ଜନ୍ମମାଟିରେ ବିଶ୍ୱସ୍ତରୀୟ ସ୍କୁଲ୍‌ କରିଛନ୍ତି ଡାକ୍ତର

କେନ୍ଦୁଝର,୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜଣେ ଡାକ୍ତର ନିଜ ଗଁାରେ ଗରିବ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ବିଶ୍ବସ୍ତରୀୟ ସ୍କୁଲ ଖୋଲିଛନ୍ତି। ସେ ପିଲା ଦିନେ ପଢ଼ିବା ପାଇଁ କରିଥିବା କଷ୍ଟକୁ ହୃଦବୋଧ କରି ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କୁ ଏହା ଉପହାର ସ୍ବରୂପ ଦେଇଛନ୍ତି। ଯେଉଁଠାରେ ଗରିବ ପିଲା ମାଗଣାରେ ପାଠ୍ୟ ପୁସ୍ତକ ସହ ଧନ୍ଧାମୂଳକ ଶିକ୍ଷା ଗ୍ରହଣ କରିବାର ସୁବିଧା ଉପଲବ୍ଧ ରହିଛି। ଏଭଳି ମାଗଣାରେ ପାଠ ପଢ଼ାଇବା ବ୍ୟବସ୍ଥା କରି ଦେଶରେ ନୂତନ ଉଦାହରଣ ପାଲଟିଛନ୍ତି ହାଟଡ଼ିହି ବ୍ଲକ୍‌ ବେରୁଣପଦି ଗ୍ରାମର ଡାକ୍ତର ପ୍ରଦୀପ ସେଠୀ। ସେ କେଶ ପ୍ରତ୍ୟାରୋପଣ ବିଶେଷଜ୍ଞ ଭାବେ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ହରିୟାଣାରେ ଅବସ୍ଥାପିତ ଅଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ପ୍ରଦୀପ ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ବହୁ ସଂଘର୍ଷ କରିଆସିଛନ୍ତି। ମୂଲ ମଜୁରି ଲାଗି ସ୍କୁଲ ଓ କଲେଜ ପାଠ ପଢ଼ିଥିଲେ। ନୂଆଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଡାକ୍ତରୀ ପାଠ ସାରିଥିଲେ। ଚିକିତ୍ସା କ୍ଷେତ୍ରରେ ୧୫ ବର୍ଷ ପରେ ସେ ନିଜ ଗଁାକୁ ଫେରି ସ୍ଥାନୀୟ ଗରିବ ପିଲାଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଚିନ୍ତା କରିଥିଲେ। ଏ ନେଇ ୨୦୨୩ ମାର୍ଚ୍ଚ ୪ରେ ହାଟଡ଼ିହି ବ୍ଲକ୍‌ ବେରୁଣପଦିି ନିଜସ୍ବ ଜନ୍ମ ମାଟିରେ ଉତ୍କଳ ଗୌରବ ଅନ୍ତର୍ଜାତୀୟ ବିଦ୍ୟାଳୟ ନାମରେ ବିଶ୍ୱସ୍ତରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଏଥିରେ ଗ୍ରାମବାସୀ ତାଙ୍କୁ ସହଯୋଗ କରି ଶ୍ରମ ଦାନ ସହ ଜମି ଦାନ କରିଥିବା ମଧ୍ୟ ଜଣାପଡ଼ିଛି। ବିଦ୍ୟାଳୟ ଏବେ ଗରିବ ପିଲାମାନଙ୍କ ପାଇଁ ଦଶ ଏକର ପରିମିତ ଜମିରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ପରିସୀମା ୨୦ ଏକରକୁ ବୃଦ୍ଧି କରାଯାଇ ୨୫୦୦ ପିଲାଙ୍କୁ ଆବାସିକ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡା. ପ୍ରଦୀପ କହିଛନ୍ତି। ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା, ନିଯୁକ୍ତି ଆଦି ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ପିଲାମାନେ କୃଷି, ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ ଓ ଶିଳ୍ପ ଆଦି କ୍ଷେତ୍ରରେ ମଧ୍ୟ ଅଧ୍ୟୟନ କରିବେ। ଏଥି ପାଇଁ ବିଶେଷ ପ୍ରତିଭାବାନ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାଠ ସହିତ ଆଧ୍ୟାତ୍ମିକ ବିଦ୍ୟା ପ୍ରଦାନ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ା ପାଇଁ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ ରବି ଶାସ୍ତ୍ରୀ, ସଙ୍ଗୀତ ଓ କଳା ପାଇଁ ସୋନୁ ନିଗମ, ଯୁବିନ ନଉଟିୟାଲ ଓ ବ୍ୟବସାୟ ପାଇଁ ରାଜୀବ ବଜାଜଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇଛି।
ଡା. ପ୍ରଦୀପ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଗୁରୁ ଶ୍ରୀ ପରମେଶ୍ବର ଯୋଗାନନ୍ଦଙ୍କ ଭକ୍ତ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି ସ୍କୁଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଜୀବନ ସାର୍ଥକ ହେବ ଯେତେବେଳେ ନିଜ ସମ୍ବଳର ସଦୁପଯୋଗ କରି ଅବହେଳିତ ଲୋକଙ୍କ ପାଇଁ କିଛି କରିବେ। ଏହା ହିଁ ଗୁରୁଙ୍କ ନୀତିବାଣୀ ଅଛି। ଯାହାକୁ ସେ ପାଳନ କରୁଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri