ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ କଲେଜ ସହିତ ଜାତୀୟ ରାଜପଥ ଦେଇ କୋର୍ଟ ଛକରେ ଯାନବାହନ ଜନଗହଳିରେ ଶୁକ୍ରବାର ସକାଳ ସମୟରେ ବୁଲୁଥିଲା। ବନବିଭାଗ ହାତୀକୁ ଘଉଡ଼ାଉଥିବା ବେଳେ ଯୁବକମାନେ ହୋ-ହଲ୍ଲା ହୋଇଥିଲେ। ପରେ ପରେ ଭୁବନ ବନବିଭାଗ କାର୍ଯ୍ୟାଳୟ ଦେଇ ଭୁଷଳ ଗ୍ରାମ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀ କଡ଼ରେ ବୁଲୁଥିବା। ଅନେକ ଲୋକ ଭୟଭୀତ ଥିବା ବେଳେ ଦନ୍ତାହାତୀଟି ଜନଗହଳି ମଧ୍ୟରେ ଯାଉଥିଲେ ମଧ୍ୟ କିଛି କ୍ଷତି କରି ନ ଥିଲା।