ଶ୍ରାବଣରେ ବଢୁଛି କେତକୀ ଫୁଲର ଚାହିଦା

ମହାକାଳପଡ଼ା,୧୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)ଶ୍ରାବଣ ମାସରେ ମହାଦେବଙ୍କ ମସ୍ତକରେ ଜଳଲାଗି ସହିତ କେତକୀ ଫୁଲର ଚଢ଼ାଇବାର ବିଧି ରହିଛି। କେତକୀ ଫୁଲ ମହାଦେବଙ୍କ ମସ୍ତକରେ ଲାଗି କଲେ କୋଟି ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦୋରସା, ବାଲିଆ ଢିପ ଓ ସ୍ତୂପ ଉପରେ ପ୍ରଚୁର ପରିମାଣରେ କିଆ ଗଛ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରେ ଜନବସତି ଗଢ଼ି ଉଠିବା ଫଳରେ କିଆ ଗଛର ସଂଖ୍ୟା କମିଛି ା ଏବେ ସେଠାରେ ଅଳ୍ପ କିଆ ଗଛ ଦେଖିବାକୁ ମିଳୁଛି। ବିଶେଷକରି କିଆ ଗଛର ଅଣ୍ଡିରା ଫୁଲରୁ ଅତର ପ୍ରସ୍ତୁତ ହୋଇଥାଏ। ଏହି ଫୁଲ ଫୁଟିବାର ୪ ଘଣ୍ଟା ପୂର୍ବରୁ ଯତ୍ନ ସହକାରେ ଏକ ମାଟି ପାତ୍ରରେ ଘୋଡ଼ାଇ ରଖାଯାଏ। ପରେ ବ୍ୟବସାୟୀମାନେ କମ ଦରରେ ସ୍ଥାନୀୟ ଲୋକମାନଙ୍କଠାରୁ କେତେକୀ ଫୁଲ ସଂଗ୍ରହ କରିଥାନ୍ତି। ବିଶେଷ କରି କେତକୀ ଫୁଲ ଗଞ୍ଜାମ, ଢେଙ୍କାନାଳ, ବାଲେଶ୍ୱର, ପୁରୀ, ନୟାଗଡ଼ ଆଦି ଅଞ୍ଚଳକୁ ପଠାଯାଇଥାଏ। ବ୍ୟବସାୟୀମାନେ ଆସି କମ୍‌ ଦରରେ କେତକୀ ଫୁଲ କିଣି ଚଢ଼ା ଦରରେ ଅନ୍ୟ ଅଞ୍ଚଳକୁ ପଠାଇ ଥାଆନ୍ତି ା ଏହି ଫୁଲରୁ ଅତର ପ୍ରସ୍ତୁତ ପରେ ଖଇର, ସୁଗନ୍ଧ ଧୂପ ଓ ଅଗରବତି ପ୍ରସ୍ତୁତ କରାଯାଇଥାଏ।
ମହାକାଳପଡ଼ା ବ୍ଲକର ଆଖଡ଼ାଶାଳୀ, ସାବିନୀ, ମହୁଲକନ୍ଧା, ନଳଗୋଠ, ପିତାପାଟ, ବରକ ବହାକୁଦ, ଶିଖର, ବାଙ୍କିଛନ୍ଦା, ବିଜୟନଗର, ରାମନଗର, ରାଜେନ୍ଦ୍ର ନଗର, ପଲ୍ଲୀଗଡ଼, ହରିଆବାଙ୍କ, ବାଲିଢିପ, ଜମ୍ବୁ, ରାମଚଣ୍ଡୀ ଆଦି ସ୍ଥାନରେ ବ୍ୟାପକ ପରିମାଣରେ କିଆ ଜଙ୍ଗଲ ଦେଖିବାକୁ ମିଳୁଥିଲା । ଅଦ୍ୟାବଧି ପୂର୍ବ ଅପେକ୍ଷା କେତେକ ସ୍ଥାନରେ କିଆ ଗଛ ଦେଖିବାକୁ ମିଳୁଛି ବୋଲି ସାମାଜିକ କର୍ମୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri