Posted inଖେଳ

ଲିଗ୍‌ ପର୍ଯ୍ୟାୟ ଶେଷ, ଆଜିଠୁ ସୁପର-୮

ଗ୍ରସ୍‌ ଆଇଲେଟ୍‌,୧୯ା୬(ପି.ଟି.): ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍‌ ପୁରନଙ୍କ ୯୮ ରନ୍‌ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ୍‌ କରିଥିଲା। ଜବାବରେ ଆଫଗାନିସ୍ତାନ ୧୬.୨ ଓଭରରେ ୧୧୪ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୨ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ଜନ୍‌ସନ ଚାଲର୍‌ସ(୪୩) ଓ ନିକୋଲାସ ପୁରନ(୯୮) ଦ୍ୱିତୀୟ ଉଇକେଟରେ ୮୦ ରନ୍‌ ଯୋଡିଥିଲେ। ପୁରନ୍‌ ଧୂଆଁଧାର ବ୍ୟାଟିଂ କରି ୫୩ ବଲ୍‌ ଖେଳି ୬ ଚୌକା ଓ ୮ ଛକା ମାରିଥିଲେ। ମାତ୍ର ୨ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବେଳେ ଦୁର୍ଭାଗ୍ୟଜନକ ଭାବରେ ରନ୍‌ଆଉଟ ହୋଇଥିଲେ। ଶେଷ ଆଡକୁ ଶାଇ ହୋପ୍‌ ୨୫ ଓ ରୋଭମାନ ପାଓ୍ବେଲ ୨୬ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ୨, ନବୀନ ଉଲ୍‌ ହକ୍‌ ଓ ଅଜମତଉଲ୍ଲା ଓମାରଜାଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୁରନ୍‌ ଏହି ଇନିଂସରେ ଅଜମତଉଲ୍ଲା ଓମାରଜାଇ ବୋଲିଂ କରିଥିବା ଓଭରରୁ ୩୬ ରନ୍‌ ସଂଗ୍ରହ କରିଥିଲେ। ୧୦ ଅତିରିକ୍ତ ରନ୍‌ ଆସିଥିଲେ ମଧ୍ୟ ଟି୨୦ ଇତିହାସର ପଞ୍ଚମ ବୋଲର ଭାବରେ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଓମାରଜାଇ।
୨୧୯ ରନ୍‌ ବିଜୟ ଲକ୍ଷ୍ୟରେ ଆଫଗାନିସ୍ତାନ ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ଇନ ଫର୍ମ ରେହମାନଉଲ୍ଲା ଗୁରବାଜଙ୍କ ଉଇକେଟ ହରାଇଥିଲା। ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ଆଫଗାନିସ୍ତାନ ୧୧୪ ରନ୍‌ରେ ଅଲଆଉଟ ହୋଇଥିଲା। ଇବ୍ରାହିମ୍‌ ଜଦ୍ରାନ ଦଳ ପକ୍ଷରୁ ସର୍ବାଧିକ ୩୮ ରନ୍‌ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜମତଉଲ୍ଳା ଓମାରଜାଇ ୨୩ ଓ ରଶିଦ୍‌ ଖାନ୍‌ ୧୮ ରନ୍‌ କରିଥିଲେ। ଓବେଡ୍‌ ମ୍ୟାକୟ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକିଲ ହୋସେନ,ଗୁଡାକେଶ ମୋତି ଦୁଇଟି, ଆନ୍ଦ୍ରେ ରସେଲ, ଅଲଜାରି ଯୋଶେଫ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ନିକୋଲାସ ପୁରନଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୨୧୮/୫(ନିକୋଲାସ ପୁରନ୍‌-୯୮, ଜନସନ୍‌ ଚାଲର୍‌ସ-୪୩, ରୋଭମାନ ପାଓ୍ବେଲ-୨୬, ଗୁଲବଦିନ୍‌ ନାଇବ-୨/୧୪, ଅଜମତଉଲ୍ଳା ଓମାରଜାଇ-୧/୪୧, ନବୀନ ଉଲ ହକ୍‌-୧/୪୧)। ଆଫଗାନିସ୍ତାନ ୧୬.୨ ଓଭରରେ ୧୧୪/୧୦ ( ଇବ୍ରାହିମ୍‌ ଜଦ୍ରାନ-୩୮, ଅଜମତଉଲ୍ଳା ଓମାରଜାଇ-୨୩, ରଶିଦ୍‌ ଖାନ୍‌-୧୮, ଓବେଡ୍‌ ମ୍ୟାକୟ-୩/୧୪, ଅକିଲ ହୋସେନ୍‌-୨/୨୧, ଗୁଡାକେଶ ମୋତି-୨/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri