ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି। ବିଶ୍ୱରେ ଥିବା ପ୍ରାରମ୍ଭିକ କଣିକାଗୁଡିକ ସେମାନଙ୍କର ବସ୍ତୁତ୍ୱ କେଉଁଠାରୁ ପାଉଛନ୍ତି ତାହା ଅନେକ ବର୍ଷ ଧରି ଅସମାହିତ ଥିଲା। ଇଂଲଣ୍ଡର ପିଟର ହିଗ୍‌ସ ୧୯୬୪ ମସିହାରେ ତାତ୍ତ୍ୱିକ ଉପାୟରେ ଏହାର କାରିଗରି ପ୍ରକ୍ରିୟାକୁ ଆବିଷ୍କାର କରିଥିଲେ। ତାଙ୍କର ନାମାନୁସାରେ ଏହାକୁ ‘ହିଗ୍‌ସ ମେକାନିଜମ୍‌’ ବୋଲି କୁହାଯାଏ। ସେ ଏଥିରେ ପ୍ରମାଣ କଲେ ଯେ, ଏଥିପାଇଁ ଗୋଟିଏ ଉପକଣିକା ହେଉଛି ଦାୟୀ। ଏହି ଉପକଣିକାର ନାମ ତାଙ୍କ ନାମ ଅନୁସାରେ ‘ହିଗ୍‌ସ ବୋସନ୍‌’ ରଖାଯାଇଛି। କିନ୍ତୁ ଏହି କଣିକା ପରୀକ୍ଷାଗାରରେ ଆବିଷ୍କାର ହୋଇପାରିଲା ନାହିଁ। ଫଳରେ ଅନେକ ବୈଜ୍ଞାନିକ ଏହାକୁ ସ୍ବୀକାର କରିବାକୁ ପଶ୍ଚାତପଦ ହେଲେ। ତଥାପି ଏହା ବୈଜ୍ଞାନିକଙ୍କ ମଧ୍ୟରେ ନୂଆ ଉନ୍ମାଦନା ଆଣିଲା ଏବଂ ପୃଥିବୀର ବିଭିନ୍ନ ପରୀକ୍ଷାଗାରରେ ଏଥିପାଇଁ ଗବେଷଣା ଚାଲିଲା। ଅନେକ ଚେଷ୍ଟା ପରେ ମଧ୍ୟ ଏହା ଆବିଷ୍କୃତ ହୋଇ ନ ପାରିବାରୁ ଏହାକୁ ଅନେକ ରହସ୍ୟମୟ କଣିକା କହିଲେ ଏବଂ ସାଧାରଣରେ ଏହା ‘ଈଶ୍ୱର କଣିକା’ ନାମରେ ଜଣାଗଲା।
କଣିକା ପଦାର୍ଥ ବିଜ୍ଞାନ ଉପରେ ଗବେଷଣା କରିବା ପାଇଁ ସୁଇଜରଲାଣ୍ଡ ଏବଂ ଫ୍ରାନ୍ସ ସୀମାରେ ଜେନେଭା ନିକଟରେ ଭୂପୃଷ୍ଠରୁ ୧୭୫ ମିଟର ଗଭୀରରେ ୨୫ କିମି ଦୈର୍ଘ୍ୟ ଏକ ସୁଡ଼ଙ୍ଗରେ ଏକ ପରୀକ୍ଷାଗାର କରାଯାଇଛି। ଏଥିରେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ତ୍ୱରକ ଅଛି। ଏଠାରୁ ୧୦୦ରୁ ଊର୍ଦ୍ଧ୍ୱ ଦେଶରୁ ପ୍ରାୟ ୧୦,୦୦୦ ବୈଜ୍ଞାନିକ ଗବେଷଣା କରୁଛନ୍ତି। ୨୦୧୨ ମସିହାରେ ଏଠାରେ ପରୀକ୍ଷା କରାଯାଇ ହିଗ୍‌ସ ବୋସନ୍‌କୁ ଆବିଷ୍କାର କରାଗଲା। ଏହାପରେ ୨୦୧୩ ମସିହାରେ ତାଙ୍କୁ ଫ୍ରାନ୍‌ସର ବୈଜ୍ଞାନିକ ଫ୍ରାଙ୍କୋଇସ୍‌ ଏଙ୍ଗଲର୍ଡଙ୍କ ସହ ମିଶି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ପିଟର୍‌ ହିଗ୍‌ସ ଇଂଲଣ୍ଡର ନିଉକାଷ୍ଟଲଠାରେ ୧୯୨୯ ମସିହା ମେ’ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଲଣ୍ଡନର କିଙ୍ଗସ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ (୧୯୫୦), ସ୍ନାତକୋତ୍ତର (୧୯୫୨) ଏବଂ ପି.ଏଚ୍‌ଡି ଡିଗ୍ରୀ (୧୯୫୪)ରେ ଲାଭ କରିଥିଲେ। ସେ ଲଣ୍ଡନର ଇମ୍ପେରିଆଲ କଲେଜ ଆଣ୍ଡ ୟୁନିଭର୍ସିଟିରେ ଅଧ୍ୟାପନା କରିବା ପରେ ୧୯୬୦ ମସିହାରେ ସ୍କଟଲାଣ୍ଡର ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ। ସେଠାରେ ସେ ୧୯୮୦ ମସିହାରେ ପ୍ରଫେସର ପଦକୁ ପଦୋନ୍ନତି ପାଇ ୧୯୯୬ ମସିହାରେ ଅବସର ନେଇଥିଲେ। ସେ ଏହାପରେ ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ ଏମିରିଟସ୍‌ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।
ହିଗ୍‌ସ ୧୮୭୪ ମସିହାରେ ଏଡିନବର୍ଗ ରୟାଲ ସୋସାଇଟିର ସଭ୍ୟ ଏବଂ ୧୯୮୩ ମସିହାରେ ଲଣ୍ଡନ ରୟାଲ ସୋସାଇଟିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ୧୯୯୧ ମସିହାରେ ଲଣ୍ଡନର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ନିଜର କୃତୀ ପାଇଁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାରରେ ପୁରସ୍କୃତ କରାଯାଇଛି। ତାଙ୍କୁ ରୟାଲ ସୋସାଇଟିର ହ୍ୟୁନେସ ପଦକ (୧୯୮୧), ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ରୁଥରଫୋର୍ଡ ପଦକ (୧୯୮୪) ବ୍ୟତୀତ ୧୯୯୭ରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଡିଆନ୍‌ ପଦକ ଓ ପୁରସ୍କାର, ୨୦୦୪ରେ ଇସ୍ରାଏଲର ଉଲଫ ଫାଉଣ୍ଡେଶନର ଉଲଫ ପୁରସ୍କାର, ୨୦୦୯ରେ ସୁଇଡେନ୍‌ ବିଜ୍ଞାନ ଏକାଡେମୀର ଓସ୍କାର କ୍ଲିନ୍‌ ସ୍ମୃତି ପୁରସ୍କାର, ୨୦୧୨ରେ ଏଡିନବର୍ଗ ରୟାଲ ସୋସାଇଟିର ହିଗ୍‌ସ ପଦକ ଏବଂ ୨୦୧୫ରେ ରୟାଲ ସୋସାଇଟି କୋପ୍‌ଲେ ପଦକ ପ୍ରଦାନ କରାଯାଇଥିଲା। ତାଙ୍କୁ ବ୍ରିଟିଶ ସରକାର ୨୦୧୩ରେ ‘ଅର୍ଡର ଅଫ୍‌ ଦ କମ୍ପାନିଅନ ଅଫ ଅନର’ ଭାବେ ନିଯୁକ୍ତି ଦେଇଥିଲେ। ଏହା ହେଉଛି ବ୍ରିଟିଶ ସରକାରଙ୍କର ସବୁଠାରୁ ବଡ଼ ସମ୍ମାନ। ୨୦୧୨ରେ ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ତାଙ୍କ ନାମରେ ଗୋଟିଏ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନ କେନ୍ଦ୍ର ସ୍ଥାପନ ହୋଇଛି। କେବଳ ସେତିକି ନୁହେଁ, ତାଙ୍କ ସମ୍ମାନରେ ସେଠାରେ ଗୋଟିଏ ପ୍ରଫେସର ପଦ ସ୍ଥାପିତ ହୋଇଛି।
ଆଜି ପିଟର ହିଗ୍‌ସ ନାହାନ୍ତି। କିନ୍ତୁ ତାଙ୍କ ନାମ ପଦାର୍ଥ ବିଜ୍ଞାନରେ ସବୁଦିନ ପାଇଁ ଅମର ହୋଇ ରହିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର,
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri