ବାସ୍ତୁଶାସ୍ତ୍ର: ଘରେ ସୌଭାଗ୍ୟ ଆଣେ ହାତୀଙ୍କ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଶୟନକକ୍ଷରେ ଯୋଡ଼ା ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ପତ୍ନୀ-ପତିଙ୍କ ମଧ୍ୟରେ ଭଲପାଇବା ବଢ଼ିବା ସହ ପରସ୍ପର ପ୍ରତି ସମ୍ମାନ ବୃଦ୍ଧି ପାଇଥାଏ।

*ସେହିପରି ଆଲମାରିର କବାଟରେ ଶୁଣ୍ଢ ଉପରକୁ ଉଠାଇଥିବା ଦୁଇଟି ହାତୀଙ୍କ ମଝିରେ ମା’ଲକ୍ଷ୍ମୀ ବସିଥିବାର ଫଟୋ ଲଗାଇଲେ କିମ୍ବା ଆଲମାରିରେ ଏପରି ମୂର୍ତ୍ତି ରଖିଲେ ପରିବାରରେ ସୁଖ ସମୃଦ୍ଧି ବଢ଼ିବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ।

*ଯଦି ଘରେ ଆର୍ଥିକ ଦୁରବସ୍ଥା ଲାଗି ରହିଥାଏ, ତା’ହେଲେ ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ଘରେ ଥିବା କୂଅରେ ପକାଇଲେ ଏହି ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।

*ସେହିପରି ଯଦି କେହି ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥାନ୍ତି, ତା’ହେଲେ ସେହି ମାଟିରେ କିଛି ଘିଅ ଓ ପାଣି ମିଶାଇ ୬ଟି ଗୋଲି ତିଆରି କରିବେ ଓ ସେଥିରେ ସିନ୍ଦୂର ଲଗାଇ ତାହାକୁ ଏକ ଡବାରେ ଭର୍ତ୍ତି କରି ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲୁଚାଇ ରଖିଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।