ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଏଥିସହ ଆଶାୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯଦିଓ ନବୀନ ନିବାସରୁ ୩ ଜଣ ପ୍ରାର୍ଥୀଙ୍କୁ ଶଟ୍‌ ଲିଷ୍ଟ କରାଯାଇଥିବା ଆଭାସ ମିଳିଛି, ତଥାପି କିଏ ସେହି ୩ଜଣ ପ୍ରାର୍ଥୀ ତାଙ୍କୁ ନେଇ ପୁଣି ନୂଆ ସମୀକରଣ ଆରମ୍ଭ ହୋଇଛି।
ଅନୁଗୋଳର ଟିକେଟ୍‌ ରାଜନୀତି ଧୀରେ ଧୀରେ ଗୋଳିଆ ହେଉଛି। ଦଳ ପକ୍ଷରୁ ୪ର୍ଥ ପର୍ଯ୍ୟାୟ ଟିକେଟ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଅନୁଗୋଳ ସମ୍ପର୍କରେ ଦଳ ନୀରବତା ଅବଲମ୍ବନ କରୁଛି। ଏପରି କି ବିଧାୟକ ରଜନୀକାନ୍ତଙ୍କ ସମର୍ଥିତ କେତେଜଣ ପଞ୍ଚାୟତ ପ୍ରତିନିଧି ଓ କାଉନସିଲରମାନେ ତୁରନ୍ତ ଟିକେଟ୍‌ ପାଇଁ ଭୁବନେଶ୍ୱରରେ ମେଳି ହେବା, ନବୀନ ନିବାସରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଆଲୋଚନା କରାଯିବା ପରେ ମଧ୍ୟ ଏଯାଏ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏହାକୁ ନେଇ ରଜନୀଙ୍କ ସମର୍ଥକମାନେ ମନ ଉଣା କରୁଥିବା କୁହାଯାଉଛି। ଦୀର୍ଘ ୨୦ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଟିକେଟ ପାଇଁ ରଜନୀକାନ୍ତଙ୍କୁ ଏପରି କସରତ କରିବାକୁ କେବେ ପଡ଼ି ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଦଳ ଟିକେଟ୍‌ ସମ୍ପର୍କରେ କିଛି କହୁ ନ ଥିବାରୁ ଅନ୍ୟ ଆଶାୟୀଙ୍କୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ବିଶେଷକରି ଆଦର୍ଶ ଗ୍ରୁପ୍‌ର ପ୍ରତିଷ୍ଠାତା ମହେଶ ଧଳଙ୍କ ନାମ ଅଧିକ ଚର୍ଚ୍ଚାକୁ ଆସୁଛି। ମହେଶ ପ୍ରାର୍ଥୀ ହେବେ ବୋଲି ଗୋଟିଏ ଗୋଷ୍ଠୀ ଦାବି କରୁଥିବାବେଳେ ଏନେଇ ଲବି ଜୋରଦାର୍‌ ରହିଥିବା କୁହାଯାଉଛି। ଏଭଳି କି ମେହେଶ ଭୁବନେଶ୍ୱରରେ ଡେରା ପକାଇଥିବା ଆଲୋଚନା ହେଉଛି। ସେହିପରି ଶନିବାର ନବୀନ ନିବାସ ଯାଇଥିବା ସରପଞ୍ଚମାନେ ଜିଲା ଯୁବ ବିଜେଡି ସଭାପତି ତଥା ବସୁଧା ଯୋଜନା ଉପଦେଷ୍ଟା ଦୀନେଶ ପ୍ରଧାନଙ୍କ ନାମ ଉଠାଇଥିବା ମଧ୍ୟ କୁହାଯାଉଛି। କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ବିପ୍ଳବ ଜେନା ମଧ୍ୟ ଟିକେଟ୍‌ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି। ଆଉ ଜଣେ କଂଗ୍ରେସ ନେତାଙ୍କ କଥା ମଧ୍ୟ ଉଠିଛି। କଂଗ୍ରେସ ଦଳରୁ ସେ ଇସ୍ତପା ଦେଇ ନ ଥିବାବେଳେ ଅନୁଗୋଳରୁ ଯାଇ ଭୁବନେଶ୍ୱରରେ ରହିଥିବା କୁହାଯାଉଛି। ସେ ମଧ୍ୟ ଟିକେଟ୍‌ ପାଇଁ ଜୋର୍‌ଦାର ଲବି ଚଳାଇଥିବା ବିଜେଡି ଶିବିରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri