ମରାମତି ଶେଷ ନ କରି ଠିକାଦାର ଫେରାର

କୋରେଇ,୨୫।୬(ଡି.ଏନ.ଏ.):ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାସ୍ତା ନିର୍ମାଣ ଓ ମରାମତିରେ ଦୁର୍ନୀତି ବଢ଼ିଚାଲିଛି। କେଉଁଠି କାମ ନ କରି ବିଲ୍‌ ପ୍ରେରିତ ହେଉଛି ତ କେଉଁଠି ନିମ୍ନମାନର କାମ କରି ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଆବଣ୍ଟିତ ଅର୍ଥରାଶି ହରିଲୁଟ କରୁଥିବା ଅଭିଯୋଗ ହେଉଛି। ମାତ୍ର ଯେତେ ଅଭିଯୋଗ ହେଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ କାଗଜକଲମରେ ସୀମିତ ରହୁଛି। ଠିକାଦାର ଓ ଦାୟିତ୍ୱରେ ଥିବା ଯନ୍ତ୍ରୀମାନେ ମିଳିମିଶି ବିପୁଳ ସରକାରୀ ଅନୁଦାନ ଆତ୍ମସାତ କରୁଥିବା ଆଲୋଚନା ହେଉଛି। ଏଠାରେ ରଗଡ଼ିଠାରୁ କିଆପଦା ଭାୟା କୋରାବନ୍ଦୀ ୫.୫ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି। ଏହି ରାସ୍ତାର ମରାମତି କାମକୁ ଠିକାଦାର ଶେଷ ନ କରି ଛାଡ଼ି ପଳାଇଛନ୍ତି। ଏନେଇ ଧରିତ୍ରୀରେ ଗତ ୨୩ ତାରିଖରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ଉପଯୁକ୍ତ ତଦନ୍ତ କରି ତୁରନ୍ତ ରାସ୍ତାର ମରାମତି କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ପରେ ୧୨ା୧୧ା୨୦୨୦ରେ ଏହାର ମରାମତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୨.୫୮ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ବରାଦ ହୋଇଥିବାବେଳେ ୬ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଥିଲା। କଟକ ଜିଲା ଅଢେଇଗୁଣ୍ଡି ଅଞ୍ଚଳର ଠିକାଦାରଙ୍କୁ ଏହି ରାସ୍ତାର ଟେଣ୍ଡର ମିଳିଥିଲା। କାର୍ଯ୍ୟାଦେଶ ପାଇ ଠିକାଦାର ମରାମତି ଆରମ୍ଭ କରିଥିଲେ। ମାତ୍ର ଠିକାଦାର ଯନ୍ତ୍ରୀଙ୍କ ସହଭାଗିତାରେ ଅତ୍ୟନ୍ତ ନିମ୍ନମାନର କାମ କରି କିଆପଦା ପ୍ରାଇମେରି ସ୍କୁଲ ନିକଟରୁ କୋରାବନ୍ଦୀ ମଧ୍ୟଭାଗ ଯାଏ ୪ କି.ମି. ରାସ୍ତା ମରାମତି କରିଥିବା ଅଭିଯୋଗ କରି କିଆପଦା ଓ କୋରାବନ୍ଦୀ ଗ୍ରାମବାସୀ ଯାଜପୁର ଜିଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସେତେବେଳେ ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଶ୍ୱରଞ୍ଜନ ବେହେରାଙ୍କ ଉପସ୍ଥିତିରେ ଏହାର ତଦନ୍ତ କରାଯାଇଥିଲା। କାମ ନିମ୍ନମାନର ହେଉଥିବା ଜାଣିବାକୁ ପାଇ ଯନ୍ତ୍ରୀ ବେହେରା ଏହାର ପୁନଃ ମରାମତି କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଠିକାଦାର ସେହି ୪ କି.ମି. ରାସ୍ତା ଶେଷ କରି ଦୀର୍ଘ ୩ ବର୍ଷ ହେବ ଫେରାର ହୋଇଯାଇଛନ୍ତି। ଫଳରେ କୋରାବନ୍ଦୀଠାରୁ ରଗଡ଼ି ପର୍ଯ୍ୟନ୍ତ ବାକିଥିବା ୧.୫ କି.ମି. ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୧୦ଟି ଗ୍ରାମର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଥିବା ଗର୍ତ୍ତଗୁଡ଼ିକରେ ପାଣି ଜମିରହୁଛି। ବିଭିନ୍ନ ସମୟରେ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଠିକାଦାର ୪ କି.ମି. କାମ କରି ପ୍ରାୟ ୫୭.୩୩ ଲକ୍ଷ ଟଙ୍କା ବିଲ୍‌ କରିନେଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି। ସେହିପରି ମାଇଲ ପୋଲ ପୋଷ୍ଟିଂ, ସାଇଡ ଫିଲିଂ, କଲଭର୍ଟ ମରାମତି, ଷ୍ଟୋନ ପ୍ୟାକିଂ ନକରି ଜାଲ ଚିଠା ପ୍ରସ୍ତୁତ କରି ଏହିସବୁ ବାବଦରେ ବିଲ୍‌ ହୋଇଥିବା ଜଣାପଡ଼ିଛି। କାମ ନ କରି କିପରି ୯୦ ପ୍ରତିଶତ ବିଲ୍‌ ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ଏଥିରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଏକାଧିକ ଥର ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri