Posted inଫୁରସତ

ସ୍କୁଲ୍‌ ବସ୍‌ ଚଲାଉଥିବା ବେଳେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍‌, ଏମିତି ଜୀବନ ରକ୍ଷା କଲେ ପିଲା, ଭିଡିଓ ଦେଖିଲେ…

ସଡ଼କ ଦୁର୍ଘଟଣା ଯେକୌଣସି ସ୍ଥାନରେ, ଯେ କୌଣସି ମୁହୂର୍ତ୍ତରେ ବି ହୋଇପାରେ। ପ୍ରାୟତଃ ଲୋକମାନେ କୁହନ୍ତି, ସାମ୍ନାରେ ଥିବା ବ୍ୟକ୍ତିଙ୍କ ଦୋଷ ଯୋଗୁ ଦୁର୍ଘଟଣା ଘଟେ, ଏହା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ବେଳେବେଳେ ଏହା ନିଜ ନିଜର ଦୋଷ ଏବଂ ବେଳେବେଳେ କେହି ଦୋଷୀ ନ ଥାଇ ବି ଦୁର୍ଘଟଣା ଘଟିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସ୍କୁଲ୍‌ ବସ୍‌ ଚଳାଉଥିବା ଜଣେ ଡ୍ରାଇଭରଙ୍କୁ ହଠାତ୍‌ ହାର୍ଟ ଆଟାକ୍‌ ଆସୁଛି। ଜଣେ ଛୋଟ ପିଲା ଦୌଡ଼ି ଯାଇ ଜୀବନ ରକ୍ଷା କରୁଛି। ଏହି ସମୟର ଭିଡିଓ ଦେଖିଲେ ଭୟରେ ଥରି ଉଠିବେ।

@Enezator ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିଓରେ ଏକ ସ୍କୁଲ ବସ୍‌ର ଭିତର ଦୃଶ୍ୟ ଦେଖିବାକୁ ମିଳୁଛି। ପିଲାମାନଙ୍କର ଜୀବନ ରକ୍ଷା ଡ୍ରାଇଭରମାନଙ୍କର ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥାଏ। ବସ୍‌ ଭିତରେ ଲାଗିଥିବା କ୍ୟାମେରାରୁ ଏହା ଦୃଶ୍ୟମାନ ହେଉଛି। ଅନେକ ଛୋଟ ପିଲା ବସ୍‌ରେ ବସିଛନ୍ତି ଏବଂ ଡ୍ରାଇଭର ବସ୍‌ ଚଳାଉଛନ୍ତି। ହଠାତ୍‌ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍‌ ଆସୁଛି। ଏହି ପରିସ୍ଥିତି ଏହା ତ ଡ୍ରାଇଭରଙ୍କ ଦୋଷ ଥିବା କୁହାଯାଇପାରିବ ନାହିଁ। ସେ ଚେତାଶୂନ୍ୟ ହେବା ମାତ୍ରେ ପାଖରେ ବସିଥିବା ଜଣେ ୧୩ ବର୍ଷର ଶିଶୁ ଦୌଡ଼ି ଯାଇ ନିଜେ ଷ୍ଟିଅରିଂ ସମ୍ଭାଳୁଛନ୍ତି। ସମସ୍ତ ପିଲା ଆତଙ୍କିତ ଅବସ୍ଥାରେ ଥାଆନ୍ତି କିନ୍ତୁ ଷ୍ଟିଅରିଂ ଚଳାଉଥିବା ପିଲା ଶାନ୍ତ ରହିଥାନ୍ତି ଏବଂ ବସ୍‌କୁ ସଠିକ ଦିଗ୍‌କୁ ନେଉଥାନ୍ତି। ତା’ପରେ ସେ ଷ୍ଟିଅରିଂରୁ ହାତ ନେଇ ଡ୍ରାଇଭରଙ୍କ ଛାତି ଦବାଇବା ଆରମ୍ଭ କଲେ। ବସ୍‌ ଚଳାଚଳ କରୁଥିବା ଦେଖାଯାଉଛି। ତା’ପରେ ଆଉ ଜଣେ ପିଲା ଆସି କୌଣସି ପ୍ରକାରେ ବସ୍‌କୁ ଅଟକାଇଦେଲେ। ଏହିପରି ପିଲାମାନଙ୍କର ଜୀବନ ରକ୍ଷା ହୋଇଯାଇଛି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୯୫ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବା ବେଳେ ଏବଂ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ହଠାତ୍‌ ହୃଦ୍‌ଘାତ ଘଟଣା ବଢ଼ିବାରୁ ପିଲାଟି ସାହାଯ୍ୟ କରିଛନ୍ତି ଭଲ। ଆଉ ଜଣେ ୟୁଜର କହିଛନ୍ତି, ପିଲାଟି ଜଣେ ହିରୋ, ତାଙ୍କ ଯୋଗୁ ଶହ ଶହ ପିଲାଙ୍କ ଜୀବନ ରକ୍ଷା ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri