‘ସ୍ପୋର୍ଟସ୍‌ ହବ୍‌’ ସ୍ବପ୍ନ ଅଧୁରା

ଢେଙ୍କାନାଳ ଅଫିସ, ୫।୮: ତୀରନ୍ଦାଜୀଠାରୁ ଟେନିସ୍‌। କ୍ରିକେଟରୁ ଆରମ୍ଭ କରି ଫୁଟବଲ୍‌। କ୍ରୀଡ଼ାକ୍ଷେତ୍ରକୁ ନେଇ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟାପ୍ତ ସମ୍ଭାବନା। ପ୍ରତିଭା କି ଭିତ୍ତିଭୂମିର ଅଭାବ ନାହିଁ। ଅଜସ୍ର ଟଙ୍କା ମଧ୍ୟ ମଞ୍ଜୁର ହେଉଛି। ହେଲେ ଦୂରଦୃଷ୍ଟି ଏବଂ ସମନ୍ବୟ ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ବୃହତ୍‌ କ୍ରୀଡ଼ା ପ୍ରକଳ୍ପ। ଜିଲା କୃଷି କାର୍ଯ୍ୟାଳୟ ପଛପାର୍ଶ୍ୱରେ ନିର୍ମାଣାଧୀନ ‘ସ୍ପୋର୍ଟସ୍‌ ହବ୍‌’ କ୍ଷେତ୍ରରେ ସମାନ ସମସ୍ୟା ଉପୁଜିଛି। ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ପ୍ରକଳ୍ପ କାର୍ଯ୍ୟ ଶେଷ ହେଉ ନ ଥିବାରୁ ପ୍ରଶିକ୍ଷଣ ବାଧାପ୍ରାପ୍ତ ହେଉଛି, ଯାହାକୁ ନେଇ କ୍ରୀଡ଼ାବିତ୍‌ଙ୍କ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲାରେ ଟେନିସ୍‌, ସ୍କେଟିଂ ଭଳି ଲୋକପ୍ରିୟ ଖେଳର ପ୍ରସାର କରିବା ଲାଗି ଦୀର୍ଘଦିନ ଧରି ରହିଥିବା ଦାବି ପୂରଣ ହେଲା ୨୦୧୮ରେ। ଜିଲା କୃଷି କାର୍ଯ୍ୟାଳୟ ପଛପାର୍ଶ୍ୱରେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ‘ସ୍ପୋର୍ଟସ୍‌ ହବ୍‌’ ନିର୍ମାଣ ଲାଗି ନିଅଁ ପଡ଼ିଲା। ତେବେ ସମୀକ୍ଷା ନ ହେବା, କ୍ରୀଡ଼ା ବିଭାଗ ଏବଂ ଜିଲା ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ପ୍ରକଳ୍ପ ନିର୍ମାଣରେ ଶୀଥିଳତା ଦେଖାଦେଇଛି।


୨୦୧୮ରେ ତତ୍କାଳୀନ ଜିଲାପାଳଙ୍କ ଉଦ୍ୟମରେ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ‘ସ୍ପୋର୍ଟ୍‌ସ ହବ୍‌’ର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସ୍ପୋର୍ଟସ୍‌ ହବ୍‌ ମଧ୍ୟରେ ଟେନିସ୍‌ କୋଟ୍‌, ସ୍କେଟିଂ ରିଙ୍ଗ୍‌, ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ହଲ୍‌ ସହ ଚଲାପଥ ନିର୍ମାଣ କରାଯିବାକୁ ଯୋଜନା ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଟେନିସ୍‌ କୋର୍ଟ ଏବଂ ସ୍କେଟିଂ ରିଙ୍ଗ୍‌ ଲାଗି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହିପରି ଉନ୍ନତୀକରଣ ପାଣ୍ଠିରୁ ୪୦ଲକ୍ଷ ଟଙ୍କାରେ ଇନ୍‌ଡୋର ବ୍ୟାଡ୍‌ମିଣ୍ଟନ ହଲ୍‌ ତିଆରି ଲାଗି ସବୁଜସଙ୍କେତ ମିଳିଥିଲା। ପରବର୍ତ୍ତୀ ସମୟରେ ଇନ୍‌ଡୋର ହଲ୍‌ରେ ଶୌଚାଳୟ ପାଇଁ ଏମ୍‌ପିଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ୧୨୦ ମିଟର ଚଉଡ଼ା ଏବଂ ୧୨୦ ମିଟର ଲମ୍ବ ବିଶିଷ୍ଟ ଟେନିସ କୋର୍ଟ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରିନାହିଁ। ସ୍କେଟିଂ ରିଙ୍ଗ୍‌ ଅଧାପନ୍ତରିଆ ହୋଇପଡିଛି। ଚଲାପଥ ନିର୍ମାଣ ଆରମ୍ଭ ହୋଇନାହିଁ। ଇତିମଧ୍ୟରେ ଇନ୍‌ଡୋର ବ୍ୟାଡ୍‌ମିଣ୍ଟନ ହଲ୍‌ ତିଆରି ଶେଷ ହୋଇଛି। ତେବେ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବ୍ୟାଡ୍‌ମିଣ୍ଟନ କୋର୍ଟ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ଉଠିଲାଣି। କ୍ରୀଡ଼ା ବିଶେଷଜ୍ଞଙ୍କ ବିନା ପରାମର୍ଶରେ କୋର୍ଟରେ ସ୍ବତନ୍ତ୍ର କାଠ ପରିବର୍ତ୍ତେ ପ୍ଲାଇ ବିଛାଯାଇଛି। ତେଣୁ ଏହା ଅଳ୍ପଦିନରେ ନଷ୍ଟ ହେବାର ଆଶଙ୍କା ରହିଛି। ଅପରପକ୍ଷେ ବ୍ୟାଡମିଣ୍ଟନ ଖେଳ ଉପଯୋଗୀ କୋର୍ଟ ନିର୍ମାଣ ଲାଗି ଅଧିକ ୪ ଲକ୍ଷ ଟଙ୍କା ଆବଶ୍ୟକତା ରହିଥିବାବେଳେ କାମ କିପରି ସରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସମସ୍ୟା ମଧ୍ୟରେ ‘ସ୍ପୋର୍ଟସ୍‌ ହବ୍‌’ କେବେ ଶେଷ ହେବ ତାହାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବିଭାଗକୁ ପ୍ରକଳ୍ପ ନିର୍ମାଣ କରିବାକୁ ଅର୍ଥ ପ୍ରଦାନ କରାଯାଇଥିଲା। ମଞ୍ଜୁର ଟଙ୍କାରେ ଆବଶ୍ୟକ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ତେଣୁ ଆମେ ଅଧିକ କିଛି କହିପାରିବୁ ନାହିଁ। ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି, ବ୍ୟାଡମିଣ୍ଟନ କୋର୍ଟ ନିର୍ମାଣ ପୂର୍ବରୁ ଅଭିଜ୍ଞତାସମ୍ପନ୍ନ ଖେଳାଳିଙ୍କ ପରାମର୍ଶ ନେବା ଉଚିତ ଥିଲା। ଖୁବ୍‌ଶୀଘ୍ର ଜିଲାପାଳ ‘ସ୍ପୋର୍ଟସ୍‌ ହବ୍‌’ର କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri