ପୂରଣ ହେଲା ଫିରିଙ୍ଗିଆ ଅଞ୍ଚଳ ବାସୀଙ୍କ ଦାବି, ଶେଷରେ ଫିରିଙ୍ଗିଆରେ ଉଦଘାଟିତ ହେଲା ନୂଆ ପେଟ୍ରୋଲ ପମ୍ପ

ଫିରିଙ୍ଗିଆ,୧୫।୩(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ଦିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ଅଞ୍ଚଳରେ ଅନେକ ଗାଡିମଟର ରହିଥିବା ବେଳେ ପେଟ୍ରୋଲ ପାଇଁ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ । ଫୁଲବାଣୀ ଠାରୁ ଦାରିଙ୍ଗବାଡି ଓ ଜି ଉଦୟଗିରି ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ କୌଣସି ପେଟ୍ରୋଲ ପମ୍ପ ନଥିବାରୁ ଗାଡି ପେଟ୍ରଲ ପକେଇବା ପାଇଁ ଫୁଲବାଣୀ ସହର କିମ୍ବା ବିଭିନ୍ନ ଦୋକାନମାନଙ୍କରେ ଚଢ଼ା ଦରରେ ଗ୍ରାହକ ମାନେ ପେଟ୍ରୋଲ ପକେଇବା ପାଇଁ ବାଧ୍ୟ ହେଉଥିଲେ । ତେବେ ବର୍ଷବର୍ଷ ଧରି ଏହି ଫିରିଙ୍ଗିଆ ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ ର୍ନିମାଣ ପାଇଁ ଦାବି ହୋଇଆସୁଥିଲା ।

ତେବେ କଥା ଦେଇ କଥା ରଖିଛନ୍ତି ରାଜ୍ୟ ସରକାର । ଶେଷରେ ଅଞ୍ଚଳ ବାସୀଙ୍କ ଦାବି ଏବେ ପୂରଣ ହୋଇଛି । କନ୍ଧମାଳ ଜିଲା ଫିରିଙ୍ଗିଆ ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମର ଏକ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି । ପେଟ୍ରୋଲ ପମ୍ପର ମଳିକ ତଥା ଫିରିଙ୍ଗିଆ ଅଞ୍ଚଳର ଜଣାଶୁଣା ସମାଜ ଶେବି ରତଙ୍ଗ ଗାଁର ପ୍ରଶାନ୍ତ କୁମାର ନାଏକଙ୍କ ନିମନ୍ତ୍ରଣ ରକ୍ଷାକରି ଏହି ପେଟ୍ରୋଲ ପମ୍ପର ଉଦଘାଟନି ଉତ୍ସବରେ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥୱୀରାଜ ମହାନନ୍ଦିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର, ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ, ରତଙ୍ଗ ସରପଞ୍ଚ ପାର୍ବତୀ ମଳିକ, ବରିଷ୍ଠ ଶିକ୍ଷାବିତ ତ୍ରିନାଥ କହଁର, ସମାଜ ଶେବି ସଞ୍ଜୟ କୁମାର ଦିଗାଲ, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲ,ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ,ଶାନ୍ତି ସଦଭାବନା ସମିତି ସଭାପତି ପାଉଲ ଦିଗାଲ, ଯୁବ ସମାଜ ଶେବି ପ୍ରଦୀପ କୁମାର ସାହୁଙ୍କ ସହ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟପଟେ ପେଟ୍ରୋଲ ପମ୍ପ ଖୋଲିବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିବା ବେଳେ ରାଜ୍ୟସରକାରଙ୍କ ସହ ପମ୍ପ ମାଲିକ ପ୍ରଶାନ୍ତ ନାଏକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri