ଭୁବନେଶ୍ୱର,୧୨ା୧୨: ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳ ଜିଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କୋରାପୁଟର ସେମିଳିଗୁଡ଼ାରେ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ଥିବାବେଳେ ରାଉରକେଲାରେ ୭.୨ ଡିଗ୍ରୀ, କେନ୍ଦୁଝରରେ ୯.୬ ଡିଗ୍ରୀ, ସମ୍ବଲପୁରରେ ୧୦.୮ ଡିଗ୍ରୀ, ହୀରାକୁଦରେ ୧୧.୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରେ ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି।