ମାଲିକଙ୍କ ସହ ବିଶ୍ୱାସ ଘାତକ କରି ବନ୍ଧାହେଲେ ଡ୍ରାଇଭର

ଚୌଦାର,୭।୧(ଡି.ଏନ୍‌.ଏ): ବିଶ୍ୱାସ ଘାତକ ସାଜିଲେ ଡ୍ରାଇଭର । ମାଲିକଙ୍କ ବିଶ୍ୱାସରେ ବିଷ ଦେଇ କଲେ ଲୁଟ୍‌ । ଶେଷରେ ଧରା ପଡ଼ି ଗଲେ ଜେଲ । ଏଭଳି ଘଟଣା ଘଟିଛି କଟକ ଜିଲା ଚୌଦ୍ୱାର ଥାନା ନୂଆପାଟଣା ମଧୁସୂଦନ ସେତୁ ନିକଟରେ ।
ସୂଚନାଯୋଗ୍ୟ, କଟକ ସିଡିଏରେ ରହୁଥିବା ବିଭୂତି ଭୂଷଣ ସାହୁଙ୍କର ଏକ ପେଟ୍ରୋଲ ପମ୍ପ ଚୌଦ୍ୱାର ନୂଆପାଟଣା ନିକଟରେ ଅଛି । ବିଭୂତିଙ୍କ ହଠାତ କୌଣସି କାରଣରୁ ଟଙ୍କା ଦରକାର ହେବାରୁ ସେ ଗତ ୫ତାରିଖ ରାତି ୯ଟା ସମୟରେ ତାଙ୍କ କାର ଦେଇ ଡ୍ରାଇଭରକୁ ଟଙ୍କା ଆଣିବା ପାଇଁ ପେଟ୍ରୋଲ ପମ୍ପ ପଠାଇଥିଲେ । ମାତ୍ର ଡ୍ରାଇଭର ଘରକୁ ଫେରିବା ବିଳମ୍ବ ହେବାରୁ ବିଭୂତି ପମ୍ପ ମ୍ୟାନେଜର ସହିତ ଯୋଗାଯୋଗ କରିଥିଲେ ତେବେ ଟଙ୍କା ନେଇ ଡ୍ରାଇଭର ପ୍ରାୟ ୨ଘଣ୍ଟା ହେବ ଗଲାଣି ବୋଲି ମ୍ୟାନେଜର କହିଥିଲେ । ପରେ ମାଲିକଙ୍କ ସନ୍ଦେହ ହେବାରୁ ସେ ଆସି ଦେଖିଲେ ନୂଆପାଟଣା ବ୍ରିଜ ଉପରେ ତାଙ୍କ ଗାଡ଼ି ଅଛି ଓ ଡ୍ରାଇଭର ମଧ୍ୟ ଅଛନ୍ତି। ଡ୍ରାଇଭର କାନ୍ଦିବା ସହିତ ଗାଡ଼ି କାଚ ଭାଙ୍ଗି ୪ଜଣ ଲୁଟେରା ଟଙ୍କା ନେଇ ଯାଇଥିବା କହିଥିଲେ। ମାଲିକ ଗାଡ଼ି ଡ୍ରାଇଭରଙ୍କୁ ସାଥିରେ ଧରି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଚୌଦ୍ୱାର ପୋଲିସ ସ୍ପେଶିଆଲ ସ୍କ୍ବାଡ୍‌ ଘଟଣାର ତଦନ୍ତ କରୁଥଇଲେ। ଡ୍ରାଇଭର ଉପରେ ସନ୍ଦେହ ହେବାରୁ ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ସତ ମାନିଯାଇଥିଲେ। ଟଙ୍କା ସେ ଏକ ବୁଦା ମୂଳରେ ଲୁଚାଇ ରଖି ଏପରି ନାଟକ କରିଥିବା ଜଣା ପଡ଼ିଥିଲା । ପୋଲିସ ତାଙ୍କୁ ଘଟଣାସ୍ଥଳକୁ ନେଇଥିଲେ। ସେ ବୁଦା ଭିତରେ ଲୁଚାଇ ରଖିଥିବା ଟଙ୍କା ବାହାର କରି ପୋଲିସକୁ ଦେଇଥିଲେ। ଏନେଇ ପୋଲିସ ଡ୍ରାଇଭର କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri