ଅବଧି ସରିଲା, ପୋଲ-ରାସ୍ତା ନିର୍ମାଣ ଅଧାପନ୍ତରିଆ : ବଢୁଛି ଜନଅସନ୍ତୋଷ

ଥୁଆମୂଳ ରାମପୁର,୯।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମପଞ୍ଚାୟତ ତଥା (ଆଦର୍ଶ ଗ୍ରାମପଞ୍ଚାୟତ)ର ମୁଖ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ, କଳାହାଣ୍ଡି, ଭବାନୀପାଟଣା ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଉଥିବା ସଡକ ଆତି ଅତିନିମ୍ନମାନର ହେଉଥିବା ନେଇ ଜନ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଶ୍ରୀମସ୍କା ଛକଠାରୁ ସିନ୍ଧିପଦର, ସମାପଲା ଗ୍ରାମକୁ ସଂଯୋଗ କରୁଥିବା ଏହି ଆର୍ଡି ରାସ୍ତା ନିର୍ମାଣ ପାଇଁ ୨,୦୬,୮୪,୪୬୧ ଟଙ୍କା ବ୍ୟୟ ଅଟକଳରେ ଆର୍ଥିକ ବର୍ଷ ୨୦୨୩ରେ ନିର୍ମାାଣଧିନ ସଡକକୁ (ସୁଧୀର କୁମାର ପଣ୍ଡା ମୁଖ୍ୟ ଠିକା ସଂସ୍ଥା) କାମ କରୁଛନ୍ତି, ହେଲେ ତାହା ଅତିନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଏଥିରେ ହାତ ଭଙ୍ଗା ମେଟାଲ ୯୫% (ରାସ୍ତାରେ ବିଛା) ବ୍ୟବହାର କରାଯାଉଥିବା ବେଳେ କ୍ରସର୍‌ରେ ତିଆରୀ ଡଷ୍ଟ ଗୁଣ ୫% ବ୍ୟବହାର କରାଯାଉଛି। କୁଲିମଜୁରୀଆଙ୍କୁ ପାରିଶ୍ରମିକ ବାବଦରେ ମାତ୍ର ୧୫୦ ରୁ ୨୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ପୁରୁଣା ରାସ୍ତା ଉପରେ, ଉପରେ ମେଟାଲ ବିଛାଇ କମ ଓଜନର ପୁରୁଣା ରୋଲର୍‌ ବ୍ୟବହାର କରି (ସମତୁଲ) କରିବା ଭଳି ଘଟଣାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇବା ସହିତ ଅଭିଯୋଗ ମଧ୍ୟ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ବାରମ୍ବାର ଏହି ରାସ୍ତାର ନିମ୍ନମାନର କାର୍ଯ୍ୟ ନେଇ ଜଣାଇ ଆସୁଥିବା ସତ୍ତ୍ୱେ ତାଙ୍କ କଥାକୁ ଠିକାଦାର ବେଖାତିର କରୁଥିବା ଭଳି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ, ଆଗରୁ ଯେଉଁ ସଡକ ରହିଥିଲା ତାହା ଅତି ଭଲ ରହିଥିଲା। ବର୍ତ୍ତମାନ ଯେଉଁ ସଡକ କାମ ଭବାନୀପାଟଣାର ମୋହନ ବାଣୁଆ (ପେଟି ଠିକା ସଂସ୍ଥା) ନାମକ ଜଣେ ଠିକାଦାର କାମ କରୁଛନ୍ତି ତାହା ଅତି ନିମ୍ନମାନର ବୋଲି ପ୍ରକାଶ କରିଛନ୍ତି।

ପୁଣି ଏହି ସଡକ ଗତ ତା.୧୦/୧୦/୨୦୨୩ରିଖରେ ଆରମ୍ଭ କରାଯାଇ ତା.୧୦/୧୦/୨୦୨୪ରିଖରେ ସଡକର ଅବଧିରେ ଶେଷ କରିବା ପାଇଁ ସୂଚନା ଫଳକରେ ସୂଚନା ରହିଥିବା ବେଳେ ଆଜକୁ ଆହୁରି ୨ ମାସ ଅଧିକ ହୋଇସାରିଛି। ତଥାପି ଏହି ସଡକ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପାରିନାହିଁ।
ଏହାସହ ସେତୁ ନିର୍ମାଣରେ ମଧ୍ୟ ଅଧାପନ୍ତରିଆ କାର୍ଯ୍ୟ ଏବଂ ଅନିୟମିତତା ହୋଇଥିବା ଜଣାପଡ଼ିଛି। ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଓ ନିୟମକୁ ଠିକାଦାର ଖୁଲୁମ ଖୋଲା ଉଲଙ୍ଘନ କରିଥିବା ବିଷୟ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି। ଯଦି ଏଭଳି ସଡକ କିମ୍ବା ପୋଲ ନିର୍ମାଣ କରାଯାଏ ତେବେ ଅଳ୍ପ ଦିନ ମଧ୍ୟରେ ତାହା ଭୂଷୁଡି ପଡିବା ସମ୍ଭାବନାକୁ କୌଣସି ଲୋକ ଅସ୍ବୀକାର କରିପାରିବେ ନାହିଁ ବୋଲି ଆଲୋଚନା ଜୋର ଧରିଛି।
ଏହାର କାରଣ ଏହା ଯେ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରୀକାରେ ଏଭଳି ସଡକ ନିର୍ମାଣ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରୁଅଛି। ତେଣୁ ଏହି ସଡକ ନିର୍ମାଣ କାର୍ଯ୍ୟକୁ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ନହେଲେ ସଡକ ଅଳ୍ପ ଦିନ ମଧ୍ୟରେ ଭୂଷୁଡି ପଡିବା ସୁନିଶ୍ଚିତ ବୋଲି କୁହାଯାଏ। ତେବେ ଯଥାସମ୍ଭବ ଉକ୍ତ ସଡକ ନିର୍ମାଣରେ ହେଉଥିବା ଅନିୟମିତତାକୁ ରୋକାଯାଏ ତେବେ ସଡକର ଉନ୍ନତି ସମ୍ଭବ ହୋଇପାରିବ। ନଚେତ ବାରମ୍ବାର ଏମିତି ନିମ୍ନମାନର ସଡକ ନିର୍ମାଣ କରି ଠିକାଦାର ମାଲାମାଲ ହେବା ପାଇଁ ଖୋରାକ ଯୋଗାଇବା ଛଡା ଆଉ କିଛି ନାହିଁ ବୋଲି ଚର୍ଚ୍ଚା ଜୋର୍‌ ଧରୁଛି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ ତିୱାରୀ ଆଲମଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପ୍ରତିକ୍ରିୟା ନିଆଯାଇଥିଲା। ତେବେ ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଯେମିତି ବି ଯାହାବି ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଏ ଏଥିରେ କୌଣସି ଲୋକ ଅଭିଯୋଗ କରିପାରିବେ ନାହିଁ ବୋଲି କହିବା ସହ କୁଲି ମଜୁରିଆଙ୍କୁ ପାରିଶ୍ରମିକ ୧୫୦ ରୁ ୨୦୦ ଟଙ୍କା ଲେଖାଏ ଦେବା ବାବଦରେ ପଚାରିବାରୁ ଠିକାଦାର କଣ କରୁଛନ୍ତି କେମିତି ଦେଉଛନ୍ତି ତାହା ଆମେ କହିପାରିବୁ ନାହିଁ। ପୋଲ ଏବଂ ରାସ୍ତା ନିର୍ମାଣ ଉପରେ ପଚାରିବାରୁ ପ୍ରାୟ କାମ ସରିଯାଇଛି ଆଉ ଅଳ୍ପ କାମ ରହିଛି ବହୁତ ଶୀଘ୍ର ସରିଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଯେ ଏହି ସଡକ ନିର୍ମାଣ କାର୍ଯ୍ୟର ତଦାରଖ ଉଚିତ୍‌ ଭାବରେ କରାଯିବ କି ନାହିଁ ତାହା ସମୟ କହିବ l


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri