Posted inଜାତୀୟ

ଡାକ୍ତରଙ୍କ ଜିନ୍ସ, ଅନ୍ତବସ୍ତ୍ରକୁ ହଟାଇ ଦିଆଯାଇଥିଲା…, ଆସିଲା କୋଲକାତା ମାମଲାର ବଡ ଅପଡେଟ

ନୂଆଦିଲ୍ଲୀ,୯।୯: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସୋମବାର ସୁପ୍ରିମକୋର୍ଟରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଏବଂ ଅଭିଯୋଗ ମଧ୍ୟ କରାଯାଇଥିଲା। ଜଣେ ଓକିଲ ଅଭିଯୋଗ କରିଛନ୍ତି ଯେ ଭାଜାଇନାଲ ସ୍ବାବକୁ ୪ ଡିଗ୍ରୀ ସେଲସିୟସରେ ରଖାଯାଇ ନାହିଁ। ଏହା ଉପରେ ସିବିଆଇ ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ପ୍ରକାର ଅପରାଧରେ ପ୍ରଥମ ୫ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହି ସମୟରେ ସଂଗୃହିତ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ । କ୍ରାଇମ ସିନକୁ ସୁରକ୍ଷିତ ରଖିବାକୁ ପଡିବ। ଆମ ପାଇଁ ଚ୍ୟାଲେଞ୍ଜ ହେଉଛି ସିବିଆଇ ୫ଦିନ ପରେ ଏହି ମାମଲାରେ ପ୍ରବେଶ କରିଛି।

ଏସ.ଜି. ତୁଷାର ମେହେଟ୍ଟା ଆହୁରି କହିଛନ୍ତି ଯେ ଫୋରେନସିକ ରିପୋର୍ଟରେ ଦର୍ଶାଯାଇଛି ଯେ ପୀଡ଼ିତାଙ୍କ ଜିନ୍ସ ଏବଂ ଅନ୍ତବସ୍ତ୍ରକୁ କାଢି ଦିଆଯାଇଥିଲା। ଟ୍ରେନି ଡାକ୍ତର ଅର୍ଦ୍ଧ ନଗ୍ନ ଅବସ୍ଥାରେ ଥିଲେ। ତାଙ୍କ ଶରୀରରେ ଆଘାତ ଚିହ୍ନ ରହିଥିଲା। ଏହା ପରେ ମେହେଟ୍ଟା କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ନମୁନା ପଠାଇଛନ୍ତି କିନ୍ତୁ ସିବିଆଇ ଏହି ନମୁନାଗୁଡ଼ିକୁ ପୁନଃ ପରୀକ୍ଷା ପାଇଁ ଏମ୍ସ ଲ୍ୟାବକୁ ପଠାଇବାକୁ ନିଷ୍ପତ୍ତି ନେଇଛି। କିଏ ନମୁନା ସଂଗ୍ରହ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।
ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଯେ କ୍ରାଇମବ୍ରାଞ୍ଚର ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ସିବିଆଇକୁ ଦିଆଯାଇଛି କି? ସିସିଟିଭି ଫୁଟେଜରେ ଅଭିଯୁକ୍ତଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ଦର୍ଶାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଆମେ ଏହାକୁ ସିବିଆଇକୁ ହସ୍ତାନ୍ତର କରିଛୁ। ତୁଷାର ମେହେଟ୍ଟା ମଧ୍ୟ ଏଥିରେ ସହମତ ହୋଇଥିଲେ। ଏସଜି କହିଛନ୍ତି କିନ୍ତୁ ଆମକୁ ରିକନଷ୍ଟ୍ରକଶନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?