ଆମେରିକା-ସାଉଦି ପେଟ୍ରୋଡଲାର ଚୁକ୍ତିର ଅନ୍ତ

ରିୟାଧ,୧୫ା୬: ଡଲାର ବିନିମୟରେ ଅଶୋଧିତ ତୈଳ ବିକ୍ରି ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ୮୦ ବର୍ଷ ଧରି ଚାଲିଆସିଥିବା ପେଟ୍ରୋଡଲାର ଚୁକ୍ତିର ଅନ୍ତ ଘଟିଛି। ୧୯୭୪ ଜୁନ୍‌ ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସମୟସୀମା ଜୁନ୍‌ ୯ରେ ଶେଷ ହେବା ପରେ ଏହାକୁ ନବୀକରଣ ନ କରିବା ପାଇଁ ସାଉଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫଳରେ ଏହି ତୈଳସମୃଦ୍ଧ ଦେଶ ଏଣିକି କେବଳ ଡଲାର ପରିବର୍ତ୍ତେ ଚାଇନାର ଆର୍‌ଏମ୍‌ବି, ୟୁରୋ, ୟେନ୍‌, ୟୁଆନ୍‌ ଆଦି ବିଭିନ୍ନ ମୁଦ୍ରାରେ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବ। ଏଥିସହିତ ବିଟ୍‌କଏନ୍‌ ଭଳି ଡିଜିଟାଲ କରେନ୍ସିର ସମ୍ଭାବ୍ୟ ବ୍ୟବହାର ଉପରେ ମଧ୍ୟ ବିଚାର କରାଯାଇପାରେ ବୋଲି କୁହାଯାଇଛି। ଫଳରେ ବୈଶ୍ୱିକ ଅର୍ଥନୀତିର ଢାଞ୍ଚାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି।
ପେଟ୍ରୋଡଲାର ହେଉଛି ଅଶୋଧିତ ତୈଳ ବିକ୍ରିରୁ ଡଲାରରେ ହେଉଥିବା ଉପାର୍ଜନ। ସାମରିକ ସହାୟତା ପାଇଁ ଡଲାର ବିନିମୟରେ ତୈଳ ବିକ୍ରି ନିମନ୍ତେ ୧୯୭୪ରେ ଆମେରିକା ଓ ସାଉଦି କର୍ତ୍ତୃପକ୍ଷଙ୍କ ମଧ୍ୟରେ ପେଟ୍ରୋଡଲାର ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ବିଶ୍ୱ ଅର୍ଥନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିଲା ଏବଂ ବୈଶ୍ୱିକ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ବଢ଼ିଥିଲା। ଚୁକ୍ତିନାମା ଅନୁଯାୟୀ ସାଉଦି ଆରବ ସହ ଅର୍ଥନୈତିକ ସହଯୋଗ ଏବଂ ଏହି ଦେଶର ସାମରିକ ଆବଶ୍ୟକତା ଆଧାରରେ ଦୁଇଟି ଯୁଗ୍ମ କମିଶନ ଗଢ଼ାଯାଇଥିଲା। ଏହି ଡିଲ୍‌ ଦ୍ୱାରା ସାଉଦି ଏହାର ତୈଳ ଉତ୍ପାଦନ ବଢ଼ାଇବା ପାଇଁ ପ୍ରୋତ୍ସାହିତ ହେବ ବୋଲି ଆମେରିକା କର୍ତ୍ତୃପକ୍ଷ ସେତେବେଳେ ଆଶା ରଖିଥିଲେ। ଓ୍ବାଶିଂଟନ ଏବଂ ଅନ୍ୟ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥତ୍କ ସହଯୋଗ ବଢ଼ାଇବାରେ ଏହା ଏକ ବ୍ଲୁପ୍ରିଣ୍ଟ ହେବ ବୋଲି ସେମାନେ କଳ୍ପନା କରିଥିଲେ।
ସାଉଦି ଆରବ ପ୍ରୋଜେକ୍ଟ ଏମ୍‌ବ୍ରିଜ୍‌ରେ ସାମିଲ ହେବା ନେଇ ନିକଟରେ ଘୋଷଣା କରିଥିଲା। ପ୍ରୋଜେକ୍ଟ ଏମ୍‌ବ୍ରିଜ୍‌ ହେଉଛି ମଲ୍ଟି-ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନି୍ସ (ସିବିଡିସି) ପ୍ଲାଟ୍‌ଫର୍ମ, ଯାହା ଅଂଶଗ୍ରହଣକାରୀ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଶେୟାର ହୋଇଛି। ସୀମାପାର ପେମେଣ୍ଟର ତ୍ୱରିତ୍‌ ସମାଧାନ ଏବଂ ବିଦେଶୀ ବିନିମୟ କାରବାର ପାଇଁ ଆବଣ୍ଟିତ ଲେଜର ଟେକ୍‌ନୋଲୋଜି(ଡିଏଲ୍‌ଟି) ଆଧାରରେ ଏହା ପ୍ରସ୍ତୁତ ହୋଇଛି। ପ୍ରୋଜେକ୍ଟ ଏମ୍‌ବ୍ରିଜ୍‌ରେ ୨୬ରୁ ଊର୍ଦ୍ଧ୍ୱ ରିଜର୍ଭ ବ୍ୟାଙ୍କ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri