ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଭୁବନେଶ୍ବର,୧୭।୩(ବ୍ୟୁରୋ): ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ । ଏ ନେଇ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ସଭାପତି ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ୩ ମାସ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଡ୍ରାଇଭର ସଂଘ ପକ୍ଷରୁ ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଏଥିରୁ ବିରତ ରହିବାକୁ ଡ୍ରାଇଭରମାନଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁକ୍ରବାର ନିବେଦନ କରିଥିଲେ। ଏହା ସହ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଡ୍ରାଇଭରଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ।
ପୂର୍ବରୁ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇ ଥିବା ସତ୍ତ୍ବେ ଡ୍ରାଇଭରମାନଙ୍କ ଧର୍ମଘଟ ଆରମ୍ଭ ହୋଇଥିଲା ବୋଲି ମେୁଖ୍ୟ ଶାସନ ସଚିବ କହିଥିଲେ। ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭର ମହାସଂଘ ସହିତ ଶାସନ ସଚିବ ଆଲୋଚନା କରିଥିଲେ। ଆଲୋଚନା ସକରାତ୍ମକ ଥିଲା । ହେଲେ ବି ଶୁକ୍ରବାର କିଛି ସ୍ଥାନରେ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ…

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri