Posted inଜାତୀୟ

ଜିତିବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ୁଥିବି

ଗାନ୍ଧିନଗର,୨।୧୨: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ଶେଷ ହୋଇଛି। ବହୁ ରାଜନୈତିକ ଦଳ ରାଜ୍ୟ ଶାସନ କ୍ଷମତା ହାତେଇବାକୁ ଆଶାବାନ୍ଧି ବସିଛନ୍ତି। ଏପରିସ୍ଥିତିରେ ଗୁଜରାଟ ସବରକନ୍ଥା ଜିଲା ହିମତନଗର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ମଗନଭାଇ ସୋଲାଙ୍କି (୫୭)ଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି। ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ମଗନଭାଇ ନିଜ ୨.୫ ଫୁଟ୍‌ର ଦୀର୍ଘକାୟ ନିଶ ପାଇଁ ବେଶ୍‌ ଚର୍ଚ୍ଚିତ। ୨୦୧୭ରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିବା ମଗନଭାଇ କୌଣସି ଇଲେକ୍ସନ ଜିତି ନାହାନ୍ତି। ତାଙ୍କୁ ନିର୍ବାଚନ ଲଢ଼ିବା ପସନ୍ଦ ବୋଲି ସେ କୁହନ୍ତି। ଶେଷଥର ହିମତନଗର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ବିଧାୟକ ଥିବାବେଳେ ମଗନଭାଇ ଏହି ଆସନରୁ ଇଲେକ୍ସନ ଲଢ଼ୁଛନ୍ତି। ୫ରେ ହେବାକୁ ଥିବା ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଅବସରରେ ହିମତନଗରରେ ମତଦାନ କରାଯିବ।
ଲ୍ୟୁଟନାଣ୍ଟ ଭାବେ କାର୍ଯ୍ୟ କରୁଥିବା ମଗନଭାଇ ୨୦୧୨ରେ ଅବସର ନେଇଥିଲେ। ପ୍ରଥମଥର ପାଇଁ ବହୁଜନ ସମାଜ ପାର୍ଟି ତରଫରୁ ସେ ୨୦୧୭ରେ ହିମତନଗର ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହାପରେ ୨୦୧୯ ଲୋକ ସଭା ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେଲେ। ନିର୍ବାଚନ ପ୍ରଚାରରେ ଗଲାବେଳେ ଲୋକେ ତାଙ୍କ ନିଶକୁ ଦେଖିବା ପାଇଁ ଗହଳି ଜମାନ୍ତି। ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ତାଙ୍କ ନିଶକୁ ଦେଖି ଆକୃଷ୍ଟ ହେଉଥିବା ମଗନଭାଇ କୁହନ୍ତି। ଦୀର୍ଘକାୟ ନିଶ ବଢ଼ାଇବାର ନୁସ୍‌କା ମଧ୍ୟ କେହି କେହି ତାଙ୍କଠାରୁ ପଚାରି ବୁଝନ୍ତି। ନିଶର ଯତ୍ନ ପାଇଁ ଚାକିରି ସମୟରେ ସରକାର ତାଙ୍କୁ ଆର୍ଥତ୍କ ସହାୟତା ଯୋଗାଉଥିବାବେଳେ ଉଚ୍ଚାଧିକାରୀ ମଧ୍ୟ ତାଙ୍କ ନିଶକୁ ନେଇ ବହୁ ପ୍ରଶଂସା କରନ୍ତି। ଚଳିତବର୍ଷ ସେ ନିର୍ବାଚନ ଜିତିଲେ ନିଶ ରଖିବା ଲାଗି ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟରେ ଆଇନ ପ୍ରଣୟନ କରିବା ଲାଗି ସରକାର ନିକଟରେ ଦାବି କରିବେ। ଅନ୍ୟପକ୍ଷେ ରିଟାଏଡ୍‌ ସେନା ଅଧିକାରୀଙ୍କ ଅସୁବିଧା ପୂରଣ ସମ୍ପର୍କରେ ବିଧାନସଭାରେ ଦାବି ଉପସ୍ଥାପନ କରିବା କଥା ସେ କହିଛନ୍ତି। ଯେ ପର୍ଯ୍ୟନ୍ତ ନିର୍ବାଚନ ଜିତି ନାହାନ୍ତି ସେ ପର୍ଯ୍ୟନ୍ତ ମଗନଭାଇ ନିର୍ବାଚନ ଲଢ଼ୁଥିବେ ବୋଲି କହିଛନ୍ତି। ପ୍ରଥମଥର ତାଙ୍କୁ ୧୦୦୦ ଭୋଟ ମିଳିଥିବାବେଳେ ଲୋକ ସଭା ନିର୍ବାଚନରେ ୨୫୦୦ ସମର୍ଥକ ତାଙ୍କୁ ଭୋଟ ଦେଇଥିଲେ। ଚଳିତ ନିର୍ବାଚନରେ ତାଙ୍କୁ ଆହୁରି ଅଧିକ ଭୋଟ ମିଳିବ ବୋଲି ସେ ଆଶାୟୀ। ଏହି ବିଧାନସଭା ଆସନରୁ ଭାଜପା ଦଳୀୟ ପ୍ରାର୍ଥୀ ବିରେନ୍ଦ୍ରସିନ ଜାଲା, କଂଗ୍ରେସର କମଲେଶଭାଇ ପଟେଲ ଏବଂ ଏଏପି ପକ୍ଷରୁ ନିର୍ମଳସିନ ପରମାଲ ଚଳିତବର୍ଷ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri