ଓ୍ବେବ୍‌ ପୋର୍ଟାଲ ମୁଖ୍ୟଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୩୦।୮(ଡି.ଏନ.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଘଟଣାରେ ନନ୍ଦନକାନନ ଥାନା ପୋଲିସ ଶନିବାର ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲର ସମ୍ପାଦିକାଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। ତେବେ ଚଢ଼ାଉବେଳେ ଖସିଯାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପୋର୍ଟାଲ ସିଇଓ ରଘୁନାଥ ସାହୁ ଓରଫ ରାଜ୍‌ ରାଜ୍ୟ ବାହରକୁ ପଳାଇଯାଇଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ଗିରଫ କରିବାକୁ କମିଶନରେଟ ପୋଲିସ ଦୁଇଟି ଟିମ୍‌ ଗଠନ କରିଥିବାବେଳେ ଖୁବ୍‌ଶୀଘ୍ର ସେ ଧରାପଡିବେ ବୋଲି ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଗଣମାଧ୍ୟମକୁ ବ୍ୟବହାର କରି ଘଟାଇଥିବା ଆପରାଧିକ କାର୍ଯ୍ୟର ଗୁମର ଫିଟିବାରେ ଲାଗିଛି। ପୂର୍ବରୁ ରାଜ୍‌ଙ୍କ ନାମରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ବ୍ରହ୍ମପୁର ବଡ଼ବଜାର ଓ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ପୋଲିସ ଜାଣିବାକୁ ପାଇଛି।
ସୂଚନାନୁସାରେ, ୨୦୨୦ ଅଗଷ୍ଟ ୪ରେ ବଡ଼ବଜାର ଥାନା ଅଧୀନ ବାଲାଜିପେଣ୍ଠ ସାହିର ସନ୍ତୋଷ କୁମାର ବେହେରା ନାମକ ଜଣେ ମଦ ବ୍ୟବସାୟୀଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ମଦ ବ୍ୟବସାୟରେ ହେରଫେର ଓ ମିଶ୍ରଣ ଖବର ପରିବେଷଣ କରିବାକୁ ଧମକ ଦେଇ ରାଜ ତାଙ୍କୁ ୫ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ସନ୍ତୋଷ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ସେହିପରି ୨୦୨୧ ଜୁନ୍‌ ୮ରେ ନୟାପଲ୍ଲୀରେ ରହୁଥିବା ଜଣେ ଘରୋଇ କୋଚିଂ ସେଣ୍ଟର ମାଲିକ ଅଜୟ କୁମାର ବେହେରାଙ୍କୁ ରାଜ୍‌ ସାମ୍ବାଦିକ ପରିଚୟ ଦେଇ ଫୋନ୍‌ କରି କଳିଙ୍ଗ ଷ୍ଟାଡିୟମ ଗେଟ୍‌ ପାଖକୁ ଡାକିଥିଲେ। ଅଜୟ ସେଠାରେ ପହଞ୍ଚତ୍ବା ପରେ ରାଜ୍‌ ବ୍ଲାକ୍‌ମେଲ୍‌ କରିଥିଲେ। ଶୈଳଶ୍ରୀବିହାର ଏଚ୍‌ଆଇଜି-୧୬୭ରେ ଥିବା ଅଜୟଙ୍କ କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଖରାପ କାମରେ ଲଗାଯାଉଥିବାର ମିଛ ଆରୋପ କରି ରାଜ୍‌ ତାଙ୍କଠାରୁ ୨ଲକ୍ଷ ଟଙ୍କା ଦାବି କରିଥିଲେ। ନ ହେଲେ କୋଚିଙ୍ଗ ସେଣ୍ଟର ନାମରେ ଖବର ପ୍ରକାଶ ହେବ ବୋଲି କହିଥିଲେ। ଟଙ୍କା ଦେବାକୁ ରାଜି ନ ହେବାରୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଅଜୟ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି, ସେତେବେଳେ ଅଜୟ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। କିନ୍ତୁ ପରେ ସେ ତାଙ୍କ ଅଭିଯୋଗରେ ମାମଲା ରୁଜୁ ନ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri