ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ

ଥୁଆମୂଳ ରାମପୁର,୯।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମପଞ୍ଚାୟତ ତଥା (ଆଦର୍ଶ ଗ୍ରାମପଞ୍ଚାୟତ)ର ମୁଖ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ, କଳାହାଣ୍ଡି, ଭବାନୀପାଟଣା ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଉଥିବା ସଡକ ଆତି ଅତିନିମ୍ନମାନର ହେଉଥିବା ନେଇ ଜନ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଶ୍ରୀମସ୍କା ଛକଠାରୁ ସିନ୍ଧିପଦର, ସମାପଲା ଗ୍ରାମକୁ ସଂଯୋଗ କରୁଥିବା ଏହି ଆର୍ଡି ରାସ୍ତା ନିର୍ମାଣ ପାଇଁ ୨,୦୬,୮୪,୪୬୧ ଟଙ୍କା ବ୍ୟୟ ଅଟକଳରେ ଆର୍ଥିକ ବର୍ଷ ୨୦୨୩ରେ ନିର୍ମାାଣଧିନ ସଡକକୁ (ସୁଧୀର କୁମାର ପଣ୍ଡା ମୁଖ୍ୟ ଠିକା ସଂସ୍ଥା) କାମ କରୁଛନ୍ତି, ହେଲେ ତାହା ଅତିନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଏଥିରେ ହାତ ଭଙ୍ଗା ମେଟାଲ ୯୫% (ରାସ୍ତାରେ ବିଛା) ବ୍ୟବହାର କରାଯାଉଥିବା ବେଳେ କ୍ରସର୍‌ରେ ତିଆରୀ ଡଷ୍ଟ ଗୁଣ ୫% ବ୍ୟବହାର କରାଯାଉଛି। କୁଲିମଜୁରୀଆଙ୍କୁ ପାରିଶ୍ରମିକ ବାବଦରେ ମାତ୍ର ୧୫୦ ରୁ ୨୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ପୁରୁଣା ରାସ୍ତା ଉପରେ, ଉପରେ ମେଟାଲ ବିଛାଇ କମ ଓଜନର ପୁରୁଣା ରୋଲର୍‌ ବ୍ୟବହାର କରି (ସମତୁଲ) କରିବା ଭଳି ଘଟଣାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇବା ସହିତ ଅଭିଯୋଗ ମଧ୍ୟ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ବାରମ୍ବାର ଏହି ରାସ୍ତାର ନିମ୍ନମାନର କାର୍ଯ୍ୟ ନେଇ ଜଣାଇ ଆସୁଥିବା ସତ୍ତ୍ୱେ ତାଙ୍କ କଥାକୁ ଠିକାଦାର ବେଖାତିର କରୁଥିବା ଭଳି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ, ଆଗରୁ ଯେଉଁ ସଡକ ରହିଥିଲା ତାହା ଅତି ଭଲ ରହିଥିଲା। ବର୍ତ୍ତମାନ ଯେଉଁ ସଡକ କାମ ଭବାନୀପାଟଣାର ମୋହନ ବାଣୁଆ (ପେଟି ଠିକା ସଂସ୍ଥା) ନାମକ ଜଣେ ଠିକାଦାର କାମ କରୁଛନ୍ତି ତାହା ଅତି ନିମ୍ନମାନର ବୋଲି ପ୍ରକାଶ କରିଛନ୍ତି।

ପୁଣି ଏହି ସଡକ ଗତ ତା.୧୦/୧୦/୨୦୨୩ରିଖରେ ଆରମ୍ଭ କରାଯାଇ ତା.୧୦/୧୦/୨୦୨୪ରିଖରେ ସଡକର ଅବଧିରେ ଶେଷ କରିବା ପାଇଁ ସୂଚନା ଫଳକରେ ସୂଚନା ରହିଥିବା ବେଳେ ଆଜକୁ ଆହୁରି ୨ ମାସ ଅଧିକ ହୋଇସାରିଛି। ତଥାପି ଏହି ସଡକ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପାରିନାହିଁ।
ଏହାସହ ସେତୁ ନିର୍ମାଣରେ ମଧ୍ୟ ଅଧାପନ୍ତରିଆ କାର୍ଯ୍ୟ ଏବଂ ଅନିୟମିତତା ହୋଇଥିବା ଜଣାପଡ଼ିଛି। ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଓ ନିୟମକୁ ଠିକାଦାର ଖୁଲୁମ ଖୋଲା ଉଲଙ୍ଘନ କରିଥିବା ବିଷୟ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି। ଯଦି ଏଭଳି ସଡକ କିମ୍ବା ପୋଲ ନିର୍ମାଣ କରାଯାଏ ତେବେ ଅଳ୍ପ ଦିନ ମଧ୍ୟରେ ତାହା ଭୂଷୁଡି ପଡିବା ସମ୍ଭାବନାକୁ କୌଣସି ଲୋକ ଅସ୍ବୀକାର କରିପାରିବେ ନାହିଁ ବୋଲି ଆଲୋଚନା ଜୋର ଧରିଛି।
ଏହାର କାରଣ ଏହା ଯେ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରୀକାରେ ଏଭଳି ସଡକ ନିର୍ମାଣ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରୁଅଛି। ତେଣୁ ଏହି ସଡକ ନିର୍ମାଣ କାର୍ଯ୍ୟକୁ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ନହେଲେ ସଡକ ଅଳ୍ପ ଦିନ ମଧ୍ୟରେ ଭୂଷୁଡି ପଡିବା ସୁନିଶ୍ଚିତ ବୋଲି କୁହାଯାଏ। ତେବେ ଯଥାସମ୍ଭବ ଉକ୍ତ ସଡକ ନିର୍ମାଣରେ ହେଉଥିବା ଅନିୟମିତତାକୁ ରୋକାଯାଏ ତେବେ ସଡକର ଉନ୍ନତି ସମ୍ଭବ ହୋଇପାରିବ। ନଚେତ ବାରମ୍ବାର ଏମିତି ନିମ୍ନମାନର ସଡକ ନିର୍ମାଣ କରି ଠିକାଦାର ମାଲାମାଲ ହେବା ପାଇଁ ଖୋରାକ ଯୋଗାଇବା ଛଡା ଆଉ କିଛି ନାହିଁ ବୋଲି ଚର୍ଚ୍ଚା ଜୋର୍‌ ଧରୁଛି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ ତିୱାରୀ ଆଲମଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପ୍ରତିକ୍ରିୟା ନିଆଯାଇଥିଲା। ତେବେ ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଯେମିତି ବି ଯାହାବି ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଏ ଏଥିରେ କୌଣସି ଲୋକ ଅଭିଯୋଗ କରିପାରିବେ ନାହିଁ ବୋଲି କହିବା ସହ କୁଲି ମଜୁରିଆଙ୍କୁ ପାରିଶ୍ରମିକ ୧୫୦ ରୁ ୨୦୦ ଟଙ୍କା ଲେଖାଏ ଦେବା ବାବଦରେ ପଚାରିବାରୁ ଠିକାଦାର କଣ କରୁଛନ୍ତି କେମିତି ଦେଉଛନ୍ତି ତାହା ଆମେ କହିପାରିବୁ ନାହିଁ। ପୋଲ ଏବଂ ରାସ୍ତା ନିର୍ମାଣ ଉପରେ ପଚାରିବାରୁ ପ୍ରାୟ କାମ ସରିଯାଇଛି ଆଉ ଅଳ୍ପ କାମ ରହିଛି ବହୁତ ଶୀଘ୍ର ସରିଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଯେ ଏହି ସଡକ ନିର୍ମାଣ କାର୍ଯ୍ୟର ତଦାରଖ ଉଚିତ୍‌ ଭାବରେ କରାଯିବ କି ନାହିଁ ତାହା ସମୟ କହିବ l


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri