ୫ ଓ ୧୨ ତାରିଖରେ ମା’ଙ୍କ ଚୈତ୍ର ପର୍ବ ପାଳନ ସକାଶେ ଅନୁମତି ଦେଇଛନ୍ତି। ଶ୍ରଦ୍ଧାଳୁମାନେ ଯେଭଳି ବିନା ଦ୍ୱିଧାରେ ମା’ଙ୍କର ଦର୍ଶନ କରିପାରିବେ ସେଥିସକାଶେ ସମସ୍ତ ଆୟୋଜନ କରିବାକୁ ଜଣାଇଥିଲେ।
କରେନା କଟକଣା ଯୋଗୁ ଗତ ୨ବର୍ଷ ହେଲା ମା’ଙ୍କ ଯାତ୍ରାକୁ ଶ୍ରଦ୍ଧାଳୁମାନେ ଆସିପାରୁ ନ ଥିଲେ। ଚଳିତବର୍ଷ ଚୈତ୍ର ମଙ୍ଗଳବାରଗୁଡିକରେ ପୀଠରେ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ତେଣୁ ଭକ୍ତଙ୍କ ସୁବିଧା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ପାହାଚ ରାସ୍ତା, ରୋପ୍‌ୱେ ଏବଂ ଘାଟି ରାସ୍ତାରେ ବସ୍‌ ଯୋଗେ ମନ୍ଦିର ନିକଟକୁ ଯାଇହେବ। ଜିଲାରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ବିନା ମାସ୍କରେ କାହାକୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଅସୁସ୍ଥ ଓ ବୟସ୍କ ବ୍ୟକ୍ତି କିମ୍ବା କୋଭିଡ୍‌ ଲକ୍ଷଣ ଥିବା ବ୍ୟକ୍ତି ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିର ନିକଟରେ କୌଣସି ପୂଜା ସାମଗ୍ରୀ ବିକ୍ରି ନ ହୋଇ ପାହାଡ ପାଦଦେଶରେ ନିର୍ଦ୍ଧାରିତ ସ୍ଥାନରେ ବିକ୍ରି କରିବାକୁ ଅନୁମତି ମିଳିବ। ପାହାଡ଼ ପାଦଦେଶରେ ଏବଂ ମନ୍ଦିର ନିକଟରେ ସ୍ବାସ୍ଥ୍ୟ ବିଭାଗ ଦଳ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟସେବା ଯୋଗାଇବେ। ପୋଲିସ ଟିମ୍‌ ଆଇନ ଶୃଙ୍ଖଳା ରକ୍ଷା କରିବେ। ମନ୍ଦିର ଉପରକୁ କୌଣସି ଯାନବାହନ ଯିବନାହିଁ। ଯାତ୍ରୀମାନେ ନିଜ ଯାନବାହନ ପାର୍କିଂ ସ୍ଥଳରେ ରଖି ପାହାଡ ତଳୁ ବସ୍‌ରେ ଟିକେଟ କାଟି ମନ୍ଦିର ନିକଟକୁ ଯାଇ ମା’ଙ୍କ ଦର୍ଶନ କରିବେ। ସେବାୟତଙ୍କ ଯାତାୟାତ ସକାଶେ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ପାହାଚ ରାସ୍ତା, ପାର୍କିଂସ୍ଥଳ ଏବଂ ରାସ୍ତାରେ ପାନୀୟଜଳ ବ୍ୟବସ୍ଥା ଓ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ପରିସରରେ ପଲିଥିନ ବ୍ୟବହାର ବାରଣ କରାଯାଇଛି। ଭକ୍ତଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମନ୍ଦିର ନିକଟରେ ଏବଂ ପାହାଡ଼ ପାଦଦେଶରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯିବ। ମନ୍ଦିର ତରଫରୁ ଖେଚୁଡି ବିକ୍ରି ହେବ। ଭକ୍ତମାନେ ତାହା କିଣିନେବେ। ହେଲେ ମନ୍ଦିର ନିକଟରେ ଖାଇବାକୁ ମନା କରାଯାଇଛି। ଚଳିତବର୍ଷ ମାନସିକଧାରୀମାନେ ସେମାନଙ୍କ ଶିଶୁଙ୍କ ମୁଣ୍ଡନ କରାଇପାରିବେ। ମୁଣ୍ଡନ ସକାଶେ ଜଣ ପ୍ରତି ୫୦ଟଙ୍କା ଫି’ ରଖାଯାଇଛି। ସାଂସ୍କୃତିକ ଦଳଗୁଡ଼ିକ ଦ୍ୱାରା ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳା ପ୍ରଦର୍ଶିତ ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ନୀତୀଶ ତ୍ରିପାଠୀ, ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟରଞ୍ଜନ ଛୋଟରାୟ, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀ, ତାରାତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ତଥା ଟ୍ରଷ୍ଟ ବୋର୍ଡର ସଭ୍ୟ ପ୍ରମୋଦ କୁମାର ପଣ୍ଡା, ସେବାୟତ ସନତ ରଣା, ତପନ କୁମାର ରଣା ଏବଂ ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri