Man runs to girl lying on road, unconscious victim of car accident, ambulance
ସମ୍ବଲପୁର, ୬ା୩ (ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଅଧୀନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ମୁଖ୍ୟ ଗେଟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଆଣି ଚାଳକ ଅଚେତ ଅବସ୍ଥାରେ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଥିବା କେତେକ ଛାତ୍ରୀଛାତ୍ର ଏବଂ ଖବରଦାତା ୧୦୮ ଆମ୍ବୁଲାନ୍ସ ଡକାଇ ଯୁବତୀଙ୍କୁ ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀ ଜଣକ ଡାକ୍ତରଖାନାର ସଂକ୍ରମଣ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରା କହିଛନ୍ତି, ଆମ୍ବୁଲାନ୍ସ ଯୋଗେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଖବର ଆସିଛି। ହେଲେ ଏନେଇ କୌଣସି ଅଭିଯୋଗ ହୋଇନାହିଁ। ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।