ବିସ୍ଥାପନକୁ ନେଇ ଆନ୍ଦୋଳନ ତେଜୁଛି

ଯାଜପୁର,୨୨ା୬(ହର୍ଷବର୍ଦ୍ଧନ ବେହେରା)ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗଁା ମାଟି ଛାଡି ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। କିନ୍ତୁ ଲୋକଙ୍କ ଏଭଳି ଅସହାୟତାର ସୁଯୋଗ ନେଇ ପ୍ରଶାସନ ଜଙ୍ଗଲ ଜମିର ଦ୍ୱାହି ଦେଇ ଶାଗମାଛ ଦରରେ କ୍ଷତିପୂରଣ ଚୂଡାନ୍ତ କରିଛନ୍ତି। ଏହାସହ ବିସ୍ଥାପନ ଓ ପୁନର୍ବାସ ନୀତି-୨୦୦୫ ଲାଗୁ ପରେ ଯେଉଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନୂତନ ପରିବାର ଗଢ଼ିଛନ୍ତି, ସେମାନଙ୍କୁ ବିସ୍ଥାପନରୁ ବାଦ୍‌ ଦେଇ ପ୍ରଶାସନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ବର୍ତ୍ତମାନ ଚାଲିଥିବା ବିସ୍ଥାପନ ପ୍ରକ୍ରିୟାକୁ କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମୀସାହି, ଅରାସାହି, ଟାଙ୍ଗରସାହି ଓ କଚେରୀଗାଁର ପ୍ରଭାବିତ ୧୧୫ ଆଦିବାସୀ ପରିବାର ଲୋକେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାର ତ୍ୱରିତ ସମାଧାନ ନ କଲେ ଆଗକୁ କଳିଙ୍ଗନଗର ଗୁଳିକାଣ୍ଡ ଭଳି ପରିସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
କଳିଙ୍ଗନଗର ଅଞ୍ଚଳରେ ଥିବା ଏକାଧିକ ବୃହତ୍‌ କମ୍ପାନୀଗୁଡ଼ିକୁ ଲାଗି ଅନେକ ବସ୍ତି ଅଞ୍ଚଳ ରହିଛି। ଏହି କମ୍ପାନୀଗୁଡ଼ିକର ପ୍ରଦୂଷଣ ସମସ୍ୟା ସୁଧୁରିବ ବୋଲି ଅଞ୍ଚଳବାସୀ ବହୁ ଆଶା ରଖିଥିଲେ। ହେଲେ ସେହି ଆଶା ଏବେ କ୍ଷୀଣ ହେବାରେ ଲାଗିଛି। ତେଣୁ ସେମାନେ ବିସ୍ଥାପିତ ହେବାକୁ ପୂର୍ବରୁ ବହୁ ଦାବି କରି ଆସିଛନ୍ତି। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ ଅଧିକାଂଶ କାରଖାନାଗୁଡ଼ିକର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ କେବଳ ଜୀବନ ଜୀବିକାକୁ ନୁହେଁ, ଦୈନନ୍ଦିନ ପରିଚର୍ଯ୍ୟାକୁ ବିଶେଷ ଭାବେ ପ୍ରଭାବିତ କରିଛି। କାରଖାନାରୁ ନିର୍ଗତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରୁଛି। ଏହାବାଦ୍‌ କାରଖାନାରୁ ବର୍ଜ୍ୟଜଳ ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ବର୍ଜ୍ୟଜଳ ମାଡି ଯାଇଥିବାରୁ ଆଉ କୌଣସି ଚାଷ ହୋଇପାରୁ ନ ଥିବା ମତପ୍ରକାଶ ପାଇଛି। ଜନବସତି ଆଉ ଜଳଉତ୍ସ ପାଉଁଶ ପ୍ରଭାବରେ ତୀବ୍ର ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଆଖପାଖର ଚାରଣ ଭୂମି ପାଉଁଶ ପ୍ରଭାବରେ ପ୍ରଦୂଷିତ ହୋଇ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ତେଣୁ ପ୍ରଭାବିତ ଗ୍ରାମବାସୀ ବିସ୍ଥାପନ ଦାବି କରୁଥିବାବେଳେ ପ୍ରଶାସନ ୧୮ ବର୍ଷରୁ ଊର୍ଦ୍ଧ୍ୱ ନୂତନ ପରିବାରଙ୍କୁ ଅଣଦେଖା କରି ଚାଲିଛି। ଏଭଳିସ୍ଥିତିରେ ବିସ୍ଥାପନ ହେଲେ ମଲେ ନ ହେଲେ ବି ମଲେ ବୋଲି କୁହାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ କଚେରୀଗାଁ, ଅରାସାହି, କୁଡୁମୀସାହି ଏବଂ ଟାଙ୍ଗରସାହି ଗ୍ରାମବାସୀ ଏବେ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ସହ ୧୮ ବର୍ଷ ହେଉଥିବା ଯୁବକଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଆଦି ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ଏଥିରେ କୁଡୁମୀସାହିର ୩୭, ଅରାସାହି ୨୪, ଟାଙ୍ଗରସାହି ୨୯ ଏବଂ କଚେରୀ ଗାଁର ୨୫ ପରିବାରକୁ ଗ୍ରାମବାସୀ ଚିହ୍ନଟ କରିଛନ୍ତି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଫୋର୍ସ ମୁତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉପରୋକ୍ତ ମର୍ମରେ କ୍ଷତିଗ୍ରସ୍ତ ଲୋକେ ଜିଲାପାଳ ଏବଂ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ବହୁବାର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତେଣୁ ଜୀବନ ଦେବୁ ପଛେ ନିଜର ଭିଟାମାଟି ଛାଡ଼ିବୁନି ବୋଲି କ୍ଷତିଗ୍ରସ୍ତ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଉପରୋକ୍ତ ଗ୍ରାମଗୁଡ଼ିକରେ ଆଦିବାସୀ, ଦଳିତ, ପଛୁଆବର୍ଗ ସମ୍ପ୍ରଦାୟର ପ୍ରାୟ ୨୯୨ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି। କିନ୍ତୁ ଉକ୍ତ ଜାଗା ଉପରେ ଶିଳ୍ପ ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ କିମ୍ବା ଜଣଶୁଣାଣି ନ କରି ଜମି ଅଧିଗ୍ରହଣ କରାଯାଉଛି। ନିକଟରେ ପ୍ରଶାସନ ପକ୍ଷରୁ ଘରଦ୍ୱାର ମାପଚୁପ କରାଯାଇଛି। ତେଣୁ ପ୍ରଭାବିତ ଲୋକେ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି। ପ୍ରଭାବିତ ବାସିନ୍ଦା ବିଜୟ କୁମାର ଦାସ, ଈଶ୍ୱର ଦାସ, ପାଣ୍ଡବ ବଦରା, ରାମରାୟ ଲାଗୁରି, ସୁରେଶ କୁରଲି ପ୍ରମୁଖ କହିଛନ୍ତି, ପ୍ରଶାସନ ବେଆଇନ ଭାବେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆମର କୌଣସି ଅଭିଯୋଗକୁ ଶୁଣୁନାହାନ୍ତି। ତେଣୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କୁ ସ୍ବତନ୍ତ୍ର ଭାବେ କ୍ଷତିପୂରଣ ପ୍ରଦାନ ନ କଲେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଅନ୍ୟପକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର କହୁଛନ୍ତି ୨୦୦୫ ବିସ୍ଥାପନ ଆଇନ ଅନୁସାରେ ପ୍ରକ୍ରିୟା ଚାଲିଛି। ସ୍ବତନ୍ତ୍ର ପରିବାର ଦାବି ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri