କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅବହେଳା ଯୋଗୁ ମତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଥିବା ଅଭିଯୋଗ ଆସିଛି। ସେଥି ମଧ୍ୟରୁ ସର୍ଜରୀ ଆଇସିୟୁରେ ରହି ଚିକିତ୍ସା ହେଉଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ରହିଥିବା ୩ ରୋଗୀଙ୍କ ମୃତ୍ୟୁ ଘଟିଛି। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁ ଆଇସିୟୁ ସର୍ଜରୀରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଆୟିସିୟୁ ସର୍ଯରୀରେ ମୃତ୍ୟୁ ବରଣ କରିଥିବା ଭଗବାନ ପରଜା ଏଂ ଶୁକ୍ରା ମାଝି ପୁରୁଷ ରୋଗୀ ହୋଇଥିବା ବେଳେ ଜଣେ ମହିଳା ରୁକୁଣି ପେଣ୍ଟିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସେହିପରି ୱାର୍ଡରେ ଚିକିତ୍ସିତ ହେଉଥିବା ବତି ଖରା, ଜଗନ୍ନାଥ ପୂଜାରୀ ଓ ଫୁଲମତି ମାଝିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ୱାର୍ଡରେ ଚିକିତ୍ସିତ ହେଉଥିବା ଦୁଇ ମହିଳାଙ୍କ ଜଣେ ପୁରୁଷଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣା ପଡିନାହିଁ। ଆଇସିୟୁ ସର୍ଜରୀରେ ମତ୍ୟୁ ହୋଇଥିବା ତିନି ରୋଗୀଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ବ୍ୟବଚ୍ଛଦ ହେବାପରେ ମତ୍ୟୁର କାରଣ ଜଣାପଡିବ ଓ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୁଚନା ମିଳିଛି।
ନ୍ୟପକ୍ଷେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥି ପାଇଁ ପୋଲିସ ମୁତୟନ କରାଯାଇଛି। କେଉଁ ପରିସ୍ଥିତିରେ ୬ ଜଣ ରୋଗୀଙ୍କ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ମତ୍ୟୁ ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ରୋଗୀ ମୃତ୍ୟୁକୁ ନେଇ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି ଜିଲାପାଳ ଭି କିର୍ତ୍ତିୀ ଭାସନ ପ୍ରକାଶ କରିଛନ୍ତି।