ଶକ୍ତି କ୍ଷେତ୍ରକୁ ମିଳିଛି ୬୧୭.୨ଲକ୍ଷ ଟନ୍‌ କୋଇଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଚଳିତବର୍ଷ ଏପ୍ରିଲରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍‌ କୋଇଲା ଉତ୍ପାଦିତ ହୋଇଛି। ସେଥିମଧ୍ୟରୁ କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡ଼ିକ ଏହି ମାସରେ ୫୩୪.୭ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ କରିଥିବା ବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ (ଏସ୍‌ସିସିଏଲ) ଦ୍ୱାରା ୫୩.୨୩ ଲକ୍ଷ ଟନ୍‌ ଉତ୍ପାଦିତ ହୋଇଛି। ଏହା ବ୍ୟତୀତ ନିଜସ୍ବ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍‌।
କୋଇଲା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏପ୍ରିଲରେ ଦେଶରେ ମୋଟ କୋଇଲା ଚାହିଦା ଥିଲା ୭୦୮.୬୮ଲକ୍ଷ ଟନ୍‌। ସେହି ମାସରେ କେବଳ ଶକ୍ତି କ୍ଷେତ୍ରର କୋଇଲା ଆବଶ୍ୟକତା ୬୧୭.୨ଲକ୍ଷ ଟନରେ ପହଞ୍ଚତ୍ଥିଲା। ସେଥିମଧ୍ୟରୁ କୋଲ୍‌ ଇଣ୍ଡିଆ ଶକ୍ତି କ୍ଷେତ୍ରକୁ ୪୯୭.୩୯ ଲକ୍ଷ ଟନ୍‌ କୋଇଲା ଯୋଗାଇ ଦେଇଥିଲା। ୨୦୨୨ ଏପ୍ରିଲରେ ସର୍ବାଧିକ ୫୩୪.୭ ଲକ୍ଷ ଟନ କୋଇଲା ଉତ୍ପାଦନ କରି ୬.୦୨ଶତାଂଶ ଅଭିବୃଦ୍ଧି ହାସଲ କରିଥିଲା। ଏହା ପୂର୍ବରୁ ସିଆଇଏଲ ୨୦୧୯ରେ ସର୍ବାଧିକ ୪୫୦.୨୯ଲକ୍ଷ ଟନ୍‌ କୋଲଇା ଉତ୍ପାଦନ କରିଥିଲା। ସେହିଭଳି କୋଇଲାର ସର୍ବାଧିକ ଯୋଗାଣ ସେହିବର୍ଷ ଏପ୍ରିଲରେ ଥିଲା ୫୭୦.୫୫ଲକ୍ଷ ଟନ୍‌। ଏହା ପରେ ୨୦୨୧ ଏପ୍ରିଲରେ କୋଇଲାର ସର୍ବୋଚ୍ଚ ଯୋଗାଣ ୫୪୦.୧୨ଲକ୍ଷ ଟନ୍‌ ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ କୋଇଲା ଉତ୍ପାଦନ ଥିଲା ୭୭୭୦. ୨୩ ଲକ୍ଷ ଟନ୍‌। ୨୦୨୦-୨୧ ବର୍ଷରେ ଦେଶରେ ମୋଟ ୭୧୬୦ଲକ୍ଷ ଟନ୍‌ କୋଇଲା ଉତ୍ପାଦିତ ହୋଇଥିଲା। ତେଣୁ ବର୍ଷକ ମଧ୍ୟରେ କୋଇଲା ଉତ୍ପାଦନରେ ୮.୫୫ ଶତାଂଶ ଅଭିବୃଦ୍ଧି ଘଟିଥିଲା। କୋଲ ଇଣ୍ଡିଆ(ସିଆଇଏଲ୍‌)ର ଉତ୍ପାଦନ ୨୦୨୦-୨୧ରେ ୫୯୬୦.୨୪ ଲକ୍ଷ ଟନ୍‌ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬୨୨୦.୬୪ ଲକ୍ଷ ଟନରେ ପହଞ୍ଚତ୍ଛି, ଯାହାକି ୪.୪୩ ଶତାଂଶ ବୃଦ୍ଧି ଘଟିଛି। ସିଙ୍ଗରେନି କୋଇଲା କମ୍ପାନୀ ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ୨୮.୫ ଶତାଂଶ ଅଧିକ କୋଇଲା ଉତ୍ପାଦନ କରିଥିଲା। ସେହିବର୍ଷ ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ କୋଇଲାର ପରିମାଣ ଥିଲା ୬୫୦.୦୨ ଲକ୍ଷ ଟନ। ୨୦୨୦-୨୧ରେ ଏହି କମ୍ପାନୀ ମୋଟ ୫୦୦. ୫୮ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ କରିଥିଲା। ସେହିଭଳି ନିଜସ୍ବ ଖଣିଗୁଡ଼ିକରୁ କୋଇଲା ଉତ୍ପାଦନ ୨୦୨୦-୨୧ରେ ୬୯୦.୧୮ଲକ୍ଷ ଟନ୍‌ ଥିବାବେଳେ ୨୦୨୧-୨୨ରେ ଏହା ୮୯୦.୫୭ ଲକ୍ଷ ଟନ୍‌ରେ ପହଞ୍ଚଛି। ୨୦୨୧-୨୨ ବର୍ଷରେ ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୮୧୮୦.୦୪ ଲକ୍ଷ ଟନ୍‌। ୨୦୨୦-୨୧ବର୍ଷରେ ମୋଟ ୬୯୦୦.୭୧ଲକ୍ଷ ଟନ କୋଇଲା ବିଭିନ୍ନ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଥିଲା। ବର୍ଷକରେ କୋଇଲା ଯୋଗାଣ କ୍ଷେତ୍ରରେ ୧୮.୪୩ ଶତାଂଶ ଅଭିବୃଦ୍ଧି ହାସଲ କରାଯାଇଛି। ଏହି ସମୟ ମଧ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ ୬୬୧୦.୮୫ ଲକ୍ଷ ଟନ୍‌ କୋଇଲା ଯୋଗାଇ ଦେଇଥିଲା। ୨୦୨୦-୨୧ରେ କୋଲ୍‌ ଇଣ୍ଡିଆର ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୫୭୩୦. ୮୦ ଲକ୍ଷ ଟନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri