ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ପାଇକମାଳ, ୨୫।୬(ବଡ ଶତପଥୀ): ବରଗଡ ଜିଲା ପାଇକମାଳରୁ ୬ କିମି ଦୂର ନୂଆପଡା ଯିବା ରାସ୍ତାର କିଙ୍ଗ ହୋଟେଲ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡ଼ା ହୋଇଥିବା ଟ୍ରକ(GJ 27 TT 7089)କୁ ଧକ୍କା ଦେବା ପରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଝୁନଗାପାଳି (ଦିପ୍ତୀପୁର)ଗ୍ରାମର କ୍ଷୀରସିନ୍ଧୁ ବରିହା (୪୨)।

ସୂଚନାନୁଯାୟୀ, କ୍ଷୀରସିନ୍ଧୁ ନିଜ ବାଇକ(OD17S 5362)ରେ ନୂଆପଡ଼ା ଯାଇ ସାରେ ନିଜ ଘରକୁ ଫେରୁଥିଲେ। କିଙ୍ଗ ହୋଟେଲ ନିକଟରେ ସା 6ଟାରେ ଦୁର୍ଘଟଣା ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ପାଇକମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପଦ୍ମପୁର ପଠାଇଥିବା ବେଳେ ଘଟଣାର ଅନୁସନ୍ଧାନ ଚାଲିଛି ବୋଲି ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି।

Share