ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର ନଁା ନେଉନାହିଁ। ନିର୍ଯାତିତ, ନିଷ୍ପେଷିତ ଭାରତୀୟଙ୍କ ଉତ୍ତରଦାୟାଦମାନେ ଯଥେଷ୍ଟ ଆତ୍ମକୈନ୍ଦ୍ରିକ ହୋଇ ଯାଇଛନ୍ତି, ଯଦ୍ଦ୍ୱାରା ନିହିତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ଖାଲି ଯେ ନିଜର ବୁଦ୍ଧି ବିବେକକୁ ଜଳାଞ୍ଜଳି ଦେଇ ଦେଉଛନ୍ତି ତା’ ନୁହେଁ, ବରଂ ସମାଜର ପ୍ରଭୂତ କ୍ଷତିସାଧନ କରିବାକୁ ପଛାଉ ନାହାନ୍ତି। ଫଳତଃ, ସାରାବିଶ୍ୱ ଆଜି ଭାରତୀୟଙ୍କ ଅସଭ୍ୟ ଆଚରଣ ପ୍ରତି ଅଙ୍ଗୁଳି ଉଠାଇଲାଣି। ଏହାର ଉଦାହରଣଟିଏ ହେଲା, ତୀର୍ଥରୁ ଫେରିବା ସମୟରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଥିବା ଜଣେ ଉଚ୍ଚ ଶିକ୍ଷିତା ବୟସ୍କା ମହିଳା ଏକାଦିକ୍ରମେ ଚାରିଚାରିଟି ଧଳା ବେଡ୍‌ଶିଟ୍‌ ଟ୍ରେନ୍‌ରୁ ଚୋରି କରି ବ୍ୟାଗରେ ନେଇ ଆସିବାବେଳେ ଧରାହେବାର ଦୃଶ୍ୟ, ଯାହାକୁ ଅନ୍ୟମାନଙ୍କୁ ଅବଗତି ଓ ସତର୍କ ନିମନ୍ତେ ରେଳ ବିଭାଗ ବହୁଳ ପ୍ରସାରଣ କରାଇଥିଲେ। ଖାଲି ବେଡ୍‌ଶିଟ୍‌ରେ ସୀମିତ ନ ରହି କିଛି ଯାତ୍ରୀ ରେଳ ପାଇଖାନାର ଦର୍ପଣ, ଅନ୍ୟାନ୍ୟ ଫିଟିଙ୍ଗ୍‌ସ ନେଇଯିବାର ବି ଦେଖାଯାଏ। ତେଣୁ ମଗଟିଏ ହେଲେ ମଧ୍ୟ ଆମ ଦେଶରେ ଶିକୁଳିରେ ବନ୍ଧା ହୋଇ ରହିଥାଏ, ବ୍ୟାଙ୍କ ଅଫିସରେ କଲମ ବନ୍ଧା ହେବା ପରି। କିଛିଦିନ ତଳେ ପ୍ରସାର ଭାରତୀ ସଂସ୍ଥାନରେ, ସଭ୍ୟ ଶିକ୍ଷିତ କର୍ମଚାରୀମାନେ ଅଫିସର ବହୁତ ଛୋଟ ମୋଟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଚୋରି କରି ନେଉଥିବାରୁ ତାଗିଦା ସହିତ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଥିବା ଆଦେଶନାମାଟିଏ ସୂଚନା ଫଳକରେ ଲଟକି ଥିବାର ଦେଖିଥିଲି। ଶିକ୍ଷିତ ଲୋକେ ସୁଯୋଗ ପାଇଲେ ଯଦି ଚୋରି ତସ୍କରି କରିବେ, ଏହା ଆମ ସଭ୍ୟ ସମାଜର ଚାରିତ୍ରିକ ସ୍ଖଳନ ନୁହେଁ କି? ଚେନ୍ନାଇରୁ ଦିଲ୍ଲୀକୁ ଆସିବାବେଳେ ଲୋକପ୍ରତିନିଧି, ଜଣେ ସହଯାତ୍ରୀଙ୍କ ମୋବାଇଲ୍‌ ଚୋରି କରି ସିସିଟିଭି ଦ୍ୱାରା ଧରାପଡ଼ିବା ଯେତିକି ଉଦ୍‌ବେଗଜନକ; ତା’ଠାରୁ ବେଶି ଆଶ୍ଚର୍ଯ୍ୟ ଚକିତ କରେ ଏହି ଦେଶ ସେବକମାନେ ନିର୍ୱାଚନରେ ହାରି ସରକାରୀ ଦପ୍ତର ଓ ବଙ୍ଗଳା ଛାଡ଼ିବା ବେଳେ ମୂଲ୍ୟବାନ୍‌ ଆସବାବପତ୍ର ସବୁ ନିଜ ଘରକୁ ବୋହି ନେବା। ବିଦେଶ ମାଟିରେ ଆମେରିକାର ବିପ୍ପଣୀରୁ ଛୋଟ ମୋଟ ଚୋରିକରି ଦୁଇଜଣ ଛାତ୍ରୀ ନିକଟରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଏ ପ୍ରକାରର ଚୌର୍ଯ୍ୟ ପ୍ରକୃତି ଲାଗି ଆମ ମୁଣ୍ଡ ତଳକୁ ନଇଁ ଯାଉନାହିଁ କି।
ଦ୍ୱିତୀୟ ବିଷୟଟି ହେଲା ପରିଛନ୍ନତା। ଆକୁମାରୀ ହିମାଚଳ ଯାଏ ରେଳ ଲାଇନକୁ ଆମେ ଜାତି ଧର୍ମ ବୟସ ନିର୍ୱିଶେଷରେ ବାଛି ନେଇଥାଉ ଖୋଲା ମଳତ୍ୟାଗ ପାଇଁ। ରାଜଧାନୀ ଦିଲ୍ଲୀରେ ଏ ଦୃଶ୍ୟ ଏକ ମାମୁଲି କଥା, ଯେଉଁଠିକୁ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ଆସିଥାନ୍ତି। ସ୍ୱାଧୀନ ଭାରତରେ ଯିଏ ଯେଉଁଠି ଯେତେବେଳେ ଚାହିଁଲେ ପରିସ୍ରା କଲେ। ସାଧାରଣ ଶୌଚାଳୟମାନଙ୍କ ଅବସ୍ଥା ତ କହିଲେ ନସରେ। ରେଳ ପାଇଖାନା ଆଡ଼କୁ ଯିବା କାହିଁକି? ଏପରିକି କିଛି ବ୍ୟକ୍ତି ବିମାନ ପାଇଖାନାରେ ମଧ୍ୟ କଠିନ ବର୍ଜ୍ୟବସ୍ତୁ ପକାଇ ଜାମ କରିଦେଇଥିବାରୁ ବିମାନ ଉଡ଼ାଣ ବାତିଲ ହେବାର ନଜିର ମଧ୍ୟ ରହିଛି। ସରକାରୀ ଦପ୍ତରମାନଙ୍କରେ ଶିଡ଼ିରେ ଠାକୁରଙ୍କ ଫଟୋକୁ ପାନପିକ ପକାଇ ବିକୃତ କରି ଦେଇଥିବା ଚିତ୍ର ପ୍ରାୟ ସମସ୍ତେ ଦେଖିଥିବେ। ଆମେ ବଣଭୋଜିକୁ ଯାଇ ବିଭିନ୍ନ ପ୍ରାକୃତିକ ସ୍ଥଳ ତଥା ଝରଣା, ନଦୀ, ଜଳପ୍ରପାତ କିମ୍ୱା ସମୁଦ୍ର କୂଳକୁ ପ୍ଲାଷ୍ଟିକ ଆବର୍ଜନାରେ ପରିପୂର୍ଣ୍ଣ କରିଦେବା, ରେଳ ଷ୍ଟେଶନରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଳିଆକୁ ନିର୍ଦ୍ଦିଷ୍ଟ ଜାଗାରେ ନ ପକାଇ ମନଇଚ୍ଛା ଏଣେତେଣେ ପକାଇବା ଆମ କଦର୍ଯ୍ୟ ବ୍ୟବହାରର ନିଦର୍ଶନ।
ତୃତୀୟ କଥାଟି ହେଲା ଆମର ଅନୁଶାସନ ହୀନତା। ଟ୍ରାଫିକ୍‌ ନିୟମ ନ ମାନି ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇବା। ଜନଗହଳିପୂର୍ଣ୍ଣ ସ୍ଥାନରେ ଦ୍ରୁତ ଗାଡ଼ିଚାଳନା ତଥା ଗାଡ଼ି ଉପରେ ବିଭିନ୍ନ ଦୁଃସାହସିକ କଳାକୌଶଳ ପ୍ରଦର୍ଶନ ଆମର ନିତିଦିନିଆ ଘଟଣା। ରାସ୍ତା ନିୟମ ନ ମାନି ଅଯଥା ଭିଡ଼ ଜମେଇବା, ରାସ୍ତା ମଝିରେ ଗାଡ଼ି ରଖି କଥାବାର୍ତ୍ତା ହେବା, ଧାନ ଶୁଖାଇ, ବେଙ୍ଗଳା ପକାଇ, ଇଟା, ବାଲି ରଖି ରାସ୍ତାକୁ ସଙ୍କୁଚିତ କରିବା ଆମ ଶୃଙ୍ଖଳିତ ଆଚରଣର ପ୍ରତୀକ। ଆମେ ରାସ୍ତା ଖୋଳି ଜଳୁଥିବା ଲାଲ ପ୍ଲାଷ୍ଟିକଗୁଡିକୁ ବି ନଷ୍ଟ କରିଦେଉ, ନଚେତ ରାସ୍ତାରୁ ଚିପ୍ସ ଗୋଡ଼ି ନେଇ ନିଜ କାମରେ ଲଗାଉ। ଅନ୍ୟମାନେ ପଛରେ ଅସୁବିଧାରେ ପଡ଼ନ୍ତୁ ଆମର କି ଯାଏ? ଯେଉଁ ଅଫିସ୍‌ରେ ଚାକିରି କରୁ, ଆନ୍ଦୋଳନ କରି ତା’ର ଆସବାବପତ୍ର ନଷ୍ଟ କରିବା, ଡାକ୍ତରଖାନା, ପୋଷ୍ଟ ଅଫିସ୍‌, ଥାନାରେ ଗଣ୍ଡଗୋଳ କରି ନିଆଁ ଲଗେଇଦେବା, ସର୍ୱସାଧାରଣଙ୍କ ସମ୍ପତ୍ତିକୁ ନଷ୍ଟ କରିବା ଏପରିକି ଟିକେଟ କାଉଟଣ୍ଟର୍‌ରେ ଧାଡ଼ି ବାନ୍ଧିବାକୁ ଆମର ଧୈର୍ଯ୍ୟଚ୍ୟୁତି ଘଟିବା ଅନୁଶାସନ ହୀନତାର ପରିଚାୟକ। ନିଜର ଅସ୍ମିତାକୁ ଜଳାଞ୍ଜଳି ଦେଇ ଦେଶର ଗୁପ୍ତ ତଥ୍ୟକୁ ଶତ୍ରୁ ହାତରେ ଟେକିଦେବା କିମ୍ୱା ଅନ୍ୟ ପାଇଁ ଗୁପ୍ତଚରଗିରି କରି ଆମ ଦେଶର ସମ୍ଭ୍ରମତା ପ୍ରତି କ୍ଷତି ପହଞ୍ଚାଇବା ଇତ୍ୟାଦି ଆମ ଚରିତ୍ରଗତ ତ୍ରୁଟିର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ଉଚ୍ଚ ସ୍ୱରରେ କଥାବାର୍ତ୍ତା ହୋଇ କିମ୍ୱା ଗୀତ ବଜାଇ, ଡିଜେ ଦ୍ୱାରା ଶବ୍ଦ ପ୍ରଦୂଷଣରେ ଅନ୍ୟକୁ କ୍ଷତି ପହଞ୍ଚେଇବା, ବାକ୍‌ ସ୍ୱାଧୀନତାର ଦ୍ୱାହିଦେଇ ଅନ୍ୟର ଚରିତ୍ର ସଂହାର କରିବା ଏଠାରେ ଦେହସୁହା। ଏହି ଧାରା ଜାରି ରହିଲେ ଭାରତ ବିଶ୍ୱଗୁରୁ ହେବା ପରିବର୍ତ୍ତେ ଅଚିରେ ଏକ ଶିଷ୍ଟାଚାରହୀନ ନିନ୍ଦିତ ରାଷ୍ଟ୍ରରେ ପରିଗଣିତ ହେବା ସାର ହେବ। ଆଉ ଭାରତୀୟମାନେ ଏତାଦୃଶ ସାମାଜିକ ଅସମ୍ୱେଦନଶୀଳ ତଥା ସହାନୁଭୂତିହୀନ ବ୍ୟବହାର ପାଇଁ ଘୃଣାର ପାତ୍ର ହେବା ପୂର୍ୱରୁ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି ହେବା ଜରୁରୀ। ଆମର ଉତ୍ତର ପିଢ଼ିଙ୍କ ପାଇଁ ବିଦ୍ୟାଳୟ ସ୍ତରରୁ ଶୃଙ୍ଖଳା ଜ୍ଞାନ ତଥା ସଭ୍ୟ ଆଚାର ବ୍ୟବହାରକୁ ପାଠ୍ୟକ୍ରମରେ ସଂଯୋଗ କଲେ ଲୋକ ଚରିତ୍ରରେ ଉନ୍ନତି ଆସିବା ମନେହୁଏ, କିନ୍ତୁ ଏହା ସମୟସାପେକ୍ଷ।
– ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା
ମୋ: ୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri